ଅନବସରରେ ଦାରୁବ୍ରହ୍ମ: ଫୁଲୁରି ତେଲ ଲାଗି ପରେ ଆଜି ଓଷ ଲାଗି ନୀତି

ପୁରୀ ୨୮/୦୬: ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର। ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହା ଆସନ୍ତା ୩ ଦିନ ଧରି ଚାଲିବ। ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରି ତେଲ ଲାଗି କରାଯାଇଥିଲା। ଫୁଲୁରୀ ତେଲ ଓ ଓଷ ଲାଗି ପରେ ଜ୍ବରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଥାନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ।  ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥିଲା । ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ ଅନନ୍ୟ ରୀତିନୀତି । ଏହାପରେ ଜୁଲାଇ ୧ ତାରିଖରେ ଠାକୁରଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସା କରାଯାଇଥାଏ। ସେପଟେ ରଥଯାତ୍ରା ଆଉ ମାତ୍ର ୧୦ ଦିନ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥରେ ତେରପରସ୍ତ ପୋଟଳ ସେଟିଂ ସରିଥିବା ବେଳେ ତିନି ଦୁଇଟି ଲେଖାଏଁ ଦୁଆର ବେଢ଼ା ମଧ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକ ମାନେ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକ ମାନେ ରଙ୍ଗ କାର୍ଯ୍ୟ ଓ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି।

ଅନବସରରେ ଦାରୁବ୍ରହ୍ମ: ଫୁଲୁରି ତେଲ ଲାଗି ପରେ ଆଜି ଓଷ ଲାଗି ନୀତି

ପୁରୀ ୨୮/୦୬: ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର। ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହା ଆସନ୍ତା ୩ ଦିନ ଧରି ଚାଲିବ। ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରି ତେଲ ଲାଗି କରାଯାଇଥିଲା। 

ଫୁଲୁରୀ ତେଲ ଓ ଓଷ ଲାଗି ପରେ ଜ୍ବରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ ହୋଇଥାନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ।  ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥିଲା । ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ ଅନନ୍ୟ ରୀତିନୀତି । 

ଏହାପରେ ଜୁଲାଇ ୧ ତାରିଖରେ ଠାକୁରଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସା କରାଯାଇଥାଏ। ସେପଟେ ରଥଯାତ୍ରା ଆଉ ମାତ୍ର ୧୦ ଦିନ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

ତିନି ରଥରେ ତେରପରସ୍ତ ପୋଟଳ ସେଟିଂ ସରିଥିବା ବେଳେ ତିନି ଦୁଇଟି ଲେଖାଏଁ ଦୁଆର ବେଢ଼ା ମଧ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକ ମାନେ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକ ମାନେ ରଙ୍ଗ କାର୍ଯ୍ୟ ଓ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି।