ସୋଏବଙ୍କ ବିବାହକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ସାନିଆ ମିର୍ଜା
ନୂଆଦିଲ୍ଲୀ,୨୧।୧: ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ସୋଏବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥି ସହିତ ସାନିଆ ମର୍ଜା ଏବଂ ତାଙ୍କ ପରିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ମଲିକଙ୍କ ବିବାହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସାନିଆଙ୍କ ଟିମ୍ ଏବଂ ତାଙ୍କ ପରିବାର ଏକ ବିବୃତ୍ତିରେ କହିଛନ୍ତି, ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ନଜରରୁ […] The post ସୋଏବଙ୍କ ବିବାହକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ସାନିଆ ମିର୍ଜା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧: ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ସୋଏବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥି ସହିତ ସାନିଆ ମର୍ଜା ଏବଂ ତାଙ୍କ ପରିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ମଲିକଙ୍କ ବିବାହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସାନିଆଙ୍କ ଟିମ୍ ଏବଂ ତାଙ୍କ ପରିବାର ଏକ ବିବୃତ୍ତିରେ କହିଛନ୍ତି, ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ନଜରରୁ ଦୂରେଇ ରଖିଛନ୍ତି। ତଥାପି ଆଜି ଏହା କହିବା ଜରୁରୀ ହୋଇପଡ଼ିଛି ଯେ ଶୋଏବ ଏବଂ ସେ କିଛି ମାସ ପୂର୍ବରୁ ଛାଡ଼ପତ୍ର ନେଇଥିଲେ। ସୋଏବଙ୍କୁ ତାଙ୍କର ନୂତନ ଯାତ୍ରା ପାଇଁ ଶୁଭେଚ୍ଛା। ତାଙ୍କ ଜୀବନର ଏହି ସମ୍ବେଦନଶୀଳ ସମୟରେ ଆମେ ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଦୟାକରି ଅନୁରୋଧ କରିବାକୁ ଚାହୁଁଛୁ ଯେ, କୌଣସି କଳ୍ପନା ଜଳ୍ପନାରୁ ନିବୃତ୍ତ ହୁଅନ୍ତୁ ଏବଂ ତାଙ୍କର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ।
୨୦୨୨ ପରଠାରୁ ସୋଏବ ଏବଂ ସାନିଆଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଉଭୟଙ୍କୁ ଏକାଠି ଦେଖାଯାଇ ନ ଥିଲା। କିଛି ଦିନ ପୂର୍ବରୁ ଶୋଏବ ଇନଷ୍ଟାଗ୍ରାମରେ ସାନିଆଙ୍କୁ ଅନଫଲୋ କରିଥିଲେ। ସୋଏବ ଏବଂ ସାନିଆଙ୍କର ମଧ୍ୟ ଏକ ପାଞ୍ଚ ବର୍ଷର ପୁଅ ଅଛି। ସେ ସାନିଆଙ୍କ ସହିତ ରୁହନ୍ତି ।
ସାନିଆ ଏବଂ ସୋଏବ ଏପ୍ରିଲ ୨୦୧୦ରେ ହାଇଦ୍ରାବାଦରେ ବିବାହ କରିଥିଲେ ଏବଂ ଦୁହେଁ ଦୁବାଇରେ ରହୁଥିଲେ। ୩୭ ବର୍ଷୀୟ ସାନିଆଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡିକ ମଧ୍ୟ ସୂଚାଇ ଦେଇଛି ଯେ ସେ ଚାପରେ ଅଛନ୍ତି।
The post ସୋଏବଙ୍କ ବିବାହକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ସାନିଆ ମିର୍ଜା appeared first on Dharitri Odia News.