ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…
କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତେଣ୍ଡାପାଳି ପଞ୍ଚାୟତ ଛତାଗୋଏରା ଗାଁର ଛବିଲାଲ ନାଗ(୪୫)। ମିଳିଥିବା ସୂଚନା ମୁତାବକ, ଛବିଲାଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର ହେଉଥିଲେ। ସେତିକିବେଳେ ଦ୍ରୁତଗତିରେ ଆସୁଥିବା ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ […] The post ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ… appeared first on Dharitri Odia News.
କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତେଣ୍ଡାପାଳି ପଞ୍ଚାୟତ ଛତାଗୋଏରା ଗାଁର ଛବିଲାଲ ନାଗ(୪୫)।
ମିଳିଥିବା ସୂଚନା ମୁତାବକ, ଛବିଲାଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର ହେଉଥିଲେ। ସେତିକିବେଳେ ଦ୍ରୁତଗତିରେ ଆସୁଥିବା ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଛବିଲାଲଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ତୁରନ୍ତ କୋକସରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ହେଲେ ପରିବାର ଲୋକଙ୍କ ସହ ଗ୍ରାମବାସୀ କ୍ଷତିପୂରଣ ଦାବି କରି ଧର୍ମଗଡ଼- ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଅବରୋଧ କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇ ଧର୍ମଗଡ଼ ଅତିରିକ୍ତ ତହସିଲଦାର ପହଞ୍ଚି ରେଡ଼କ୍ରସ ଏବଂ ହରିଶ୍ଚନ୍ଦ୍ର ଯୋଜନା ଓ ସରକାରୀ ନିୟମ ଅନୁସାରେ ଦୁର୍ଘଟଣା ଜନିତ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଯାଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କୋକସରା ଥାନାରେ ଏକ ମାମଲା(ନଂ.୨୩୧/୨୦୨୪) ରୁଜୁ ହୋଇଛି।
The post ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ… appeared first on Dharitri Odia News.