ଦେଶରେ ଗଡ଼ିବ ୩ ନୂଆ ବନ୍ଦେଭାରତ; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁ ରୁଟ୍ରେ ଚାଲିବ
ନୂଆଦିଲ୍ଲୀ, ୩୧/୮: ଦେଶରେ ଗଡ଼ିବ ଆଉ ୩ ବନ୍ଦେଭାରତ ଏକ୍ସପ୍ରେସ । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ମିରଟ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ଇଗ୍ମୋର ନାଗରକୋଏଲ ରୁଟ୍ରେ ଏହି ଟ୍ରେନ୍ ଗଡ଼ିବ । ଦକ୍ଷିଣ ରେଲ୍ୱେ ଜୋନ୍ରେ ଡ. ଏମ୍ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ ରେଲ୍ୱେ ଷ୍ଟେସନ ଏବଂ ମଦୁରାଇ ଜଙ୍କ୍ସନରେ ଏ ନେଇ କାର୍ଯ୍ୟକ୍ରମ ଆୟୋଜନ ହେବ । ସଦର୍ଣ୍ଣ ରେଲୱେର ଦୁଇ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ସେପ୍ଟେମ୍ବର ୨ରୁ ଚଳାଚଳ ଆରମ୍ଭ କରିବ । ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଟ୍ରେନ୍କୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ ମୋଦି । ଦକ୍ଷିଣ ରେଲଓ୍ବା ଜୋନରେ ପୂର୍ବରୁ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି ।ଚେନ୍ନାଇ- ନାଗରକୋଏଲ ବନ୍ଦେଭାରତ ଭୋର୍ ୫ଟାରୁ ବାହାରି ଅପରାହ୍ଣ ୧.୫୦ମିନିଟରେ ନାଗରକୋଏଲରେ ପହଞ୍ଚିବ । ନାଗରକୋଏଲରେ ଜଙ୍କସନରେ ପହଞ୍ଚିବା ପୂର୍ବରୁ ତାମ୍ବରମ୍, ବିଲ୍ଲୁପୁରମ୍, ତିରଚିରାପାଲ୍ଲି, ଡିଣ୍ଡୁଗଲ, କୋଓ୍ବଲବେଲି ଆଦି ଷ୍ଟେସନରେ ରହଣି କରିବ । ସେହିପରି ନାଗରକୋଏଲରୁ ଅପରାହ୍ଣ ୨.୨୦ ମିନିଟରେ ବାହାରି ରାତି ୧୧ଟାରେ ଚେନ୍ନାଇ ଏଗମୋରରେ ପହଞ୍ଚିବ । ମଦୁରାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ବନ୍ଦେଭାରତ ଏକ୍ସପ୍ରେସ ମଙ୍ଗଳବାରକୁ ଛାଡ଼ି ସପ୍ତାହରେ ୬ଦିନ ଚାଲିବ । ମଦୁରାଇରୁ ଏହା ଭୋର ୫.୧୫ମିନିଟରେ ବାହାରି ଅପରାହ୍ଣ ଗ
ନୂଆଦିଲ୍ଲୀ, ୩୧/୮: ଦେଶରେ ଗଡ଼ିବ ଆଉ ୩ ବନ୍ଦେଭାରତ ଏକ୍ସପ୍ରେସ । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ମିରଟ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ଇଗ୍ମୋର ନାଗରକୋଏଲ ରୁଟ୍ରେ ଏହି ଟ୍ରେନ୍ ଗଡ଼ିବ । ଦକ୍ଷିଣ ରେଲ୍ୱେ ଜୋନ୍ରେ ଡ. ଏମ୍ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ ରେଲ୍ୱେ ଷ୍ଟେସନ ଏବଂ ମଦୁରାଇ ଜଙ୍କ୍ସନରେ ଏ ନେଇ କାର୍ଯ୍ୟକ୍ରମ ଆୟୋଜନ ହେବ । ସଦର୍ଣ୍ଣ ରେଲୱେର ଦୁଇ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ସେପ୍ଟେମ୍ବର ୨ରୁ ଚଳାଚଳ ଆରମ୍ଭ କରିବ । ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଟ୍ରେନ୍କୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ ମୋଦି । ଦକ୍ଷିଣ ରେଲଓ୍ବା ଜୋନରେ ପୂର୍ବରୁ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି ।
ଚେନ୍ନାଇ- ନାଗରକୋଏଲ ବନ୍ଦେଭାରତ ଭୋର୍ ୫ଟାରୁ ବାହାରି ଅପରାହ୍ଣ ୧.୫୦ମିନିଟରେ ନାଗରକୋଏଲରେ ପହଞ୍ଚିବ । ନାଗରକୋଏଲରେ ଜଙ୍କସନରେ ପହଞ୍ଚିବା ପୂର୍ବରୁ ତାମ୍ବରମ୍, ବିଲ୍ଲୁପୁରମ୍, ତିରଚିରାପାଲ୍ଲି, ଡିଣ୍ଡୁଗଲ, କୋଓ୍ବଲବେଲି ଆଦି ଷ୍ଟେସନରେ ରହଣି କରିବ । ସେହିପରି ନାଗରକୋଏଲରୁ ଅପରାହ୍ଣ ୨.୨୦ ମିନିଟରେ ବାହାରି ରାତି ୧୧ଟାରେ ଚେନ୍ନାଇ ଏଗମୋରରେ ପହଞ୍ଚିବ ।
ମଦୁରାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ବନ୍ଦେଭାରତ ଏକ୍ସପ୍ରେସ ମଙ୍ଗଳବାରକୁ ଛାଡ଼ି ସପ୍ତାହରେ ୬ଦିନ ଚାଲିବ । ମଦୁରାଇରୁ ଏହା ଭୋର ୫.୧୫ମିନିଟରେ ବାହାରି ଅପରାହ୍ଣ ଗୋଟାଏରେ ବେଙ୍ଗାଲୁରୁ ଛାବନୀରେ ପହଞ୍ଚିବ । ସେହିପରି ବେଙ୍ଗାଲୁରୁ ଛାବନୀରୁ ୧.୩୦ମିନିଟରେ ବାହାରି ରାତି ୯.୪୫ରେ ମଦୁରାଇରେ ପହଞ୍ଚିବ ।