ଅନଲାଇନ୍‌ ଅର୍ଡର କଲେ ଘରେ ପହଁଚିଯିବ ମଦ, ବାସ୍‌ କରନ୍ତୁ ଏହି ଆପ୍‌କୁ ଡାଉନଲୋଡ୍‌

ପ୍ରାୟତଃ ଆପଣ ଦେଖିଥିବେ ଯେ ମଦ ଦୋକାନରେ ବହୁତ ଭିଡ ରହିଥାଏ । ଲମ୍ବା ଲମ୍ବା ଲାଇନ ଲଗାଇ ମଦ କିଣିବାକୁ ଛିଡା ହୋଇଥାନ୍ତି ଲୋକେ । କିନ୍ତୁ ଏବେ ଆପଣଙ୍କୁ ଏଥିପାଇଁ ଆଉ ଟେନସନ୍‌ ନେବାର ଆବଶ୍ୟକତା ନାହିଁ । କାହିଁକିନା ଅଟା, ଡାଲି ଗ୍ରୋସରୀ ଭଳି ଏବେ ମଦକୁ ବି ଆପଣ କରିପାରିବେ । ହଁ ଆଜ୍ଞା ଆପଣ ଯାହା ଶୁଣିଲେ ଏକଦମ୍‌ ଠିକ୍‌ ଶୁଣିଲେ । ଏଇଟା ପୂରା ସତ ଯେ ଏଣିକି […] The post ଅନଲାଇନ୍‌ ଅର୍ଡର କଲେ ଘରେ ପହଁଚିଯିବ ମଦ, ବାସ୍‌ କରନ୍ତୁ ଏହି ଆପ୍‌କୁ ଡାଉନଲୋଡ୍‌ appeared first on KNews Odisha.

ଅନଲାଇନ୍‌ ଅର୍ଡର କଲେ ଘରେ ପହଁଚିଯିବ ମଦ, ବାସ୍‌ କରନ୍ତୁ ଏହି ଆପ୍‌କୁ ଡାଉନଲୋଡ୍‌
wine

ପ୍ରାୟତଃ ଆପଣ ଦେଖିଥିବେ ଯେ ମଦ ଦୋକାନରେ ବହୁତ ଭିଡ ରହିଥାଏ । ଲମ୍ବା ଲମ୍ବା ଲାଇନ ଲଗାଇ ମଦ କିଣିବାକୁ ଛିଡା ହୋଇଥାନ୍ତି ଲୋକେ । କିନ୍ତୁ ଏବେ ଆପଣଙ୍କୁ ଏଥିପାଇଁ ଆଉ ଟେନସନ୍‌ ନେବାର ଆବଶ୍ୟକତା ନାହିଁ । କାହିଁକିନା ଅଟା, ଡାଲି ଗ୍ରୋସରୀ ଭଳି ଏବେ ମଦକୁ ବି ଆପଣ କରିପାରିବେ । ହଁ ଆଜ୍ଞା ଆପଣ ଯାହା ଶୁଣିଲେ ଏକଦମ୍‌ ଠିକ୍‌ ଶୁଣିଲେ ।

ଏଇଟା ପୂରା ସତ ଯେ ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ । ଘରେ ବସି ମଦ ଅର୍ଡର କରିପାରିବେ ଲୋକେ। ଏନେଇ ଦେଶରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ପରୀକ୍ଷଣ ସଫଳ ହେଲେ ୧୦ ମିନିଟରେ ଘରେ ମଦ ପହଞ୍ଚିବେ ୪ ଅନଲାଇନ୍ ଡେଲିଭରି ଆପ୍ । କମ୍ପାନିଗୁଡିକ ସ୍ୱିଗି, ବିଗ୍ ବାସ୍କେଟ୍, ଜୋମାଟୋ ଏବଂ ବ୍ଲିଙ୍କିଟ୍ ସହିତ ହାତ ମିଳାଇବେ। ଆସନ୍ତା କିଛି ମାସ ଭିତରେ ଏହା କାର୍ଯ୍ୟକାରୀ ହୋଇପାରେ । ତେବେ କହିବାକୁ ଚାହିଁବୁ ଯେ ଏହି ସେବା କିଛି ରାଜ୍ୟରେ ହିଁ ଚାଲିବ । ତାହେଲେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଆପଣ ଏହି ସର୍ଭିସ ପାଇପାରିବେ ।

