ଟ୍ରମ୍ପ ଓ ମସ୍କଙ୍କୁ ବିରୋଧ କରି ଆମେରିକାରେ ବ୍ୟାପିଲା ଅଶାନ୍ତି, ୧୪୦୦ରୁ ଉର୍ଦ୍ଧ୍ୱ ହ୍ୟାଣ୍ଡସ୍ ଅପ୍ ରାଲି

ଓ୍ୱାଶିଂଟନଡିସି ୦୭/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ନୀତିକୁ ସାରା ବିଶ୍ୱରେ ସମାଲୋଚନା କରାଯାଉଥିବା  ବେଳେ ଏବେ ଖୋଦ୍‌ ଆମେରିକାବାସୀ  ଟ୍ରମ୍ପ୍‌ ଏବଂ ତାଙ୍କ ସହଯୋଗୀ ଅରବପତି ଏଲନ୍‌ ମସ୍କଙ୍କ ବିରୋଧରେ ରାସ୍ତାକୁ  ଓହ୍ଲାଇଛନ୍ତି । ଶନିବାର ଆମେରିକାର ସମସ୍ତ ୫୦ ରାଜ୍ୟରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ବିଭାଗରେ ଛଟେଇ, ଜନସାଧାରଣଙ୍କ  ସେବା ହ୍ରାସ ପାଇବା, ମାନବାଧିକାର  ସଙ୍ଗଠନଗୁଡ଼ିକୁ ପାଣ୍ଠି ହ୍ରାସ ଏବଂ ଅନ୍ୟ  ବିବାଦୀୟ ସାମାଜିକ ଓ ଅର୍ଥନୈତିକ ନୀତିକୁ ବିରୋଧ କରି ଲକ୍ଷ ଲକ୍ଷ ଲୋକ  ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୱାଶିଂଟନ୍‌ ଡିସିଠାରୁ ଆରମ୍ଭ କରି ବୋଷ୍ଟନ, ଶିକାଗୋ, ଲସ୍‌ ଏଞ୍ଜେଲ୍ସ,  ନ୍ୟୁୟର୍କ ଆଦି ସମେତ ଦେଶବ୍ୟାପୀ  ୧୪ଶହରୁ ଊଦ୍ଧ୍ୱର୍ ‘ହ୍ୟାଣ୍ଡ୍‌ସ ଅଫ୍‌’(ବିରୋଧ  ପ୍ରଦର୍ଶନର ନାମ) ରାଲି ଆୟୋଜିତ  ହୋଇଛି । ଏହି ହ୍ୟାଣ୍ଡସ୍‌ ଅଫ୍‌ର ଅର୍ଥ  ‘ଆମ ଅଧିକାରରୁ ଦୂରେଇ ରୁହ’ ।  ଏଥିରେ ଦେଶର ସବୁବର୍ଗର ଲୋକ,  ୧୫୦ରୁ ଊଦ୍ଧ୍ୱର୍ ସଙ୍ଗଠନ, ଶ୍ରମିକ ସଂଘ, ଏଲ୍‌ଜିବିଟିକ୍ୟୁ, ପୂର୍ବତନ ସୈନିକ,  ନିର୍ବାଚନୀ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ  ହୋଇଛନ୍ତି । ବିକ୍ଷୋଭରେ ସାମିଲ ହେବା  ପାଇଁ ୬ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ପଞ୍ଜୀକରଣ  କରାଇଥିଲେ । ଏହା ବ୍ୟତୀତ ନିକଟରେ  ଟ୍ରମ୍ପ୍‌ ଘୋଷଣା କରିଥିବା ଟାରିଫ୍‌କୁ ବିରୋଧ  କରି ଲଣ୍ଡନ, ପ୍ୟାରିସ୍‌, ବର୍ଲିନରେ  ମଧ୍ୟ ବିକ୍ଷ

ଟ୍ରମ୍ପ ଓ ମସ୍କଙ୍କୁ ବିରୋଧ କରି ଆମେରିକାରେ ବ୍ୟାପିଲା ଅଶାନ୍ତି, ୧୪୦୦ରୁ ଉର୍ଦ୍ଧ୍ୱ ହ୍ୟାଣ୍ଡସ୍ ଅପ୍ ରାଲି

ଓ୍ୱାଶିଂଟନଡିସି ୦୭/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ନୀତିକୁ ସାରା ବିଶ୍ୱରେ ସମାଲୋଚନା କରାଯାଉଥିବା  ବେଳେ ଏବେ ଖୋଦ୍‌ ଆମେରିକାବାସୀ  ଟ୍ରମ୍ପ୍‌ ଏବଂ ତାଙ୍କ ସହଯୋଗୀ ଅରବପତି ଏଲନ୍‌ ମସ୍କଙ୍କ ବିରୋଧରେ ରାସ୍ତାକୁ  ଓହ୍ଲାଇଛନ୍ତି । ଶନିବାର ଆମେରିକାର ସମସ୍ତ ୫୦ ରାଜ୍ୟରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ବିଭାଗରେ ଛଟେଇ, ଜନସାଧାରଣଙ୍କ  ସେବା ହ୍ରାସ ପାଇବା, ମାନବାଧିକାର  ସଙ୍ଗଠନଗୁଡ଼ିକୁ ପାଣ୍ଠି ହ୍ରାସ ଏବଂ ଅନ୍ୟ  ବିବାଦୀୟ ସାମାଜିକ ଓ ଅର୍ଥନୈତିକ ନୀତିକୁ ବିରୋଧ କରି ଲକ୍ଷ ଲକ୍ଷ ଲୋକ  ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

ୱାଶିଂଟନ୍‌ ଡିସିଠାରୁ ଆରମ୍ଭ କରି ବୋଷ୍ଟନ, ଶିକାଗୋ, ଲସ୍‌ ଏଞ୍ଜେଲ୍ସ,  ନ୍ୟୁୟର୍କ ଆଦି ସମେତ ଦେଶବ୍ୟାପୀ  ୧୪ଶହରୁ ଊଦ୍ଧ୍ୱର୍ ‘ହ୍ୟାଣ୍ଡ୍‌ସ ଅଫ୍‌’(ବିରୋଧ  ପ୍ରଦର୍ଶନର ନାମ) ରାଲି ଆୟୋଜିତ  ହୋଇଛି । ଏହି ହ୍ୟାଣ୍ଡସ୍‌ ଅଫ୍‌ର ଅର୍ଥ  ‘ଆମ ଅଧିକାରରୁ ଦୂରେଇ ରୁହ’ ।  ଏଥିରେ ଦେଶର ସବୁବର୍ଗର ଲୋକ,  ୧୫୦ରୁ ଊଦ୍ଧ୍ୱର୍ ସଙ୍ଗଠନ, ଶ୍ରମିକ ସଂଘ, ଏଲ୍‌ଜିବିଟିକ୍ୟୁ, ପୂର୍ବତନ ସୈନିକ,  ନିର୍ବାଚନୀ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ  ହୋଇଛନ୍ତି । ବିକ୍ଷୋଭରେ ସାମିଲ ହେବା  ପାଇଁ ୬ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ପଞ୍ଜୀକରଣ  କରାଇଥିଲେ । 

ଏହା ବ୍ୟତୀତ ନିକଟରେ  ଟ୍ରମ୍ପ୍‌ ଘୋଷଣା କରିଥିବା ଟାରିଫ୍‌କୁ ବିରୋଧ  କରି ଲଣ୍ଡନ, ପ୍ୟାରିସ୍‌, ବର୍ଲିନରେ  ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ୨୦୧୭ରେ ମହିଳା ମାର୍ଚ୍ଚ ଏବଂ ୨୦୨୦ର  ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ  ପରେ ଏହାକୁ ଆମେରିକାର ସବୁଠୁ ବଡ଼  ଜନଆନ୍ଦୋଳନ ବୋଲି କୁହାଯାଉଛି ।  ବିକ୍ଷୋଭକାରୀଙ୍କ ଅଭିଯୋଗ  ଅନୁସାରେ, ଟ୍ରମ୍ପ୍‌ ସରକାର ଗଣତାନ୍ତ୍ରିକ  ସଂସ୍ଥାକୁ ଦୁର୍ବଳ କରିବାରେ ଲାଗିଛନ୍ତି ।  ଜଣେ କାର୍ଯ୍ୟକର୍ତ୍ତା ଗ୍ରେଲେନ୍‌ ହେଗ୍‌ଲର  କହିଛନ୍ତି, ସରକାର ଶୋଇଥିବା ସିଂହକୁ  ଉଠାଇ ଦେଇଛନ୍ତି । ଏବେ ତ ଆରମ୍ଭ  ମାତ୍ର । 

ସରକାରୀ ଏଜେନ୍ସିଗୁଡ଼ିକରେ  ବହୁମାତ୍ରାରେ ଛଟେଇ ହେବା ଦ୍ୱାରା  ଟିକସଦାତାଙ୍କ ଅରବ ଡଲାର ବଞ୍ଚୁଥିବା ନିକଟରେ ମସ୍କ କହିଥିଲେ । କିନ୍ତୁ ଆମେରିକୀୟମାନେ ଟ୍ରମ୍ପ୍‌ ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେରିକାରେ ଜରୁରି ସେବାକୁ ଶେଷ କରାଯାଉଥିବା  ଭଳି ଦେଖୁଛନ୍ତି । ସେହିପରି ସାମାଜିକ ସୁରକ୍ଷା ସମ୍ବନ୍ଧିତ କାର୍ଯ୍ୟାଳୟ ବନ୍ଦ କରାଯିବା, ସ୍ୱାସ୍ଥ୍ୟସେବା,  ଶିକ୍ଷା ବ୍ୟବସ୍ଥା ଆଦି ପାଇଁ ପାଣ୍ଠି କମାଯିବା,  ଏଲ୍‌ଜିବିଟିକ୍ୟୁ କମ୍ୟୁନିଟି ପାଇଁ ସରକାର କଠୋର ହେବା ଆଦିକୁ ମଧ୍ୟ ଜୋରଦାର ବିରୋଧ କରାଯାଉଛି । 

ଏହି ବିକ୍ଷୋଭ ଆମେରିକା ସୀମା ବାହାରେ ୟୁରୋପକୁ  ବି ବ୍ୟାପିଛି । ଏହା ଆର୍ଥିକ ପାଗଳାମୀ ଏବଂ ଟ୍ରମ୍ପ୍‌ ଆମ ସଭିଁଙ୍କୁ ବୈଶ୍ୱିକ ମାନ୍ଦାବସ୍ଥା ଆଡ଼କୁ ଠେଲୁଛନ୍ତି ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିଛନ୍ତି । ତେବେ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନକୁ ଖାରଜ କରାଯାଇଛି । ଟ୍ରମ୍ପ୍‌ ସରକାର ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ଟ୍ରମ୍ପ୍‌ ଆମେରିକୀୟଙ୍କ ପାଇଁ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।  

ଡେମୋକ୍ରାଟ୍‌ସମାନେ ଅବୈଧ ପ୍ରବାସୀଙ୍କୁ ଏହି ଲାଭ ଦେବାକୁ ଚାହାଁନ୍ତି । ଯାହାଦ୍ୱାରା ଯୋଜନା ଦେବାଳିଆ ହୋଇଯିବ ଏବଂ ବୟସ୍କଙ୍କ ଉପରେ ଏହାର ଚାପ  ବଢ଼ିବ । ସେହିଭଳି ଟ୍ରମ୍ପ ପ୍ରଶାସନରେ ଡିଓଜିଇ  (ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି) ର ମୁଖ୍ୟ ଥିବା ମସ୍କ କହିଛନ୍ତି ସରକାରୀ କଳକୁ ହ୍ରାସ କରିବା ଫଳରେ ଟିକତଦାତାଙ୍କ  କୋଟି କୋଟି ଟଙ୍କା ସଞ୍ଚୟ ହୋଇପାରିବ । ଟ୍ରମ୍ପ ଗତ ୨ ତାରିଖରୁ ବିଶ୍ୱର ବିଭିନ୍ନ ଦେଶ  ଉପରେ ଯେସାକୁ ତେସା ଟିକସ ବ୍ୟବସ୍ଥା ଲାଗୁ  କରିଛନ୍ତି । 

ଅର୍ଥାତ ଯେଉଁଦେଶ ଆମେରିକା ସାମଗ୍ରୀ ଉପରେ ଯେତିକ ପରିମାଣର ଟିକସ ଲଗାଉଛନ୍ତି ସେହି ଦେଶ ଉପରେ ଟ୍ରମ୍ପ ସେତିକ ଟିକସ ଲାଗୁ  କରିଛନ୍ତି । ଭାରତ ଉପରେ ୨୭ ପ୍ରତିଶତ ଟିକସ ମଧ୍ୟ ଲଗାଯାଇଛି । ଟ୍ରମ୍ପ କହିଥିଲେ ଯେ ଭାରତ ଅଧିକ ଟିକସ ଲାଗୁ କରୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ଭଲ ବନ୍ଧୁ । କିନ୍ତୁ ଭାରତ ତାଙ୍କ ସହିତ ଭଲ ବ୍ୟବହାର କରୁନାହିଁ ।  

ଭାରତ ବ୍ୟତୀତ ଚୀନ୍‌ ଉପରେ ୩୪, ୟୁରୋପୀୟ ୟୁନିଅନ ଉପରେ ୨୦, ଦକ୍ଷିଣ କୋରିଆ ଉପରେ  ୨୫, ଜାପାନ ଉପରେ ୨୪, ଭିଏତନାମ ଉପରେ  ୪୬ ଓ ତାଇୱାନ ଉଫରେ ଟ୍ରମ୍ପ ପ୍ରଶାସନ ୩୨  ପ୍ରତିଶତ ଟିକସ ଲଗାଇଛନ୍ତି । ଏହାବ୍ୟତୀତ ଟ୍ରମ୍ପ ପ୍ରାୟ ୬୦ଟି ଦେଶ ଉପରେ ତାଙ୍କ ଦେଶର  ସାମଗ୍ରୀରେ ସେମାନେ ଲଗାଉଥିବା ଟାରିଫର ୫୦  ପ୍ରତିଶତ ଲାଗୁ କରିବାକୁ ମଧ୍ୟ ଘୋଷଣା କରିଥିଲେ ।