ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା : ଶକ୍ତି ପ୍ରଦର୍ଶନ କଲେ ବ୍ଲକ ଅଧ୍ୟକ୍ଷା
ନୀଳଗିରି, ୧୨।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ରବିବାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବ୍ଲକ ଅଧୀନ ୨୫ ପଞ୍ଚାୟତ ମଧ୍ୟରୁ ୧୨ ସରପଞ୍ଚ ଓ ୧୩ ସମିତି ସଭ୍ୟାସଭ୍ୟଙ୍କ ସମେତ ୧୧ନଂ. ଜିଲାପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ୧୩ନଂ. ଜିଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବିଜେଡିର କିଛି ପ୍ରମୁଖ ନେତା ପୂର୍ବାହ୍ନରେ ଏକାଠି […] The post ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା : ଶକ୍ତି ପ୍ରଦର୍ଶନ କଲେ ବ୍ଲକ ଅଧ୍ୟକ୍ଷା appeared first on Dharitri Odia News.
ନୀଳଗିରି, ୧୨।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ରବିବାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବ୍ଲକ ଅଧୀନ ୨୫ ପଞ୍ଚାୟତ ମଧ୍ୟରୁ ୧୨ ସରପଞ୍ଚ ଓ ୧୩ ସମିତି ସଭ୍ୟାସଭ୍ୟଙ୍କ ସମେତ ୧୧ନଂ. ଜିଲାପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ୧୩ନଂ. ଜିଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବିଜେଡିର କିଛି ପ୍ରମୁଖ ନେତା ପୂର୍ବାହ୍ନରେ ଏକାଠି ହୋଇ ଅଧ୍ୟକ୍ଷାଙ୍କ ପ୍ରତି ଥିବା ନିଜର ସମର୍ଥନ ଜଣାଇଥିଲେ। ପରେ ସମସ୍ତେ ଘଟଗାଁ ତାରିଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଫେରିଛନ୍ତି।
୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୀଳଗିରି ବ୍ଲକରେ ତକତ୍ାଳୀନ ବିଜେଡି ନେତା ତଥା ବର୍ତ୍ତମାନର ଭାଜପା ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେଡି ବ୍ଲକ ଦଖଲ କରିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ସନ୍ତୋଷ ଭାଜପା ଟିକେଟରେ ବିଧାୟକ ନିର୍ବାଚିତ ହେବା ପରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀଙ୍କ ବିରୋଧରେ ଖୁବ୍ଶୀଘ୍ର ଅନାସ୍ଥା ଆଗତ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ଏଡ଼ାଇବା ପାଇଁ ଶୁଭଲକ୍ଷ୍ମୀ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳଛି।
The post ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା : ଶକ୍ତି ପ୍ରଦର୍ଶନ କଲେ ବ୍ଲକ ଅଧ୍ୟକ୍ଷା appeared first on Dharitri Odia News.