ଅନନ୍ୟ ମନ୍ଦିର; ଏଠାରେ ଶନିଦେବଙ୍କୁ ଲାଗି ହୁଏ ସିନ୍ଦୁର ଲେପ !

ନୂଆଦିଲ୍ଲୀ ୦୭।୦୬: ନ୍ୟାୟ ଦେବତା ଶନିଦେବ। ସାଧାରଣତଃ ଶନିଦେବ ମହାରାଜଙ୍କ କଳା ପ୍ରତିମା ଉପରେ କଳା ଲେପ ଲଗାଯାଇଥିବା ସମସ୍ତେ ନିଶ୍ଚୟ ଦେଖିଥିବେ । କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଶନିଦେବଙ୍କୁ କଳା ନୁହେଁ ବରଂ ସିନ୍ଦୁରର ଲେପ ଲଗାଯାଏ ।   ଏହି ମନ୍ଦିରଟି ମଧ୍ୟପ୍ରଦେଶ ଇନ୍ଦୋରର ଜୁନି ଅଞ୍ଚଳରେ ଅବସ୍ଥିତ। ମନ୍ଦିରର ରହିଛି ବହୁତ ମାନ୍ୟତା । ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଅନୁଯାୟୀ, ଶନିଦେବ ମହାରାଜଙ୍କ ଏହି ମନ୍ଦିର ପ୍ରାୟ ୩୫୦ ବର୍ଷ ପୁରୁଣା। ପୁରୋହିତଙ୍କ କହିବା କଥା ହେଉଛି ତାଙ୍କ ପିତୃପୁରୁଷମାନେ କୂଅ ଭିତରେ ପୋତି ହୋଇଥିବା ଶନି ମହାରାଜଙ୍କ ମୂର୍ତ୍ତିର ସ୍ୱପ୍ନ ଦେଖିଥିଲେ । ସ୍ୱପ୍ନରେ ଶନି ମହାରାଜ କୂଅ ମଧ୍ୟରେ ପ୍ରତିମା ଥିବା ସ୍ବପ୍ନାଦେଶ କରିଥିଲେ । ଯେତେବେଳେ କୂଅ ପାଖରେ ଖୋଳିବା ଆରମ୍ଭ କରାଗଲା ସେତେବେଳେ ଶନିଦେବଙ୍କ ମୂର୍ତ୍ତି ଦେଖିବାକୁ ମିଳିଥିଲା। ଏହାପରେ ସେହି ସ୍ଥାନରେ ଭଗବାନ ଶନିଦେବଙ୍କ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିରର ଖାସ୍ କଥା ହେଉଛି, ଏହି ପ୍ରାଚୀନ ପ୍ରତିମା କଳା ଲେପ ନୁହେଁ ବରଂ ସିନ୍ଦୁରର ଲେପ ଲାଗି ହୋଇଥାଏ । ବିଶ୍ୱାସ କରାଯାଏ ଯେ ଯଦି କୌଣସି ବ୍ୟକ୍ତି ଏଠାରେ ମନରୁ କିଛି ମାଗିଥାନ୍ତି ତେବେ ଭଗବାନ ଶନିଦେବ ତାଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି ।

ଅନନ୍ୟ ମନ୍ଦିର; ଏଠାରେ ଶନିଦେବଙ୍କୁ ଲାଗି ହୁଏ ସିନ୍ଦୁର ଲେପ !

ନୂଆଦିଲ୍ଲୀ ୦୭।୦୬: ନ୍ୟାୟ ଦେବତା ଶନିଦେବ। ସାଧାରଣତଃ ଶନିଦେବ ମହାରାଜଙ୍କ କଳା ପ୍ରତିମା ଉପରେ କଳା ଲେପ ଲଗାଯାଇଥିବା ସମସ୍ତେ ନିଶ୍ଚୟ ଦେଖିଥିବେ । କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଶନିଦେବଙ୍କୁ କଳା ନୁହେଁ ବରଂ ସିନ୍ଦୁରର ଲେପ ଲଗାଯାଏ ।   

ଏହି ମନ୍ଦିରଟି ମଧ୍ୟପ୍ରଦେଶ ଇନ୍ଦୋରର ଜୁନି ଅଞ୍ଚଳରେ ଅବସ୍ଥିତ। ମନ୍ଦିରର ରହିଛି ବହୁତ ମାନ୍ୟତା । ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଅନୁଯାୟୀ, ଶନିଦେବ ମହାରାଜଙ୍କ ଏହି ମନ୍ଦିର ପ୍ରାୟ ୩୫୦ ବର୍ଷ ପୁରୁଣା। ପୁରୋହିତଙ୍କ କହିବା କଥା ହେଉଛି ତାଙ୍କ ପିତୃପୁରୁଷମାନେ କୂଅ ଭିତରେ ପୋତି ହୋଇଥିବା ଶନି ମହାରାଜଙ୍କ ମୂର୍ତ୍ତିର ସ୍ୱପ୍ନ ଦେଖିଥିଲେ । 

ସ୍ୱପ୍ନରେ ଶନି ମହାରାଜ କୂଅ ମଧ୍ୟରେ ପ୍ରତିମା ଥିବା ସ୍ବପ୍ନାଦେଶ କରିଥିଲେ । ଯେତେବେଳେ କୂଅ ପାଖରେ ଖୋଳିବା ଆରମ୍ଭ କରାଗଲା ସେତେବେଳେ ଶନିଦେବଙ୍କ ମୂର୍ତ୍ତି ଦେଖିବାକୁ ମିଳିଥିଲା। ଏହାପରେ ସେହି ସ୍ଥାନରେ ଭଗବାନ ଶନିଦେବଙ୍କ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। 

ମନ୍ଦିରର ଖାସ୍ କଥା ହେଉଛି, ଏହି ପ୍ରାଚୀନ ପ୍ରତିମା କଳା ଲେପ ନୁହେଁ ବରଂ ସିନ୍ଦୁରର ଲେପ ଲାଗି ହୋଇଥାଏ । ବିଶ୍ୱାସ କରାଯାଏ ଯେ ଯଦି କୌଣସି ବ୍ୟକ୍ତି ଏଠାରେ ମନରୁ କିଛି ମାଗିଥାନ୍ତି ତେବେ ଭଗବାନ ଶନିଦେବ ତାଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି ।