ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା

କଟକ,୨୧।୩: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା ଲାଗିଛି। ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବିଧାୟକ ଟଙ୍କଧର ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି ଟଙ୍କଧରଙ୍କ ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇବା ଅନୁଚିତ […] The post ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା appeared first on Dharitri Odia News.

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା

କଟକ,୨୧।୩: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା ଲାଗିଛି। ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।

ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବିଧାୟକ ଟଙ୍କଧର ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି ଟଙ୍କଧରଙ୍କ ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇବା ଅନୁଚିତ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ତେବେ ଆସନ୍ତା ଏପ୍ରିଲ ୨୪ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ଦୀପାଳିଙ୍କ ଓକିଲ ତରୁଣ ମିଶ୍ର କହିଛନ୍ତି, ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀର ଯେଉଁ ନିର୍ବାଚନୀ ମକଦ୍ଦମା ଦାଖଲ ହୋଇଛି ତାହା ପୂର୍ବତନ ବିଜେଡି ବିଧାୟିକା ତଥା ପରାଜିତପ୍ରାର୍ଥିନୀ ଦୀପାଳି ଦାସ ରୁଜୁ କରିଛନ୍ତି।

ବିଧାୟକ ତ୍ରିପାଠୀ ମନୋନୟନ ପତ୍ର ସହ ଦାଖଲ କରିଥିବା ଫର୍ମ ୨୬ର ସତ୍ୟପାଠରେ ବହୁ ଆପରାଧିକ ତଥ୍ୟ ଦର୍ଶାଇ ନ ଥିବା ନେଇ ଆବେଦନକାରୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଯାହା ବି ଦର୍ଶାଇଛନ୍ତି ତାହା ଠିକ୍‌ ଭାବେ ଦର୍ଶାଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ନିଜ ସମ୍ପତ୍ତିର ପ୍ରକୃତ ବିବରଣୀ ଠିକ୍‌ ଭାବରେ ଦେଇନାହାନ୍ତି। ଏଥିସହ ତାଙ୍କର ସତ୍ୟପାଠ ଷ୍ଟାମ୍ପ ପେପରରେ ତିଆରି ହୋଇ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହା ଆଇନଗତ ଭାବରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ଆବେଦନରେ ଦର୍ଶାଇଛନ୍ତି।

ବିଧାୟକ ତ୍ରିପାଠୀଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିଲା। ଦୀପାଳିଙ୍କ ମୂଳ ମକଦ୍ଦମାକୁ ଖାରଜ କରିବାକୁ ଏହି ଆବେଦନ କରାଯାଇଥିଲା। ଏହି ଅଭିଯୋଗ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଧାୟକ ଆବେଦନରେ ଦର୍ଶାଇଥିଲେ। ତେବେ ଏହି ମାମଲାକୁ ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।

The post ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା appeared first on Dharitri Odia News.