ମଧ୍ୟବିତ୍ତଙ୍କୁ ବଡ଼ ଝଟକା, ସୁନା ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର! ବନ୍ଦ ହୋଇଯିବ…

ନୂଆଦିଲ୍ଲୀ,୪।୨: ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ କଷ୍ଟକର ହୋଇପଡ଼ିଛି। ପ୍ରତିଦିନ ସୁନାର ଦର ବୃଦ୍ଧି ପାଉଥିବାରୁ ଲୋକଙ୍କୁ ଅସୁବିଧାରେ ପକାଇଛି। ଏହି ସମୟରେ ସରକାର ଏପରି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ସାଧାରଣ ଲୋକ ସିଧାସଳଖ ପ୍ରଭାବିତ ହେବେ। ଶନିବାର ବଜେଟ ପରେ ଯେତେବେଳେ ଗଣମାଧ୍ୟମ ଅର୍ଥମନ୍ତ୍ରୀଙ୍କୁ SGB ଯୋଜନା ବିଷୟରେ ପ୍ରଶ୍ନ କରିଥିଲେ, ଅର୍ଥମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ସରକାର ଏହି ଯୋଜନାକୁ ବନ୍ଦ କରିବା ରାସ୍ତାରେ ଅଛନ୍ତି। ଆସନ୍ତୁ […] The post ମଧ୍ୟବିତ୍ତଙ୍କୁ ବଡ଼ ଝଟକା, ସୁନା ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର! ବନ୍ଦ ହୋଇଯିବ… appeared first on Dharitri Odia News.

ମଧ୍ୟବିତ୍ତଙ୍କୁ ବଡ଼ ଝଟକା, ସୁନା ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର! ବନ୍ଦ ହୋଇଯିବ…

ନୂଆଦିଲ୍ଲୀ,୪।୨: ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ କଷ୍ଟକର ହୋଇପଡ଼ିଛି। ପ୍ରତିଦିନ ସୁନାର ଦର ବୃଦ୍ଧି ପାଉଥିବାରୁ ଲୋକଙ୍କୁ ଅସୁବିଧାରେ ପକାଇଛି। ଏହି ସମୟରେ ସରକାର ଏପରି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ସାଧାରଣ ଲୋକ ସିଧାସଳଖ ପ୍ରଭାବିତ ହେବେ।

ଶନିବାର ବଜେଟ ପରେ ଯେତେବେଳେ ଗଣମାଧ୍ୟମ ଅର୍ଥମନ୍ତ୍ରୀଙ୍କୁ SGB ଯୋଜନା ବିଷୟରେ ପ୍ରଶ୍ନ କରିଥିଲେ, ଅର୍ଥମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ସରକାର ଏହି ଯୋଜନାକୁ ବନ୍ଦ କରିବା ରାସ୍ତାରେ ଅଛନ୍ତି। ଆସନ୍ତୁ ଜାଣିବା ଏହି ଯୋଜନା କ’ଣ ଏବଂ ଏହା ବନ୍ଦ ହେବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ।

ଆମେ ଯେଉଁ ଯୋଜନା ବିଷୟରେ କହୁଛୁ ତାହାକୁ ସୋଭରେନ ଗୋଲ୍ଡ ବଣ୍ଡ (SGB) ଯୋଜନା କୁହାଯାଏ। ସାଧାରଣ ଲୋକଙ୍କୁ ବଜାର ମୂଲ୍ୟ ଅପେକ୍ଷା ଶସ୍ତାରେ ସୁନା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ଯୋଜନା ୨୦୧୫ରେ ଆରମ୍ଭ କରିଥିଲେ। ଏହା ବ୍ୟତୀତ ଏହି ଯୋଜନା ଅଧୀନରେ ସରକାର ଫିଜିକାଲ ସୁନା କ୍ରୟକୁ ହ୍ରାସ କରିବା ଏବଂ ଡିଜିଟାଲ ସୁନାରେ ନିବେଶକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧ରେ ବଜେଟ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଥିଲେ, ଏହି ଯୋଜନା ଅଧୀନରେ ଋଣ ନେବା ଉପରେ ସରକାରଙ୍କୁ ଅଧିକ ସୁଧ ଦେବାକୁ ପଡୁଛି, ଯାହା ଏହାର ଆର୍ଥିକ ବୋଝ ବୃଦ୍ଧି କରୁଛି। ଏହି କାରଣରୁ ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଯାଉଛନ୍ତି।

ଯଦିଓ ଏହି ଯୋଜନା ଅଧୀନରେ ସରକାରଙ୍କ ଋଣ ନେବାର ମୂଲ୍ୟ ବୃଦ୍ଧି ପାଉଥିଲା ଏବଂ ଏହି ଯୋଜନା ସରକାରଙ୍କ ପାଇଁ ମହଙ୍ଗା ପ୍ରମାଣିତ ହେଉଥିଲା। କିନ୍ତୁ, ସାଧାରଣ ନିବେଶକମାନେ ଏହି ଯୋଜନାରୁ ଦୃଢ଼ ରିଟର୍ନ ପାଉଥିଲେ। ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ SGB ଯୋଜନା ନିବେଶକମାନଙ୍କୁ ୧୬୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ନ ଦେଇଛି। ତଥାପି ଆର୍ଥିକ ଦୃଷ୍ଟିକୋଣରୁ ଏହାକୁ ଜାରି ରଖିବା ସରକାରଙ୍କ ପଡ଼େ ଏବେ କଷ୍ଟକର ହୋଇପଡ଼ିଛି।

The post ମଧ୍ୟବିତ୍ତଙ୍କୁ ବଡ଼ ଝଟକା, ସୁନା ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର! ବନ୍ଦ ହୋଇଯିବ… appeared first on Dharitri Odia News.