ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍‌ (କାବିଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଜିଓଫିଜିକାଲ୍‌ ଅନୁସନ୍ଧାନ କ୍ଷେତ୍ରରେ ଏକ ଦୀର୍ଘକାଳୀନ ସହଯୋଗ ତଥା କ୍ରିଟିକାଲ୍‌ ମିନେରାଲ କ୍ଷେତ୍ରରେ ନିଜର ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବା ନିମନ୍ତେ ଏହି ଚୁକ୍ତିନାମା ହୋଇଛି। ଏହା ମାଧ୍ୟମରେ ଜିଓଫିଜିକାଲ୍‌, ଜିଓକେମିକାଲ୍‌ […] The post ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା appeared first on Dharitri Odia News.

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍‌ (କାବିଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଜିଓଫିଜିକାଲ୍‌ ଅନୁସନ୍ଧାନ କ୍ଷେତ୍ରରେ ଏକ ଦୀର୍ଘକାଳୀନ ସହଯୋଗ ତଥା କ୍ରିଟିକାଲ୍‌ ମିନେରାଲ କ୍ଷେତ୍ରରେ ନିଜର ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବା ନିମନ୍ତେ ଏହି ଚୁକ୍ତିନାମା ହୋଇଛି। ଏହା ମାଧ୍ୟମରେ ଜିଓଫିଜିକାଲ୍‌, ଜିଓକେମିକାଲ୍‌ ଏବଂ ଜିଓଲୋଜିକାଲ୍‌ ସର୍ଭେ ସହିତ ତଥ୍ୟ ବିଶ୍ଳେଷଣ, ବ୍ୟାଖ୍ୟା ଓ ମଡେଲିଂ, ବୈଜ୍ଞାନିକ ଜ୍ଞାନ ଆଦାନପ୍ରଦାନ, ବୈଷୟିକ ସହାୟତା ଏବଂ ପରାମର୍ଶ ସେବା ଦିଗରେ ଉଭୟ ସଂସ୍ଥାର ମିଳିତ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନାଲ୍‌କୋର ସିଏମ୍‌ଡି ତଥା କାବିଲ ଚେୟାରମ୍ୟାନ୍‌ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ନାଲ୍‌କୋ ନିର୍ଦ୍ଦେଶକ (ବାଣିଜି୍ୟକ) ତଥା କାବିଲ୍‌ ସିଇଓ ସଦାଶିବ ସାମନ୍ତରାୟ ଏବଂ ସିଏସ୍‌ଆଇଆର-ଏନ୍‌ଜିଆରଆଇର ନିର୍ଦ୍ଦେଶକ ଡ.ପ୍ରକାଶ କୁମାର ସ୍ବାକ୍ଷର କରିଛନ୍ତି। ଏ ସମ୍ପର୍କରେ ସିଏମ୍‌ଡି, ନାଲ୍‌କୋ ତଥା ଚେୟାରମ୍ୟାନ୍‌ କାବିଲ, ଶ୍ରୀଧର ପାତ୍ର କହିଛନ୍ତି, ଏହି ସହଯୋଗ ମାଧ୍ୟମରେ କାବିଲର ବିଭିନ୍ନ ପ୍ରକଳ୍ପ ନିମନ୍ତେ ନୂତନ ଉଦ୍ଭାବନ ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ନିମନ୍ତେ ଅନେକ ମାର୍ଗ ଉନ୍ମୁକ୍ତ ହେବ।

The post ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା appeared first on Dharitri Odia News.