୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୩ା୧୨(ସୂର୍ଯ୍ୟକାନ୍ତ ବେହେରା):ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିଷ୍ଟାଣ୍ଟ ବାଣିଜ୍ୟକର ଅଧିକାରୀ ଅବିନାଶ ପ୍ରଧାନ ଓ ଗିରଫ ୨ ବ୍ୟବସାୟୀ ହେଲେ ସାତ୍ୟକୀ ପଟ୍ଟନାୟକ ଏବଂ ଦୀପ୍ତିକାନ୍ତ ଚୌଧୁରୀ। ଭିଜିଲାନ୍ସ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସାରେ ଭୁବନେଶ୍ୱରର […] The post ୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ appeared first on Dharitri Odia News.

୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୩ା୧୨(ସୂର୍ଯ୍ୟକାନ୍ତ ବେହେରା):ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିଷ୍ଟାଣ୍ଟ ବାଣିଜ୍ୟକର ଅଧିକାରୀ ଅବିନାଶ ପ୍ରଧାନ ଓ ଗିରଫ ୨ ବ୍ୟବସାୟୀ ହେଲେ ସାତ୍ୟକୀ ପଟ୍ଟନାୟକ ଏବଂ ଦୀପ୍ତିକାନ୍ତ ଚୌଧୁରୀ। ଭିଜିଲାନ୍ସ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସାରେ ଭୁବନେଶ୍ୱରର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା। ଜାମିନ ନ ମିଳିବାରୁ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭିଜିଲାନ୍ସର ସୂଚନା ଅନୁଯାୟୀ, ଅବିନାଶ ପ୍ରଧାନ ସିଟି ଆଣ୍ଡ ଜିଏସ୍‌ଟି ଭୁବନେଶ୍ୱର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ଏହି ଠକେଇ କରିଥିଲେ। ଏକ ଘରୋଇ କମ୍ପାନୀ ‘ମେସର୍ସ ଜି ଇ ଭେରୋନା ଟି ଆଣ୍ଡ୍‌ ଡି ଲିଃ’ର ଜିଏସ୍‌ଟି କାଗଜପତ୍ରରେ ଜାଲିଆତିକରି ୪ କୋଟି ୩ ଲକ୍ଷ ୯ ହଜାର ୭୨୩ ଟଙ୍କା ହଡ଼ପ କରିନେଇଥିଲେ। ଏଥିରେ ସାତ୍ୟକୀ ଓ ଦୀପ୍ତିକାନ୍ତ ତାଙ୍କୁ ସହଯୋଗ କରିଥିଲେ। ୨୦୧୧ ଜୁନ୍‌ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଆରେଭା ଟି ଆଣ୍ଡ୍‌ ଡି କମ୍ପାନୀର ମାଲିକ ଦୀପ୍ତିକାନ୍ତ ୧କୋଟି ୨୩ଲକ୍ଷ ଟଙ୍କା ଏବଂ ଅଲ୍‌ଷ୍ଟମ ଟି ଆଣ୍ଡ୍‌ ଡି କମ୍ପାନୀ ମାଲିକ ସାତ୍ୟକୀ ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭାଟ୍‌ ସଂକ୍ରାନ୍ତ ଜାଲ୍‌ ଦସ୍ତାବିଜ ମେସର୍ସ ଜିଇ ଆଣ୍ଡ୍‌ ଟିଡି ଇଣ୍ଡିଆ ଲିଃ(ଏବେ ମେସର୍ସ ଜିଇ ଭେରୋନା) ପକ୍ଷରୁ ଦାଖଲ କରିଥିଲେ। ମେସର୍ସ ଜିଇ ଭେରୋନା ଲି’ କମ୍ପାନୀକୁ ଅଭିଯୁକ୍ତ ୨ ବ୍ୟବସାୟୀ ନିଜର ଦର୍ଶାଇବା ପାଇଁ ନକଲି ଷ୍ଟାମ୍ପ୍‌ ଓ ଦସ୍ତଖତ ଜରିଆରେ ଏହି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ଏନେଇ କମ୍ପାନୀକୁ ଭାଟ୍‌ ରିଟର୍ନ ବାବଦକୁ କୌଣସି ଟଙ୍କା ଆସି ନ ଥିବା ଅଡିଟ୍‌ ସମୟରେ ଜଣାପଡ଼ିଥିଲା। ଏହାପରେ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ଭୁବନେଶ୍ୱରସ୍ଥିତ ସିଟି ଆଣ୍ଡ ଜିଏସ୍‌ଟି ଅଫିସ୍‌କୁ ଅବଗତ କରାଇଥିଲେ। ଜିଏସ୍‌ଟି ବିଭାଗ ପକ୍ଷରୁ ଏନେଇ ଭିଜିଲାନ୍ସରେ ଚଳିତ ମାସ ୧୦ ତାରିଖରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଭିଜିଲାନ୍ସ ମାମଲା ନଂ.୧୫/୨୦୨୪ ରୁଜୁକରି ଘଟଣାର ତଦନ୍ତକରି ଅବିନାଶଙ୍କ ସମେତ ସାତ୍ୟକୀ ଓ ଦୀପ୍ତିକାନ୍ତଙ୍କୁ ଗିରଫ କରିଥିଲା। ତେବେ ଏଥିରେ ବହୁ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଭିଜିଲାନ୍ସ ପକ୍ଷରୁ ସନ୍ଦେହ କରାଯାଉଛି। ସେହିପରି ଗିରଫ ୨ ବ୍ୟବସାୟୀ ପୂର୍ବରୁ ଉକ୍ତ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ନେଇ କୁହାଯାଉଛି।

The post ୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ appeared first on Dharitri Odia News.