ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ, କହିଲେ- ୧୫ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଟିକେଟ୍
ଭୁବନେଶ୍ବର ୧୨।୪: ବାଜି ସାରିଛି ନିର୍ବାଚନୀ ବିଗୁଲ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି । ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ ଓ କର୍ମୀ । ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିସାରିଲେଣି ପ୍ରାର୍ଥୀ । ଏବେବି କିଛି ଆସନରେ ପ୍ରାର୍ଥୀ ଦେଇନାହାନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ସେଥିମଧ୍ୟରୁ କଂଗ୍ରେସ ଦଳ ସବୁଠୁ ପଛରେ ରହିଛି । କଂଗ୍ରେସ ବିଧାନସଭା ଆସନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ଲୋକସଭା ଆସନ ପାଇଁ ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ସମୟରେ ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ଆସିବାର ସମ୍ଭାବନା ରହିଛି । ଶନିବାର ସ୍କ୍ରିନିଂ ବୈଠକ ଓ ରବିବାର ସିଇସି ବୈଠକ ବସିବ । ବୈଠକ ଚୂଡାନ୍ତ ପରେ ଆସିବ ଏକାଧିକ ପ୍ରାର୍ଥୀ ତାଲିକା ବୋଲି ଶରତ ପଟ୍ଟନାୟକ କହିଛନ୍ତି ।ସେପଟେ ଭୁବନେଶ୍ବର ଲୋକସଭା ସମେତ ଏହା ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ କରିପାରୁନାହିଁ କଂଗ୍ରେସ । ଇତିମଧ୍ୟରେ ବିଜେଡି ଓ ବିଜେପି ଭୁବନେଶ୍ବର ଲୋକସଭା କ୍ଷେତ୍ର ସମେତ ଅର୍ଧାଧିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ପ୍ରାର୍ଥୀମାନେ ମଧ୍ୟ ଦଳବଳ ସହ ମଇଦାନକୁ ଓହ୍ଲାଇଲେଣି । କିଏ ସକାଳୁ ପାର୍କ ବୁଲୁଛନ୍ତି ତ ଆଉ କିଏ
ଭୁବନେଶ୍ବର ୧୨।୪: ବାଜି ସାରିଛି ନିର୍ବାଚନୀ ବିଗୁଲ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି । ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ ଓ କର୍ମୀ । ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିସାରିଲେଣି ପ୍ରାର୍ଥୀ । ଏବେବି କିଛି ଆସନରେ ପ୍ରାର୍ଥୀ ଦେଇନାହାନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ସେଥିମଧ୍ୟରୁ କଂଗ୍ରେସ ଦଳ ସବୁଠୁ ପଛରେ ରହିଛି । କଂଗ୍ରେସ ବିଧାନସଭା ଆସନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ଲୋକସଭା ଆସନ ପାଇଁ ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ସମୟରେ ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ଆସିବାର ସମ୍ଭାବନା ରହିଛି । ଶନିବାର ସ୍କ୍ରିନିଂ ବୈଠକ ଓ ରବିବାର ସିଇସି ବୈଠକ ବସିବ । ବୈଠକ ଚୂଡାନ୍ତ ପରେ ଆସିବ ଏକାଧିକ ପ୍ରାର୍ଥୀ ତାଲିକା ବୋଲି ଶରତ ପଟ୍ଟନାୟକ କହିଛନ୍ତି ।
ସେପଟେ ଭୁବନେଶ୍ବର ଲୋକସଭା ସମେତ ଏହା ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ କରିପାରୁନାହିଁ କଂଗ୍ରେସ । ଇତିମଧ୍ୟରେ ବିଜେଡି ଓ ବିଜେପି ଭୁବନେଶ୍ବର ଲୋକସଭା କ୍ଷେତ୍ର ସମେତ ଅର୍ଧାଧିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ପ୍ରାର୍ଥୀମାନେ ମଧ୍ୟ ଦଳବଳ ସହ ମଇଦାନକୁ ଓହ୍ଲାଇଲେଣି । କିଏ ସକାଳୁ ପାର୍କ ବୁଲୁଛନ୍ତି ତ ଆଉ କିଏ କର୍ମୀ ସମ୍ମିଳନୀ ମାଧ୍ୟମରେ ସଙ୍ଗଠନକୁ ସଜାଡ଼ୁଛନ୍ତି । କେହି କେହି ଗଳିକନ୍ଦି ବୁଲି ପ୍ରଚାର ଆରମ୍ଭ କଲେଣି । ଉଭୟ ଦଳ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆଗରେ ଥିବା ବେଳେ କଂଗ୍ରେସ ପଛରେ ପଡ଼ିଛି । କୌଣସି ଆସନ ପାଇଁ ଜଣେ ବି ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ କର୍ମୀମାନେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।
You Can Read:
ଟିକେଟ ମିଳିବା ପରେ ନବୀନ ନିବାସରେ ମନୋରମା ଓ ପ୍ରସନ୍ନ, ଜଣାଇଲେ କୃତଜ୍ଞତା