କ୍ୟାବିନେଟରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ମୁକାବିଲା ସହ ଖରିଫ୍‌ ଧାନ କ୍ରୟ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍‌ରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । କ୍ୟାବିନେଟ ବୈଠକକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା […]

କ୍ୟାବିନେଟରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ
କ୍ୟାବିନେଟରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ମୁକାବିଲା ସହ ଖରିଫ୍‌ ଧାନ କ୍ରୟ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍‌ରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । କ୍ୟାବିନେଟ ବୈଠକକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା‌ ଦେଇଛନ୍ତି।

ମୁଖ୍ୟ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଛି। ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ। କାହିଁକି କଟିଲା ସେଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଆହୁଜା କହିଛନ୍ତି। ଏଯାବତ ମୋଟ୍‌ ୧ କୋଟି ୨ ଲକ୍ଷ ଆବେଦନ ଆସିଛି। ୬୦ ଲକ୍ଷ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇ ସାରିଛନ୍ତି।

ସେହିପରି ରାଜ୍ୟ ସରକାର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆଇନ୍‌ରେ ସଂଶୋଧନ କରିଛନ୍ତି । ଜିଏସ୍‌ଟିରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ। ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ। ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ। ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ୩୧୦୦ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ଏ ନେଇ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏୟାର ସଂଯୋଗୀକରଣ ବଢାଇବାକୁ ନିଷ୍ପତ୍ତି ହୋଇଛି। ସବସିଡି ପୋଲିସ ଓ ଓପିଏସସି ଅଧ୍ୟକ୍ଷ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୪-୨୫କୁ ଅନୁମୋଦନ ମିଳିଛି। ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟ ସଚିବ ମନୋଜ ଆହୁଜା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।