ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡି ଓଲଟି ନାବାଳକ ମୃତ
ଭଦ୍ରକ ୨୮।୦୬ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନହରପୁର ଗାଁରେ ଅଘଟଣ ।ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି ।ଯେଉଁଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ଖବର ଅନୁଯାୟୀ, ଧାମନଗର ଥାନା ଅନହରପୁର ଗାଁରେ ଡିଜେ ଗାଡ଼ି ଯାଉଥିବା ସମୟରେ ହଠାତ୍ ଓଲଟିପଡିଥିଲା । ଯାହାଫଳରେ ଜଣେ ନାବାଳଙ୍କ ଉପରେ ଗାଡ଼ି ଓଲଟି ଯାଇଥିଲା । ଏହାପରେ ଉପସ୍ଥିତ ଥିବା ଲୋକ ନାବାଳକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାକୁ ନେଇ ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ସୂଚନା ଅନୁସାରେ, ଧାମନଗର ଥାନା ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି।
ଭଦ୍ରକ ୨୮।୦୬ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନହରପୁର ଗାଁରେ ଅଘଟଣ ।ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି ।ଯେଉଁଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।

ଖବର ଅନୁଯାୟୀ, ଧାମନଗର ଥାନା ଅନହରପୁର ଗାଁରେ ଡିଜେ ଗାଡ଼ି ଯାଉଥିବା ସମୟରେ ହଠାତ୍ ଓଲଟିପଡିଥିଲା । ଯାହାଫଳରେ ଜଣେ ନାବାଳଙ୍କ ଉପରେ ଗାଡ଼ି ଓଲଟି ଯାଇଥିଲା । ଏହାପରେ ଉପସ୍ଥିତ ଥିବା ଲୋକ ନାବାଳକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାକୁ ନେଇ ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ସୂଚନା ଅନୁସାରେ, ଧାମନଗର ଥାନା ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି।