ବରଗାଁ ହାଇସ୍କୁଲରେ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଜୟନ୍ତୀ
ସମ୍ବଲପୁର:ଓଡ଼ିଶାର ଜଣାଶୁଣା ରାଜନେତା, ପୂର୍ବତନ ମନ୍ତ୍ରୀ ଓ ସା°ସଦ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଜୟନ୍ତୀ ସୋମବାର ତାଙ୍କ ନିଜ ଗ୍ରାମ ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବରଗାଁ ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ହାଇସ୍କୁଲରେ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ଶିବଶଙ୍କର ନନ୍ଦ ବକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀ ନନ୍ଦ ତାଙ୍କ ବକ୍ତବ୍ୟରେ ସ୍ବାଧୀନତା ସଂଗ୍ରାମରେ […] The post ବରଗାଁ ହାଇସ୍କୁଲରେ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଜୟନ୍ତୀ appeared first on Odisha.News.

ସମ୍ବଲପୁର:ଓଡ଼ିଶାର ଜଣାଶୁଣା ରାଜନେତା, ପୂର୍ବତନ ମନ୍ତ୍ରୀ ଓ ସା°ସଦ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଜୟନ୍ତୀ ସୋମବାର ତାଙ୍କ ନିଜ ଗ୍ରାମ ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବରଗାଁ ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ହାଇସ୍କୁଲରେ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ଶିବଶଙ୍କର ନନ୍ଦ ବକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀ ନନ୍ଦ ତାଙ୍କ ବକ୍ତବ୍ୟରେ ସ୍ବାଧୀନତା ସଂଗ୍ରାମରେ ବରଗାଁ ଗ୍ରାମର ଯୋଗଦାନ ଏବଂ ବାଲ୍ୟଜୀବନରୁ ସ୍ବର୍ଗତ ପାଣିଗ୍ରାହୀ ସ୍ବାଧୀନତା ସଂଗ୍ରାମର ଆଦର୍ଶ ଓ ବିଚାର ଦ୍ବାରା ପ୍ରଭାବିତ ହୋଇଥିବା କହିଥିଲେ। ନିଜର ଲମ୍ବା ରାଜନୈତିକ ଜୀବନରେ ସ୍ବର୍ଗତ ପାଣିଗ୍ରାହୀ ସ°କୀର୍ଣ ଦଳୀୟ ରାଜନୀତି ଉର୍ଦ୍ଧ୍ବରେ ବୃହତ୍ତର ଜନସ୍ବାର୍ଥରେ କାର୍ଯ୍ୟ କରିଥିବା ଶ୍ରୀ ନନ୍ଦ କହିଥିଲେ। ପାଠପଢ଼ା ସହ ନିଜକୁ ସଚେତନ ନାଗରିକ ଭାବେ ଗଢି ତୋଳିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷକ ଅରବିନ୍ଦ ପାଣିଗ୍ରାହୀ ସ୍କୁଲ ପ୍ରତିଷ୍ଠାରେ ସ୍ବର୍ଗତ ଶ୍ରୀବଲ୍ଲଭ ବାବୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ସ୍ବାଗତ ଭାଷଣ ଏବଂ ଶିକ୍ଷକ ଚିତ୍ତରଞ୍ଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକସ୍ତରୀୟ କ୍ବିଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅଙ୍କିତା ନାୟକଙ୍କୁ ଡ଼ା.ରାସେଶ୍ବରୀ ପାଣିଗ୍ରାହୀଙ୍କ ଅର୍ଥରାଶିରେ ପୁରସ୍କୃତ କରାଯାଇଥିଲା। ସଭା ପୂର୍ବରୁ ସ୍କୁଲ ପରିସରସ୍ଥ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଏବଂ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ କରାଯାଇଥିଲା।
The post ବରଗାଁ ହାଇସ୍କୁଲରେ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଜୟନ୍ତୀ appeared first on Odisha.News.