ଏହି ରାଜ୍ୟରେ ମିଳିବ ଏହି ସର୍ଭିସ୍‌

ସ୍ୱିଗି, ଜୋମାଟା, ବ୍ଲିଙ୍କିଟ୍‌ ଏବଂ ବିଗ୍‌ ବାସ୍କେଟ ତରଫରୁ ମିଳୁଥିବା ଏହି ସର୍ଭିସରେ ଆପଣ ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ଗୋଆ ଭଳି ରାଜ୍ୟରେ ଲିକର ଅର୍ଡର କରିପାରିବେ । ରିପୋର୍ଟ ମୁତାବକ ଏମିତି ଆଉ ମାତ୍ର କିଛି ମାସ ଭିତରେ ହୋଇପାରେ । କହିବାକୁ ଚାହିଁବୁ ଯେ ଏହି ସମସ୍ତ ରାଜ୍ୟ ମଦର ହୋମ୍‌ ଡେଲିଭରୀର ପରମିସନ୍‌ ପାଇଁ ବର୍ତ୍ତମାନ ପାଇଲଟ୍‌ ପ୍ରୋଜେକ୍ଟ ଉପରେ କାମ କରୁଛି ।

ସ୍ୱିଗି, ଜୋମାଟା, ବ୍ଲିଙ୍କିଟ ଏବଂ ବିଗ୍‌ ବାସ୍କେଟ ଆପକୁ ନେଇ ଆପଣ ଭଲଭାବେ ତ ଜାଣିଥିବେ ଯେ ଏହି ଆପ୍‌ ଖାଦ୍ୟ ଏବଂ ଘରର ଜିନିଷ ପତ୍ରର ଡେଲିଭରୀ କରନ୍ତି । କିନ୍ତୁ ଏବେ ବହୁତ ଜଲଦି ଏହି ଆପ୍‌ ଆପଣଙ୍କ ଘର ପର୍ଯ୍ୟନ୍ତ ମଦ ବି ଡେଲିଭର କରିବେ ।

ଆସନ୍ତୁ ଜାଣିବା କେମିତି କରିବେ ଆପ୍ସକୁ ଡାଉନଲୋଡ୍‌

ଯଦି ଆପଣ ଏବେ ସୁଦ୍ଧା ଏହି ଆପ୍ସକୁ ନିଜ ମୋବାଇଲରେ ଡାଉନଲୋଡ କରିନାହାଁନ୍ତି, ତାହେଲେ ପ୍ରଥମେ ଏହି ଗ୍ରୋସରୀ ଆପ୍ସକୁ ପ୍ଲେ ଷ୍ଟୋରରୁ କିମ୍ବା ଆପ୍‌ ଷ୍ଟୋରରୁ ଡାଉନଲୋଡ୍‌ କରିନିଅନ୍ତୁ । ଡାଉନଲୋଡ କରିବାର ତରିକା ବହୁତ ସହଜ । ଆପଣଙ୍କୁ ପ୍ଲେ ଷ୍ଟୋରକୁ ଯିବାକୁ ହେବ, ଏଥିରେ ଆପର ନାମ ସର୍ଚ୍ଚ କରିବାକୁ ହେବ ଏବଂ ଇନଷ୍ଟଲ କରି ଲଗଇନ୍‌ କରିବାକୁ ହେବ । ଆପରେ ଲଗଇନ୍‌ କରିବା ପରେ ଆପଣଙ୍କୁ କିଛି ଡିଟେଲ୍ସ ସେୟାର କରିବାକୁ ହେବ । ଯାହାପରେ ଆପଣ ମଧ୍ୟ ଏହି ଆପ୍ସର ଲାଭ ଉଠାଇ ପାରିବେ ।

କିଙ୍ଗଫିସର୍ ଏବଂ ଏବି ଇନବେଭ କମ୍ପାନିଗୁଡିକ ଏହି ରାଜ୍ୟଗୁଡିକରେ ଘରୋଇ ମଦ ବିତରଣକୁ ମଧ୍ୟ ସମର୍ଥନ କରିଛନ୍ତି । କିନ୍ତୁ ପ୍ରାରମ୍ଭରେ ବିୟର-ୱାଇନ ଏବଂ କମ୍ ଆଲକୋହଲ ଥିବା ମଦ ଡେଲିଭରି ବିଷୟରେ ଆଲୋଚନା ହେଉଛି । ମଦ କମ୍ପାନିଗୁଡିକ ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସମୟରେ ଅନଲାଇନ୍ ମଦ ବିତରଣ ହୋଇଥିଲା। ଏହି ବନ୍ଦକୁ ଦୃଷ୍ଟିରେ ରଖି ୪ ଟି ରାଜ୍ୟରେ ଘରେ ମଦ ବିତରଣ ପାଇଁ ସରକାର ଅନୁମତି ଦେଇଥିଲେ।

The post ଅନଲାଇନ୍‌ ଅର୍ଡର କଲେ ଘରେ ପହଁଚିଯିବ ମଦ, ବାସ୍‌ କରନ୍ତୁ ଏହି ଆପ୍‌କୁ ଡାଉନଲୋଡ୍‌ appeared first on KNews Odisha.