ଅନନ୍ୟାଙ୍କ ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆଦିତ୍ୟ ରୟ କପୁର, ପାର୍ଟିରେ ଏକାଠି ଆସିଲେ ନଜର

ମୁମ୍ଵାଇ ୧୦।୦୫: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ ହୋଇଛି। ହେଲେ ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବ୍ରେକ୍‌ଅପ୍‌ କନଫର୍ମ ହେବା ପୂର୍ବରୁ ଅନନ୍ୟା କରିଥିବା ପୋଷ୍ଟକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯାହା ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଥିଲା। ଏବେ ବଲିଉଡର ଗସିପ୍‌ ସର୍କଲରେ ଏକ କଳ୍ପନା ଜଳ୍ପନା ଚାଲିଛି । ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଆଦିତ୍ୟ ସାରା ଅଲୀ ଖାନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।Sara and Adi celebrating Anurag Basu's birthday on sets ❤️#SaraAliKhan #AdityaRoyKapur #AnuragBasu pic.twitter.com/Ap7YbNilq3— Saniya (@Sara__kingdom_) May 8, 2024ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଆଦିତ୍ୟ, ସାରାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଏକ ପାର୍ଟିରେ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା  ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଜନ୍ମଦିନ ପାର୍ଟିରେ ଆଦିତ୍ୟ ଓ ସାରା ପହଞ୍ଚିଥିବା ବେଳେ ପାଖରେ ନଥିଲେ ଅନନ୍ୟା। ନିର୍ଦ୍ଦେଶକ ବୁଧବାର ଦିନ ତାଙ୍କ ଜନ୍ମଦିନ ପାଳନ କରୁଥିଲେ ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ରର ମୁଖ୍ୟ କଳାକାରଙ୍କ ସମେତ ତାଙ୍କର କିଛି ଘନିଷ୍ଠ ବନ୍ଧୁଙ୍କ ସହ ସେ ତାଙ୍କର ବିଶେଷ ଦିନ ପାଳନ କରିଥିଲେ। ଏହାକୁ ଦେଖିବା ପରେ ଅନନ୍ୟାଙ୍କ

ଅନନ୍ୟାଙ୍କ ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆଦିତ୍ୟ ରୟ କପୁର, ପାର୍ଟିରେ ଏକାଠି ଆସିଲେ ନଜର

ମୁମ୍ଵାଇ ୧୦।୦୫: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ ହୋଇଛି। ହେଲେ ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବ୍ରେକ୍‌ଅପ୍‌ କନଫର୍ମ ହେବା ପୂର୍ବରୁ ଅନନ୍ୟା କରିଥିବା ପୋଷ୍ଟକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯାହା ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଥିଲା। ଏବେ ବଲିଉଡର ଗସିପ୍‌ ସର୍କଲରେ ଏକ କଳ୍ପନା ଜଳ୍ପନା ଚାଲିଛି । ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଆଦିତ୍ୟ ସାରା ଅଲୀ ଖାନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।



ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଆଦିତ୍ୟ, ସାରାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଏକ ପାର୍ଟିରେ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା  ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଜନ୍ମଦିନ ପାର୍ଟିରେ ଆଦିତ୍ୟ ଓ ସାରା ପହଞ୍ଚିଥିବା ବେଳେ ପାଖରେ ନଥିଲେ ଅନନ୍ୟା। ନିର୍ଦ୍ଦେଶକ ବୁଧବାର ଦିନ ତାଙ୍କ ଜନ୍ମଦିନ ପାଳନ କରୁଥିଲେ ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ରର ମୁଖ୍ୟ କଳାକାରଙ୍କ ସମେତ ତାଙ୍କର କିଛି ଘନିଷ୍ଠ ବନ୍ଧୁଙ୍କ ସହ ସେ ତାଙ୍କର ବିଶେଷ ଦିନ ପାଳନ କରିଥିଲେ। ଏହାକୁ ଦେଖିବା ପରେ ଅନନ୍ୟାଙ୍କ ସହ ଆଦିତ୍ୟଙ୍କ ବ୍ରେକଅପ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ବୋଲି ଏବେ ଲୋକେ କହିବା ଆରମ୍ଭ କରିଛନ୍ତି। ମାର୍ଚ୍ଚରେ ଅଲଗା ହେବା ପରେ ଏବେ ଆଦିତ୍ୟ ସାରାଙ୍କ ସହ ବନ୍ଧୁତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କେହି କେହି କହିଛନ୍ତି କି ଦୁହେଁ କେବଳ ଚଳଚ୍ଚିତ୍ର ପାଇଁ ଏକାଠି ହୋଇପାରନ୍ତି। ଆଉ କିଛି କହିଛନ୍ତି ସାରା-ଆଦିତ୍ୟ କେବଳ ଭଲ ସାଙ୍ଗ। ଜଣେ ପ୍ରଶଂସକ କହିଛନ୍ତି, 'ସେମାନେ ମେଟ୍ରୋ ୨ ର ସୁଟିଂ କରୁଛନ୍ତି। କିଛି ଦିନ ତଳେ ଇନଷ୍ଟା ଷ୍ଟାଟସରେ ଅନନ୍ୟା ଲେଖିଥିଲେ, “ଯାହାକୁ ତୁମ ପାଇଁ ଭଗବାନ ଲେଖିଥିବେ, ସେ ଆପେ ଆପେ ତୁମ ପାଖକୁ ଆସିବ। ତୁମେ ତାକୁ ଯେତେ ବି ନିଜ ଜୀବନରୁ ଦୂରେଇ ରଖିଲେ ବି ସେ ପୁଣି ତୁମ ପାଖକୁ ଆସିବ। କହିବାକୁ ଗଲେ ମେଟ୍ରୋ ଇନ୍‌ ଦିନୋ ସେପ୍ଟେମ୍ବର ୨୪, ୨୦୨୪ ରେ ମୁକ୍ତିଲାଭ କରିବ।