ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ ବାସଭବନରେ ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। କାଶୀପୁର ବ୍ଲକ୍‌ ଓ ରାୟଗଡ଼ା ବ୍ଲକ୍‌ ଅଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡମେମ୍ବରମାନେ ଭାସ୍କର ରାଓଙ୍କୁ ଅଭିଯୋଗ କରିଥିଲେ। କେଉଁ ଆଧାରରେ ଅନସୂୟାଙ୍କୁ ପ୍ରାର୍ଥୀ କରାଗଲା, ଆମର ମତାମତ […] The post ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା appeared first on Dharitri Odia News.

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ ବାସଭବନରେ ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। କାଶୀପୁର ବ୍ଲକ୍‌ ଓ ରାୟଗଡ଼ା ବ୍ଲକ୍‌ ଅଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡମେମ୍ବରମାନେ ଭାସ୍କର ରାଓଙ୍କୁ ଅଭିଯୋଗ କରିଥିଲେ। କେଉଁ ଆଧାରରେ ଅନସୂୟାଙ୍କୁ ପ୍ରାର୍ଥୀ କରାଗଲା, ଆମର ମତାମତ କାହିଁକି ନିଆଗଲା ନାହିଁ। ଆମେ ଚୟନ କରି ନାମ ଦିଆଯାଇଥିବା ପ୍ରାର୍ଥୀଙ୍କ ନାଁ ବଦଳରେ ଅନସୂୟାଙ୍କୁ କାହିଁକି ପ୍ରାର୍ଥୀ ଘୋଷଣା କରାଗଲା ବୋଲି କର୍ମୀମାନେ ଭାସ୍କରରାଓଙ୍କୁ ଏଭଳି ନାନା ପ୍ରଶ୍ନ କରିଥିଲେ।

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବିଜେଡି ଜିଲା ଉପସଭାପତି ବିନାୟକ କର, କାଶୀପୁର ବ୍ଲକ ସଭାପତି ବିନୋଦ ନାଏକ, ବିଜୁ ଯୁବ ଜନତା ଦଳ ଜିଲା ସାଧାରଣ ସମ୍ପାଦକ ହରପ୍ରସାଦ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ନେତା ଓ କର୍ମୀ ଭାସ୍କର ରାଓଙ୍କୁ ଭେଟି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଯଦି ପ୍ରାର୍ଥୀ ପରିବର୍ତ୍ତନ ନ ହୁଏ, ତେବେ ସମସ୍ତେ ବିଜେଡି ଛାଡ଼ି ଅନ୍ୟ ପନ୍ଥା ଅନୁସରଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ରାଜ୍ୟ ନେତୃବୃନ୍ଦଙ୍କୁ ଅବଗତ କରିବା ସହ ଆଲୋଚନା କରିବା ପରେ ନେତୃବୃନ୍ଦ ଯାହା ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ ହେବ ବୋଲି ଭାସ୍କର ରାଓ କହିଛନ୍ତି ା

The post ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା appeared first on Dharitri Odia News.