ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା
ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରାଇ ନେବା ସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କା ଚୋରି ହୋଇଛି। ଯାହାକି ମନ୍ଦିରକୁ ଯିବା ଲାଗି କିପରି ବାଟ ରହିଛି, କିପରି ଚାବି ପଡୁଛି କେତେ ବେଳେ ମନ୍ଦିର ପରିଷର ଜନଶୂନ୍ୟ ହେଉଛି, ମନ୍ଦିର ସୁରକ୍ଷା କର୍ମଚାରୀଙ୍କ ସ୍ଥିତି କିପରି ରହୁଛି ଆଦିକୁ ବିଚାରକୁ ନେଲେ ସେବାୟତଙ୍କ ଭୂମିକା ସନ୍ଦେହଜନକ ହୋଇପଡ଼ିଛି। ଲୋକେ କିଛି […] The post ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା appeared first on Dharitri Odia News.
ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରାଇ ନେବା ସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କା ଚୋରି ହୋଇଛି। ଯାହାକି ମନ୍ଦିରକୁ ଯିବା ଲାଗି କିପରି ବାଟ ରହିଛି, କିପରି ଚାବି ପଡୁଛି କେତେ ବେଳେ ମନ୍ଦିର ପରିଷର ଜନଶୂନ୍ୟ ହେଉଛି, ମନ୍ଦିର ସୁରକ୍ଷା କର୍ମଚାରୀଙ୍କ ସ୍ଥିତି କିପରି ରହୁଛି ଆଦିକୁ ବିଚାରକୁ ନେଲେ ସେବାୟତଙ୍କ ଭୂମିକା ସନ୍ଦେହଜନକ ହୋଇପଡ଼ିଛି। ଲୋକେ କିଛି ସେବାୟତ ଓ ସୁରକ୍ଷାକର୍ମଚାରୀଙ୍କ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ଦେଖାଇ ଚର୍ଚ୍ଚା କରିବାରେ ଲାଗିଛନ୍ତି। ଚୋରମାନଙ୍କୁ ଠାବ କରିବା ଲାଗି ନିଜେ ଗଞ୍ଜାମ ଏସ୍ପି ଶୁଭନ୍ଦୁ କୁମାର ପାତ୍ର, ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ ପୋଲିସ ଅଧିକାରଙ୍କୁ ନେଇ ୩ ଦିନ ହେଲା ବିଭିନ୍ନ ପାରିପାର୍ଶ୍ୱିକ ଦିଗକୁ ନେଇ ତଦନ୍ତ କରିବାରେ ଲାଗିିଛନ୍ତି।
The post ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା appeared first on Dharitri Odia News.