ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି ମୋବାଇଲ ନେଟୱର୍କ ସମସ୍ୟା। ଏହି ସମସ୍ୟା ଦୂର କରିବାକୁ ଏହି ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ କେହି ଶୁଣୁନାହାନ୍ତି। ଫଳରେ ଗଁା ଲୋକେ ଏବେ ନେଇଛନ୍ତି ଚରମ ପଦକ୍ଷେପ। ନେଟ୍‌ୱର୍କ ନାହିଁ ତ ଭୋଟ ନାହିଁ ନାରା ଦେଇ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରଶାସନିକ […] The post ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌ appeared first on Dharitri Odia News.

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି ମୋବାଇଲ ନେଟୱର୍କ ସମସ୍ୟା। ଏହି ସମସ୍ୟା ଦୂର କରିବାକୁ ଏହି ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ କେହି ଶୁଣୁନାହାନ୍ତି। ଫଳରେ ଗଁା ଲୋକେ ଏବେ ନେଇଛନ୍ତି ଚରମ ପଦକ୍ଷେପ। ନେଟ୍‌ୱର୍କ ନାହିଁ ତ ଭୋଟ ନାହିଁ ନାରା ଦେଇ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗଁାଲୋକେ। ନିର୍ବାଚନ ସମୟରେ ଲୋକଙ୍କ ଏଭଳି ଚେତାବନୀ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଅନ୍ତର୍ଗତ ଗୁଡିଘାଟ ଗ୍ରାମ ପଞ୍ଚାୟତର ବାରବନ୍ଧ, ସୁକୁନିପଦର, ରାଣୀସିଲେଟ୍‌, ବେହେରାଖାଇ ଓ କୁଟୁନିଝରନ୍‌ ଗଁାରେ ମୋବାଇଲ ନେଟ୍‌ୱର୍କ ସମସ୍ୟା ଯୋଗୁ ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଛାତ୍ରୀଛାତ୍ର, ଯୁବତୀ ଯୁବକ, ବ୍ୟବସାୟୀ, ଚାକିରିଆ, କର୍ମଚାରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଦେଶରେ ଡିଜିଟାଲ ଇଣ୍ଡିଆର ନାରା ଦିଆଯାଉଥିବା ବେଳେ ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏହି ଗଁାଗୁଡିକରେ ମୋବାଇଲ ନେଟୱର୍କ ନ ଥିବାରୁ ଏଠାକାର ଜନସାଧାରଣ ଆଜିର ସମୟରେ ମୋବାଇଲ ଫୋନ ବ୍ୟବହାର ପାଇଁ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଗଁାରେ ସ୍ବାସ୍ଥ୍ୟଗତ ସମସ୍ୟା, ଦୁର୍ଘଟଣାଜନିତ ସମସ୍ୟା କିମ୍ବା ଜରୁରିକାଳୀନ କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ କିମ୍ବା ପୋଲିସକୁ ଡାକିବାକୁ ହେଲେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହିତ କୌଣସି ସାମାଜିକ ବା ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ମଧ୍ୟ କାହାକୁ ଯୋଗାଯୋଗ କରିହେଉ ନାହିଁ। ମୋବାଇଲ ନେଟ୍‌ୱର୍କ ପାଇଁ ଲୋକଙ୍କୁ ଗଁାରେ ତିଆରି ହୋଇଥିବା ପାଣିଟାଙ୍କି ବା ଓଭରହେଡ ଟାଙ୍କି ଉପରକୁ ଚଢ଼ି କଥା ହେବାକୁ ପଡୁଛି। କୌଣସି ସମ୍ପର୍କୀୟଙ୍କ ସହ କଥା ହେବାକୁ ହେଲେ ମଧ୍ୟ ମୋବାଇଲ ଧରି ପାଣିଟାଙ୍କି ଉପରକୁ ଚଢ଼ିବାକୁ ପଡୁଛି। ଏହି ସମସ୍ୟା ଯୋଗୁ ମହିଳାମାନେ ଫୋନ କରିବାରୁ ବଞ୍ଚତ୍ତ ହେଉଛନ୍ତି। କୌଣସି କାର୍ଯ୍ୟରେ ଘରୁ ପୁରୁଷ ଲୋକେ ଗଁାରୁ ସହରକୁ ବା ଅନ୍ୟତ୍ର ଗଲେ ସେମାନଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହେଉନାହିଁ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ କଷ୍ଟ ଅନୁଭବ କରୁଥିବା ବେଳେ ନେଟୱର୍କ ସମସ୍ୟା ସେମାନଙ୍କୁ ଅଡୁଆରେ ପକାଇଛି। ସାଧାରଣ ପଙ୍ଖା ସଜାଡିବା ବା ବିଦ୍ୟୁତ୍‌ ସମସ୍ୟା ସୁଧାରିବା ପାଇଁ ବାହାରୁ ମେକାନିକ ଡାକିବାକୁ ହେଲେ ଫୋନ୍‌ କରିବା ସମ୍ଭବ ହେଉନାହିଁ। ବାରମ୍ବାର ଏ ନେଇ ଗଁା ଲୋକେ ପ୍ରଶାସନିକ ଅଧିକାରୀ ଏବଂ ନେତାମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ା ଫଳରେ ଲୋକେ ଆଗାମୀ ୨୦ ତାରିଖ ନିର୍ବାଚନକୁ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି।

The post ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌ appeared first on Dharitri Odia News.