ଓଡିଶା ପାଇଁ କଂଗ୍ରେସର ଷ୍ଟିୟରିଂ କମିଟି ଗଠନ, ବରିଷ୍ଠ ନେତାଙ୍କୁ ମିଳିନି ସ୍ଥାନ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠିତ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି। ହେଲେ ଏଥିରେ ନରସିଂହ ମିଶ୍ର ଓ ନିରଞ୍ଜନ ପଟ୍ଟନାୟକଙ୍କ ପରି ଅନେକ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିନି । କମିଟିରେ ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡାମ, ଜୟଦେବ ଜେନା, ସପ୍ତଗିରି […] The post ଓଡିଶା ପାଇଁ କଂଗ୍ରେସର ଷ୍ଟିୟରିଂ କମିଟି ଗଠନ, ବରିଷ୍ଠ ନେତାଙ୍କୁ ମିଳିନି ସ୍ଥାନ appeared first on Odisha.News.

ଓଡିଶା ପାଇଁ କଂଗ୍ରେସର ଷ୍ଟିୟରିଂ କମିଟି ଗଠନ, ବରିଷ୍ଠ ନେତାଙ୍କୁ ମିଳିନି ସ୍ଥାନ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠିତ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି। ହେଲେ ଏଥିରେ ନରସିଂହ ମିଶ୍ର ଓ ନିରଞ୍ଜନ ପଟ୍ଟନାୟକଙ୍କ ପରି ଅନେକ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିନି ।

କମିଟିରେ ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡାମ, ଜୟଦେବ ଜେନା, ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତ ଦାସ, ଅନନ୍ତ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ବରଂଜନ ମହାନ୍ତି, ବଳଭଦ୍ର ମାଝୀ ଓ ସସ୍ମିତା ବେହେରା କମିଟିର ସଦସ୍ୟ ଅଛନ୍ତି। ଏଆଇସିସି ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀ ମଧ୍ୟ ଏହି କମିଟିରେ ସଦସ୍ୟ ଅଛନ୍ତି।

ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ କଂଗ୍ରେସର ବିଫଳ ପ୍ରଦର୍ଶନ ଓ ପିସିସି ସଭାପତିଙ୍କ ବିରୁଦ୍ଧରେ ନାନାଦି ଅଭିଯୋଗ ପରେ ରାଜ୍ୟରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଥିଲେ । କିଏ ହେବ ପିସିସି ସଭାପତି ତା ଉପରୁ ମଧ୍ୟ ସସପେନ୍ସ ହଟିନାହିଁ ।

The post ଓଡିଶା ପାଇଁ କଂଗ୍ରେସର ଷ୍ଟିୟରିଂ କମିଟି ଗଠନ, ବରିଷ୍ଠ ନେତାଙ୍କୁ ମିଳିନି ସ୍ଥାନ appeared first on Odisha.News.