ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜର ଯୁକ୍ତ ୨ ବାଣିଜ୍ୟ ଛାତ୍ରୀ ଆତ୍ମହତ୍ୟା... The post ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ appeared first on .

ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜର ଯୁକ୍ତ ୨ ବାଣିଜ୍ୟ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଯୁକ୍ତ ଦୁଇ ପରୀକ୍ଷାରେ ନିରୀକ୍ଷକ ସ୍କ୍ଵାଡର ନିୟୋଜିତ ଜଣେ ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ମାଆ। ଏ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ମାଆl ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ ସମ୍ପୃକ୍ତ ଛାତ୍ରୀl ପରୀକ୍ଷାରୁ ଫେରିବା ପରେ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାଆଙ୍କୁ ଅଭିଯୋଗ କରିଥିଲେ। କମନ୍ ରୁମକୁ ଡାକି ଶାରିରୀକ ନିର୍ଯାତନା ଦେଇଥିବା କହିଥିଲେ। ଛାତ୍ରୀ ଜଣଙ୍କ ଗତ  ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଗତକାଲି ଏ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

The post ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ appeared first on .