ଅନଲାଇନ୍ ପେମେଣ୍ଟ ଏବଂ ଶପିଂ ଆପ୍ ଆଣିବ ଆଦାନୀ ଗ୍ରୁପ !
ନୂଆଦିଲ୍ଲୀ: ଭାରତ ଡିଜିଟାଲ୍ ଅନଲାଇନ୍ ପେମେଣ୍ଟ ସଂଖ୍ୟାରେ ଲାଗାତାର ରେକର୍ଡ କରିବାରେ ଲାଗିଛି । ପ୍ରତି ମାସରେ ଅନଲାଇନ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ଅନଲାଇନ୍ ପେମେଣ୍ଟ ସେକ୍ଟରରେ ନୂଆ ପ୍ଲେୟରଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଗୌତମ ଆଦାନୀ ଏବେ ନିଜର ଏକ ଅନଲାଇନ୍ ୟୁପିଆଇ ପେମେଣ୍ଟ ଆପ୍ ଲଞ୍ଚ କରିପାରନ୍ତି । ଏହାସହ ଅନଲାଇନ ଶପିଂ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଲଞ୍ଚ କରିପାରନ୍ତି ।ରିପୋର୍ଟ ଅନୁସାରେ, ଏହାକୁ ନେଇ ଆଦାନୀ ଗ୍ରୁପ ONDC ସହ ଆଲୋଚନା କରିଛି, ଯିଏ କି ଏକ ଅନଲାଇନ ଶପିଂ ପ୍ଲାଟଫର୍ମ ଅଟେ । ତେବେ ଆଦାନୀ ଗ୍ରୁପ ପକ୍ଷରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଆଦାନୀ ଗ୍ରୁପ୍ ପେଟିଏମ ଗ୍ରୁପରେ ଅଂଶଧନ କିଣିପାରେ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ୟୁପିଆଇ ପେମେଣ୍ଟ ସେକ୍ଟରରେ ଫୋନ୍ ପେ ଏବଂ ଗୁଗଲ ପେ ପରେ ପେଟିଏମ ସବୁଠୁ ବଡ଼ ଖେଳାଳି । କିନ୍ତୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ କଟକଣା ଯୋଗୁଁ ପେଟିଏମ ସେୟାରର ମୂଲ୍ୟ ହ୍ରାସ ପାଇଛି । ଏପରି ସ୍ଥଳେ ଆଦାନୀ ଗ୍ରୁପ କମ ନିବେଶରେ କମ୍ପାନିରେ ବଡ଼ ଭାଗ କିଣିବା ପାଇଁ ଯୋଜନା କରୁଛି ।ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ Adani One ସୁପର୍ ଆପରେ ୟୁପିଆଇ ଏବଂ ଇ-କମର୍ସ ପରି ସର୍ଭିସ ଆରମ୍ଭ କରିପାରନ୍ତି । ଏହାପରେ ଫ୍ଲିକପାର୍ଟ ପରି ପ୍ଲାଟଫର୍ମର ଚିନ୍ତା ବଢିପାରେ
ନୂଆଦିଲ୍ଲୀ: ଭାରତ ଡିଜିଟାଲ୍ ଅନଲାଇନ୍ ପେମେଣ୍ଟ ସଂଖ୍ୟାରେ ଲାଗାତାର ରେକର୍ଡ କରିବାରେ ଲାଗିଛି । ପ୍ରତି ମାସରେ ଅନଲାଇନ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ଅନଲାଇନ୍ ପେମେଣ୍ଟ ସେକ୍ଟରରେ ନୂଆ ପ୍ଲେୟରଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଗୌତମ ଆଦାନୀ ଏବେ ନିଜର ଏକ ଅନଲାଇନ୍ ୟୁପିଆଇ ପେମେଣ୍ଟ ଆପ୍ ଲଞ୍ଚ କରିପାରନ୍ତି । ଏହାସହ ଅନଲାଇନ ଶପିଂ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଲଞ୍ଚ କରିପାରନ୍ତି ।
ରିପୋର୍ଟ ଅନୁସାରେ, ଏହାକୁ ନେଇ ଆଦାନୀ ଗ୍ରୁପ ONDC ସହ ଆଲୋଚନା କରିଛି, ଯିଏ କି ଏକ ଅନଲାଇନ ଶପିଂ ପ୍ଲାଟଫର୍ମ ଅଟେ । ତେବେ ଆଦାନୀ ଗ୍ରୁପ ପକ୍ଷରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଆଦାନୀ ଗ୍ରୁପ୍ ପେଟିଏମ ଗ୍ରୁପରେ ଅଂଶଧନ କିଣିପାରେ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ୟୁପିଆଇ ପେମେଣ୍ଟ ସେକ୍ଟରରେ ଫୋନ୍ ପେ ଏବଂ ଗୁଗଲ ପେ ପରେ ପେଟିଏମ ସବୁଠୁ ବଡ଼ ଖେଳାଳି । କିନ୍ତୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ କଟକଣା ଯୋଗୁଁ ପେଟିଏମ ସେୟାରର ମୂଲ୍ୟ ହ୍ରାସ ପାଇଛି । ଏପରି ସ୍ଥଳେ ଆଦାନୀ ଗ୍ରୁପ କମ ନିବେଶରେ କମ୍ପାନିରେ ବଡ଼ ଭାଗ କିଣିବା ପାଇଁ ଯୋଜନା କରୁଛି ।
ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ Adani One ସୁପର୍ ଆପରେ ୟୁପିଆଇ ଏବଂ ଇ-କମର୍ସ ପରି ସର୍ଭିସ ଆରମ୍ଭ କରିପାରନ୍ତି । ଏହାପରେ ଫ୍ଲିକପାର୍ଟ ପରି ପ୍ଲାଟଫର୍ମର ଚିନ୍ତା ବଢିପାରେ । ଏହି ଆପକୁ ୨୦୨୨ରେ ଅଣାଯାଇଥିଲା । ବର୍ତ୍ତମାନ ସମୟରେ ଏହି ଆପରେ ପ୍ଲାଇଟ୍ ଏବଂ ଟ୍ରେନ ଟିକଟ ବୁକିଂ କରାଯାଉଛି । ଏହାସହ ଆଦାନୀ ଗ୍ରୁପ ଏହି ଆପରୁ ଅନେକ ନୂଆ ଅନଲାଇନ୍ ସର୍ଭିସ୍ ଆରମ୍ଭ କରିପାରେ ।