ଅନଲାଇନ ସପିଂ କରି ଠକେଇର ଶିକାର ହେଲେ ଡାକ୍ତର
ସମ୍ବଲପୁର : ଦିନକୁ ଦିନ ବଢି ଚାଲିଛି ଅନ ଲାଇନ ସପିଂରେ ଠକେଇ । ବର୍ତ୍ତମାନ ଡିଜିଟାଲ ଯୁଗରେ କମ ସମୟ ମଧ୍ୟରେ ହାତ ପାହାନ୍ତାରେ ମିଳିଯାଉଛି ଅର୍ଡର ମୁତାବକ ଜିନିଷ । କିନ୍ତୁ ବେଳେ ବେଳେ ଅନଲାଇନ ସପିଂରେ ଠକେଇର ଶିକାର ହୋଇ ହତାଶ ହେଉଛନ୍ତି ଗ୍ରାହକ । ସେହିପରି ସମ୍ବଲପୁରର ଜଣେ ଡାକ୍ତର ଠକେର ଶିକାର ହୋଇଛନ୍ତି । ତାଙ୍କୁ ତାଜୁବ କରିଛି ଆମଜନ୍ ର ଡେଲିଭରି । ସେ ଆମଜନ୍ ସାଇଟରୁ ୬୧ […]

ସମ୍ବଲପୁର : ଦିନକୁ ଦିନ ବଢି ଚାଲିଛି ଅନ ଲାଇନ ସପିଂରେ ଠକେଇ । ବର୍ତ୍ତମାନ ଡିଜିଟାଲ ଯୁଗରେ କମ ସମୟ ମଧ୍ୟରେ ହାତ ପାହାନ୍ତାରେ ମିଳିଯାଉଛି ଅର୍ଡର ମୁତାବକ ଜିନିଷ । କିନ୍ତୁ ବେଳେ ବେଳେ ଅନଲାଇନ ସପିଂରେ ଠକେଇର ଶିକାର ହୋଇ ହତାଶ ହେଉଛନ୍ତି ଗ୍ରାହକ । ସେହିପରି ସମ୍ବଲପୁରର ଜଣେ ଡାକ୍ତର ଠକେର ଶିକାର ହୋଇଛନ୍ତି । ତାଙ୍କୁ ତାଜୁବ କରିଛି ଆମଜନ୍ ର ଡେଲିଭରି । ସେ ଆମଜନ୍ ସାଇଟରୁ ୬୧ ହଜାର ଟଙ୍କା ଅଗ୍ରିମ ଦେଇ ଏକ ଲାପଟପ ମଗାଇଥିଲେ । ମାତ୍ର ଡେ଼ଲିଭରି ପାର୍ସଲରେ ଆସିଲା ମାର୍ବଲ ପଥର । ଏହାଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଡାକ୍ତର ।
ସୂଚନାନୁସାରେ,ସମ୍ବଲପୁର ସହରର ଜଣେ କ୍ଲିନିକ ମାଲିକ ଗତ ୪ ତାରିଖରେ ୬୧ ହଜାର ଟଙ୍କା ଅଗ୍ରିମ ଦେଇ ଆମଜନ୍ ଅନଲାଇନରୁ ଏକ ଲାପଟପ ମଗାଇଥିଲେ । ୧୩ ତାରିଖରେ ପହଞ୍ଚିଥିଲା ପାର୍ସଲ । ପାର୍ସଲ ଖୋଲିଲା ବେଳକୁ ତା ଭିତରୁ ମାର୍ବଲ ପଥର ବାହାରିଥିଲା । ଏହା ଦେଖି ଡାକ୍ତର ଅନଲାଇନ ଟ୍ରେଡିଂ କମ୍ପାନୀ ସହ ଯୋଗାଯୋଗ କରିଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ସେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।