ଦଶରଥଙ୍କ ଭୂମିକାରେ ନଜର ଆସିବେ ଅମିତାଭ!

ମୁମ୍ବାଇ: ନିତେଶ ତିୱାରୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ‘ରାମାୟଣ’ ପାଇଁ କଠିନ ପରିଶ୍ରମ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କ ମୁଭିରେ ସବୁଠାରୁ ବଡ ଷ୍ଟାର କାଷ୍ଟଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାଆ ସୀତା ଭୂମିକାରେ ସାଇ ପଲ୍ଲବିଙ୍କୁ କା୍ଯଯ କରୁଥିବା ବେଳେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁରଙ୍କୁ କାଷ୍ଟ କରୁଛନ୍ତି। ଏବେ ଖବର ଆସୁଛି ଯେ ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଜୁମ ଏଣ୍ଟରଟେନମେଣ୍ଟର ଏକ ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ […] The post ଦଶରଥଙ୍କ ଭୂମିକାରେ ନଜର ଆସିବେ ଅମିତାଭ! appeared first on Dharitri Odia News.

ଦଶରଥଙ୍କ ଭୂମିକାରେ ନଜର ଆସିବେ ଅମିତାଭ!

ମୁମ୍ବାଇ: ନିତେଶ ତିୱାରୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ‘ରାମାୟଣ’ ପାଇଁ କଠିନ ପରିଶ୍ରମ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କ ମୁଭିରେ ସବୁଠାରୁ ବଡ ଷ୍ଟାର କାଷ୍ଟଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାଆ ସୀତା ଭୂମିକାରେ ସାଇ ପଲ୍ଲବିଙ୍କୁ କା୍ଯଯ କରୁଥିବା ବେଳେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁରଙ୍କୁ କାଷ୍ଟ କରୁଛନ୍ତି। ଏବେ ଖବର ଆସୁଛି ଯେ ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।
ଜୁମ ଏଣ୍ଟରଟେନମେଣ୍ଟର ଏକ ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ନୀତୀଶ ତିୱାରୀଙ୍କ ‘ରାମାୟଣ’ରେ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ଏହି ଭୂମିକା ପାଇଁ ଅମିତାଭ ବଚ୍ଚନଙ୍କୁ ଆପ୍ରୋଚ କରାଯାଇଛି। ଏହା ପ୍ରଥମ ଘଟଣା ନୁହେଁ। ବହୁ ଦିନ ପୂର୍ବେ ବିଗ ବିଙ୍କୁ ରାଜା ଦାଶରଥଙ୍କ ଭୂମିକା ଅଫର ଦିଆଯାଇଥିଲା।

ସୂଚନାଯୋଗ୍ୟ, ସଞ୍ଜୟ ଖାନ ଦି ଲିଜେଣ୍ଡ ଅଫ ରାମ ଟାଇଟଲ ସହିତ ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ସେତେବେଳେ ମଧ୍ୟ ରାଜା ଦଶରଥଙ୍କ ଭୂମିକା ପାଇଁ ଅମିତାଭଙ୍କ ନିକଟକୁ ଯାଇଥିଲେ। ଏହି ଚଳଚ୍ଚିତ୍ରରେ ରାମ ଭୂମିକାରେ ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିଥିଲା। ସଞ୍ଜୟଙ୍କ ପୁଅ ଜାଏଦ ଖାନ ଲକ୍ଷ୍ମଣ ହେବାକୁ ଯାଉଥିଲେ। ତେବେ କୌଣସି କାରଣରୁ ଫିଲ୍ମକୁ ନିର୍ମାଣ କରାଯାଇଥିଲା।
ଏବେ ଅମିତାଭ ବଚ୍ଚନଙ୍କ ବିଷୟରେ ଖବର ଆସିଛି ଯେ ସେ ‘ରାମାୟଣ’ରେ ରାଜା ଦଶରଥ ଭୂମିକାରେ ଅଭିନୟ କରିପାରିବେ ଏବଂ ଆଜି ବିଗ ବି ତୁଲସୀ ପୂଜା କରିବା ସମୟରେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଅମିତାଭ ବଚ୍ଚନ ତୁଳସୀଙ୍କୁ ଜଳ ଏବଂ କ୍ଷୀର ଦେଉଥିବାର ନଜର ଆସିଛନ୍ତି।