ଅନଲାଇନ ଖେଳରୁ ଅପରାଧୀ । ସପ୍ତାହକରେ ବରଗଡରେ ୨୦ ଗିରଫ
କନକ ବ୍ୟୁରୋ: ଅନଲାଇନ ଖେଳରେ ଟଙ୍କା ହାରି ଯିବା ପରେ ଯୁବଗୋଷ୍ଠୀ ଏବେ ଅପରାଧୀ ସାଜୁଛନ୍ତି । ଯାହା ବରଗଡ଼ରେ ରୋଗ ପରି ବ୍ୟାପିଯାଇଛି। ଜିଲ୍ଲାରେ ଏବେ ଲୁଟେରାଙ୍କ ଆତଙ୍କ। ଗତ ସପ୍ତାହରେ ପ୍ରାୟ ୨୦ ଜଣ ଏପରି ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଯାହା ଉଦବେଗର କାରଣ ସାଜିଛି । ଅନଲାଇନ ଖେଳରୁ ଅପରାଧୀ ସପ୍ତାହକରେ ବରଗଡରେ ୨୦ ଗିରଫ ଅନଲାଇନ ଖେଳ କେମିତି ଯୁବପିଢ଼ିଙ୍କୁ ଅବାଟକୁ ନେଇ ଯାଉଛି, ତାର ପ୍ରମାଣ ପାଲଟିଛି ବରଗଡ ଜିଲ୍ଲା। ସପ୍ତାହକରେ ବିଭିନ୍ନ ଅପରାଧୀକ ମାମଲାରେ ୨୦ଜଣ ଅଭିଯୁକ୍ତ ଗିରଫ ହେବା ପରେ ସାମନାକୁ ଆସିଛି ପୂରା କାହାଣୀ। ନଭେମ୍ୱର ୨୫: ବରଗଡ଼ ଜିରା ସେତୁ ପାଖରେ ଡକାୟତି ଉଦ୍ୟମ ବେଳେ ୭ ଗିରଫ ନଭେମ୍ୱର ୨୮ : ପଞ୍ଚାୟତ କଲେଜ ପାଖରେ ଡକାୟତି ବେଳେ ୫ ଗିରଫ ନିକଟରେ ବରପାଲି ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଉଦ୍ୟମ ବେଳେ ୫ ଗିରଫ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ କହିଛନ୍ତି, ଅନଲାଇନ୍ ଗେମରେ ଟଙ୍କା ହରାଇ ସେମାନେ ଲୁଟ୍ କରିଥିଲେ। ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଅପରାଧ ପାଇଁ ଅନ୍ଲାଇନ ଖେଳକୁ ଦାୟୀ କରିଛନ୍ତି। ତେବେ ଆଜିର ଯୁବପିଢ଼ି ସହଜରେ ଅର୍ଥ ଲାଭ ଲୋଭରେ ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଉଛନ୍ତି। ଟଙ୍କା ଶୁଝିବା ଚିନ୍ତାରେ କିଏ ଆତ୍ମହତ୍ୟା କରୁଛି ତ କିଏ ଅପରାଧୀ ସାଜୁଛି। ତେବେ ଯୁବପିଢ଼ିଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସଚେତନତା କାର୍ଯ୍ୟକ୍ର

କନକ ବ୍ୟୁରୋ: ଅନଲାଇନ ଖେଳରେ ଟଙ୍କା ହାରି ଯିବା ପରେ ଯୁବଗୋଷ୍ଠୀ ଏବେ ଅପରାଧୀ ସାଜୁଛନ୍ତି । ଯାହା ବରଗଡ଼ରେ ରୋଗ ପରି ବ୍ୟାପିଯାଇଛି। ଜିଲ୍ଲାରେ ଏବେ ଲୁଟେରାଙ୍କ ଆତଙ୍କ। ଗତ ସପ୍ତାହରେ ପ୍ରାୟ ୨୦ ଜଣ ଏପରି ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଯାହା ଉଦବେଗର କାରଣ ସାଜିଛି ।
- ଅନଲାଇନ ଖେଳରୁ ଅପରାଧୀ
- ସପ୍ତାହକରେ ବରଗଡରେ ୨୦ ଗିରଫ
ଅନଲାଇନ ଖେଳ କେମିତି ଯୁବପିଢ଼ିଙ୍କୁ ଅବାଟକୁ ନେଇ ଯାଉଛି, ତାର ପ୍ରମାଣ ପାଲଟିଛି ବରଗଡ ଜିଲ୍ଲା। ସପ୍ତାହକରେ ବିଭିନ୍ନ ଅପରାଧୀକ ମାମଲାରେ ୨୦ଜଣ ଅଭିଯୁକ୍ତ ଗିରଫ ହେବା ପରେ ସାମନାକୁ ଆସିଛି ପୂରା କାହାଣୀ।
- ନଭେମ୍ୱର ୨୫: ବରଗଡ଼ ଜିରା ସେତୁ ପାଖରେ ଡକାୟତି ଉଦ୍ୟମ ବେଳେ ୭ ଗିରଫ
- ନଭେମ୍ୱର ୨୮ : ପଞ୍ଚାୟତ କଲେଜ ପାଖରେ ଡକାୟତି ବେଳେ ୫ ଗିରଫ
ନିକଟରେ ବରପାଲି ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଉଦ୍ୟମ ବେଳେ ୫ ଗିରଫ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ କହିଛନ୍ତି, ଅନଲାଇନ୍ ଗେମରେ ଟଙ୍କା ହରାଇ ସେମାନେ ଲୁଟ୍ କରିଥିଲେ। ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଅପରାଧ ପାଇଁ ଅନ୍ଲାଇନ ଖେଳକୁ ଦାୟୀ କରିଛନ୍ତି।
ତେବେ ଆଜିର ଯୁବପିଢ଼ି ସହଜରେ ଅର୍ଥ ଲାଭ ଲୋଭରେ ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଉଛନ୍ତି। ଟଙ୍କା ଶୁଝିବା ଚିନ୍ତାରେ କିଏ ଆତ୍ମହତ୍ୟା କରୁଛି ତ କିଏ ଅପରାଧୀ ସାଜୁଛି। ତେବେ ଯୁବପିଢ଼ିଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜରୁରୀ। ସରକାର ମଧ୍ୟ ଏଭଳି ଅନ୍ଲାଇନ ଖେଳ ଥିବା ଆପ୍ଗୁଡ଼ିକ ନିଷେଧ କରିବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି।