ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍‌

କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଲେଞ୍ଜିଗୁଡାଠାରେ ଥିବା କେରାଣ୍ଡି ନଦୀରେ ବୋଟ୍‌ ଚାଲିବା ନେଇ ବହୁବାର ଦାବି ପରେ ଯନ୍ତ୍ରଚଳିତ ବୋଟକୁ ପ୍ରଶାସନ ପକ୍ଷରୁ ପୁନଃଚାଳିତ କରାଯାଇଛି। ସେମିଲିଗୁଡା ବ୍ଲକ ଅଧୀନରେ ଥିବା ଚାରାଙ୍ଗୁଳା ଗ୍ରାମରୁ ସୁନାବେଡାକୁ ମାତ୍ର ୩ କି.ମି. ଦୂର ହେଉଥିବା ବେଳେ କେରାଣ୍ଡି ନଦୀ ପାଇଁ ପ୍ରାୟ ୧୫ କି.ମି. ରାସ୍ତା ବୁଲି ଯିବାକୁ ପଡୁଛି। ଫଳରେ କମ୍‌ ଦୂରତା ଦୃଷ୍ଟିରୁ ଗ୍ରାମବାସୀ କେରାଣ୍ଡି ନଦୀରେ ବିପଦସଙ୍କୁଳ […] The post ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍‌ appeared first on Dharitri Odia News.

ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍‌

କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଲେଞ୍ଜିଗୁଡାଠାରେ ଥିବା କେରାଣ୍ଡି ନଦୀରେ ବୋଟ୍‌ ଚାଲିବା ନେଇ ବହୁବାର ଦାବି ପରେ ଯନ୍ତ୍ରଚଳିତ ବୋଟକୁ ପ୍ରଶାସନ ପକ୍ଷରୁ ପୁନଃଚାଳିତ କରାଯାଇଛି।

ସେମିଲିଗୁଡା ବ୍ଲକ ଅଧୀନରେ ଥିବା ଚାରାଙ୍ଗୁଳା ଗ୍ରାମରୁ ସୁନାବେଡାକୁ ମାତ୍ର ୩ କି.ମି. ଦୂର ହେଉଥିବା ବେଳେ କେରାଣ୍ଡି ନଦୀ ପାଇଁ ପ୍ରାୟ ୧୫ କି.ମି. ରାସ୍ତା ବୁଲି ଯିବାକୁ ପଡୁଛି। ଫଳରେ କମ୍‌ ଦୂରତା ଦୃଷ୍ଟିରୁ ଗ୍ରାମବାସୀ କେରାଣ୍ଡି ନଦୀରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରିଥାନ୍ତି। ନଦୀରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ବିଭିନ୍ନ ସମୟରେ ଜିଲା ପ୍ରଶାସନ ପାଖରେ ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେଇ ୨୦ ସିଟି ବିଶିଷ୍ଟ ଏକ ମୋଟରଚାଳିତ ବୋଟ୍‌ ପକାଇଥିଲା। ଏହି ବୋଟ୍‌ଟି ପ୍ରାୟ ୬ ମାସ ହେବ ଅଚଳ ହୋଇ ରହିଥିଲା। ଫଳରେ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢିଯାଇଥିଲା। ଅଞ୍ଚଳବାସୀ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ଜଣାଇବା ପରେ ଜିଲାପାଳଙ୍କ ପରାମର୍ଶକ୍ରମେ ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ନେତୃତ୍ୱରେ ଏକ ଟିମ୍‌ ଏବଂ ବ୍ଲକ ପ୍ରଶାସନର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ପରେ ବୋଟ୍‌ଟିକୁ ମରାମତି କରାଯାଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଫଳରେ ଯାତାୟାତ ନେଇ ରହିଥିବା ସମସ୍ୟା ଦୂର ହୋଇଛି।

The post ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍‌ appeared first on Dharitri Odia News.