ଅଧ୍ୟକ୍ଷଙ୍କ ବିରୋଧରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ: ବିରୋଧୀ ଶିବିରରେ ଖେଳିଗଲା ନୈରାଶ୍ୟ
କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟ ସୋମବାର କାଟ ଖାଇଛି। ଫଳରେ ଦୀର୍ଘ ୨ ମାସ ପାଖାପାଖି ହେବ ଚାଲିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଅଧ୍ୟକ୍ଷ ଚନ୍ଦନ ବିଜୟ ହାସଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସପକ୍ଷବାଦୀ ଦୀର୍ଘଦିନ ହେଲା ଅଜ୍ଞାତବାସରେ ଥିଲେ ମଧ୍ୟ ଆବଶ୍ୟକ ଥୂବା ସଂଖ୍ୟା ୩୭ ଜଣ ସଦସ୍ୟ ନ ହେବାରୁ ସେମାନେ […] The post ଅଧ୍ୟକ୍ଷଙ୍କ ବିରୋଧରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ: ବିରୋଧୀ ଶିବିରରେ ଖେଳିଗଲା ନୈରାଶ୍ୟ appeared first on Dharitri Odia News.
କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟ ସୋମବାର କାଟ ଖାଇଛି। ଫଳରେ ଦୀର୍ଘ ୨ ମାସ ପାଖାପାଖି ହେବ ଚାଲିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଅଧ୍ୟକ୍ଷ ଚନ୍ଦନ ବିଜୟ ହାସଲ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସପକ୍ଷବାଦୀ ଦୀର୍ଘଦିନ ହେଲା ଅଜ୍ଞାତବାସରେ ଥିଲେ ମଧ୍ୟ ଆବଶ୍ୟକ ଥୂବା ସଂଖ୍ୟା ୩୭ ଜଣ ସଦସ୍ୟ ନ ହେବାରୁ ସେମାନେ ଆଜି ବ୍ଲକ କାର୍ଯ୍ୟଳୟରେ ଅନୁପସ୍ଥିତ ରହି ଭୋଟିଂରେ ଭାଗ ନେଇ ପାରି ନ ଥିଲେ। ଫଳରେ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବରେ ବିଜୟୀ ହୋଇ ତାଙ୍କ ପଦବୀ ବଜାୟ ରଖୁଛନ୍ତି। ଦୀର୍ଘଦିନ ହେଲା କେସିଙ୍ଗା ବ୍ଲକରେ ଚାଲିଥିବା ହାଇଡ୍ରାମାର ଯବନିକା ପଡିଛି ଓ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି।
ଚନ୍ଦନଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ଓ ସମ୍ବର୍ଦ୍ଧନାର ସୁଅ ଛୁଟିବାରେ ଲାଗିଛି। ଏ ନେଇ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ମୁଁ ସ୍ବଚ୍ଛ ଓ ନିର୍ମଳ ଭାବେ କାର୍ଯ୍ୟ କରି ଆସୁଛି, ଯେଉଁମାନେ ଦୁର୍ନୀତି କରୁଥିଲେ। ସେମାନେ ପରାଜୟ ହୋଇଛନ୍ତି, ମୋ ସହ ସମସ୍ତେ ସାମିଲ ହୋଇ ସମିତି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାହାଯ୍ୟ କରନ୍ତୁ ବୋଲି ପ୍ରକାଶ କରିଥିଲେ।
The post ଅଧ୍ୟକ୍ଷଙ୍କ ବିରୋଧରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ: ବିରୋଧୀ ଶିବିରରେ ଖେଳିଗଲା ନୈରାଶ୍ୟ appeared first on Dharitri Odia News.