ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ

କେସିଙ୍ଗା,୨୬ା୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ କଛାରପଦର ଗ୍ରାମରେ ନିମ୍ନମାନର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ହେବ ନିଜସ୍ବ ଗୃହ ନ ଥିବାରୁ ଏହି କେନ୍ଦ୍ର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଆସୁଛି। ବାରମ୍ବାର ଦାବି ପରେ ଡିସେମ୍ବର ୨୦୨୪ରେ ଏହି କେନ୍ଦ୍ର ପାଇଁ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ଏହା ଏବେ ଅଧାପନ୍ତରିଆ ଅବସ୍ଥାରେ ରହିଛି। ମାତ୍ର ନିର୍ମାଣର କେଇମାସ ମଧ୍ୟରେ ଫାଉଣ୍ଡେଶନରେ ଫାଟ […] The post ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ appeared first on Dharitri Odia News.

ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ

କେସିଙ୍ଗା,୨୬ା୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ କଛାରପଦର ଗ୍ରାମରେ ନିମ୍ନମାନର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ହେବ ନିଜସ୍ବ ଗୃହ ନ ଥିବାରୁ ଏହି କେନ୍ଦ୍ର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଆସୁଛି। ବାରମ୍ବାର ଦାବି ପରେ ଡିସେମ୍ବର ୨୦୨୪ରେ ଏହି କେନ୍ଦ୍ର ପାଇଁ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ଏହା ଏବେ ଅଧାପନ୍ତରିଆ ଅବସ୍ଥାରେ ରହିଛି। ମାତ୍ର ନିର୍ମାଣର କେଇମାସ ମଧ୍ୟରେ ଫାଉଣ୍ଡେଶନରେ ଫାଟ ଦେଖାଦେଲାଣି। ଛାତ ପକାଇଲେ ଗୃହଟି ଭାଙ୍ଗିଯିବା ସମ୍ଭାବନା ରହିଛି। ତୁରନ୍ତ ଏହାର ମରାମତି ସହ ଗୃହ ନିର୍ମାଣ କାର୍ଯ୍ୟ ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ କ’ଣ ପାଇଁ ଏହି ନିର୍ମାଣ କାର୍ଯ୍ୟବେଳେ ଫାଉଣ୍ଡେଶନ ଭାଙ୍ଗିଲା ଓ କାହିଁକି ସମ୍ପୂର୍ଣ୍ଣ ହୋଇନାହିଁ ତାହା ତଦାରଖ କରିବେ ବୋଲି ପ୍ରକାଶ କରିଛନ୍ତି।

The post ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ appeared first on Dharitri Odia News.