ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ….

ଚମ୍ପୁଆ,୧୧।୯(ମହେଶ୍ୱର ଦାସ): ଅଭିଯୋଗ କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ଅଭିଯୋଗ ଶୁଣିବାକୁ ଚମ୍ପୁଆ ଉପଜିଲାପାଳ ଉମାକନ୍ତ ପରିଡ଼ା ନିଜ ଚେୟାର ଛାଡ଼ି ଉଠି ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଉପଜିଲାପାଳ ବୃଦ୍ଧାଙ୍କୁ ଧରି ନେଇ ପାଖରେ ବସାଇବା ସହିତ ତାଙ୍କ ଆଖିର ଲୁହ ପୋଛି ଦେଇଥିବା ଦେଖିବାକୁ ମିଳିଥିଲା। ଉପ ଜିଲାପାଳଙ୍କ ଏକାଦୃଶ କାର୍ଯ୍ୟକୁ ଉପସ୍ଥିତ କର୍ମଚାରୀ ଓ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଜଣେ ୮୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ନିଜ ପରିବାର ସଦସ୍ୟଙ୍କ ଦ୍ୱାରା […] The post ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ…. appeared first on Dharitri Odia News.

ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ….

ଚମ୍ପୁଆ,୧୧।୯(ମହେଶ୍ୱର ଦାସ): ଅଭିଯୋଗ କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ଅଭିଯୋଗ ଶୁଣିବାକୁ ଚମ୍ପୁଆ ଉପଜିଲାପାଳ ଉମାକନ୍ତ ପରିଡ଼ା ନିଜ ଚେୟାର ଛାଡ଼ି ଉଠି ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଉପଜିଲାପାଳ ବୃଦ୍ଧାଙ୍କୁ ଧରି ନେଇ ପାଖରେ ବସାଇବା ସହିତ ତାଙ୍କ ଆଖିର ଲୁହ ପୋଛି ଦେଇଥିବା ଦେଖିବାକୁ ମିଳିଥିଲା। ଉପ ଜିଲାପାଳଙ୍କ ଏକାଦୃଶ କାର୍ଯ୍ୟକୁ ଉପସ୍ଥିତ କର୍ମଚାରୀ ଓ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ଜଣେ ୮୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ଅଲୋଡା ହୋଇଯାଇଥିବା ସମ୍ପର୍କରେ ମଙ୍ଗଳବାର ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିଲେ। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଏହି ମହିଳା ଜଣଙ୍କ ଠିକ୍‌ ଭାବରେ ଚାଲି ପାରୁ ନ ଥିବା ବେଳେ ଭୋ ଭୋ କାନ୍ଦି କାର୍ଯ୍ୟାଳୟ ଭିତରକୁ ପଶିବା ସମୟରେ ଉପ ଜିଲାପାଳ ପରିଡ଼ା ନିଜ ଚେୟାରରୁ ଉଠି ଆସି ତାଙ୍କୁ ଧରି ଚେୟାରରେ ବସାଇଥିଲେ। ଏହା ସହିତ ତାଙ୍କ ହାତରୁ ଅଭିଯୋଗ ପତ୍ର ନେଇଥିଲେ। ବୃଦ୍ଧା ଜଣକ ନିଜ ଦୁଃଖ କାହାଣୀ କହିବା ପରେ ଉପଜିଲାପାଳ ପରିଡ଼ା ତାଙ୍କ ଅଭିଯୋଗ ପତ୍ରକୁ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପାଖକୁ ପଠାଇବା ସହିତ ନିଜ ପକେଟରୁ କିଛି ଅର୍ଥ ଉକ୍ତ ବୃଦ୍ଧାଙ୍କୁ ପ୍ରଦାନ କରିଥିଲେ।

The post ଏମିତି କ’ଣ ହେଲା ଚେୟାର ଛାଡ଼ି ଉଠି ଆସିଲେ ଉପଜିଲାପାଳ, ଜାଣନ୍ତୁ…. appeared first on Dharitri Odia News.