ପୂଜା ପେଣ୍ଡାଲକୁ ମୋହନଙ୍କ ସରପ୍ରାଇଜ୍ ଗିଫ୍ଟ ! ଛାଡ଼ କରିଦେଲେ ଭଡ଼ା
ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼ । ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼ । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ଶାରଦୀୟ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
#ଛାଡ଼_ହେଲା_ପୂଜା_ପେଣ୍ଡାଲର_ଭଡ଼ା
ସାରା ଓଡ଼ିଶାର ସବୁ ଦୁର୍ଗା ପୂଜା ପେଣ୍ଡାଲର ଛାଡ଼ କରାଗଲା ଭଡ଼ା । ପୂଜା ପେଣ୍ଡାଲର ଭଡ଼ା ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଷ୍ପତ୍ତି । #OTV pic.twitter.com/wrYf5WoX1c — ଓଟିଭି (@otvkhabar) October 11, 2024
ଆଜି ମହାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ବିଭିନ୍ନ ମେଢ ବୁଲିବାର କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ପ୍ରଥମେ ସେ ଓଲଡ ଟାଉନର ପାଟଣାସାହି ପୂଜା ମଣ୍ଡପରେ ପହଞ୍ଚିଛନ୍ତି। ସେଠାରେ ସେ ମା’ଙ୍କ ଆର୍ଶିବାଦ ନେବା ସହ ରାଜ୍ୟବାସୀଙ୍କ ଶୁଭ ମନାସିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ ୧୦ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଭାଗୀୟ ମନ୍ତ୍ରୀ ବି ମଣ୍ଡପ ବୁଲିବେ ।
ତେବେ ଟ୍ୱିନ୍ ସିଟିରେ ଜମୁଛି ଦଶହରା। ଚାରିଆଡ଼େ ଝଲମଲ ପରିବେଶ। ବିଳମ୍ବିତ ରାତି ଯାଏ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି। କଟକରେ ସୁନା ଚାନ୍ଦିର ମେଢ଼, ଭୁବନେଶ୍ୱରରେ ଆକାଶକୁ ଛୁଇଁଲା ଭଳି ତୋରଣ ମନମୋହୁଛି। କଟକରେ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣର କେନ୍ଦ୍ର ପାଲଟିଛି ମାଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସୁନା, ରୁପା ମେଢ଼ । ସୁନା ଓ ଚାନ୍ଦିରେ ଝଟକୁଛନ୍ତି ଦଶଭୂଜା।
ସେହିପରି ଭୁବନେଶ୍ୱରରେ ବେଶ ଆକର୍ଷଣୀୟ ହୋଇଛି ସୁଉଚ୍ଚ ତୋରଣ। ବାହାର ଓ ଭିତର କାରୁକାର୍ଯ୍ୟ ଆଖି ଝଲସିଲା ଭଳି ହୋଇଛି। ବିଭିନ୍ନ ଥିମକୁ ନେଇ ତୋରଣ ନିର୍ମାଣ କରିଛନ୍ତି ପୂଜା କମିଟି। ଯାହା ଦର୍ଶକଙ୍କୁ ବିମୋହିତ କରୁଛି। ତାସାଙ୍ଗକୁ ଲାଇଟ୍ ଗେଟ୍, ଆକର୍ଷଣୀୟ ସାଜସଜ୍ଜା ପୂଜା ବୁଲା ମାହୋଲକୁ ଆଉ ଟିକେ ରଙ୍ଗୀନ କରି ଦେଉଛି। ସନ୍ଧ୍ୟା ହେଲେ ବଢୁଛି ଭିଡ଼। ଜାମ୍ ହୋଇ ଯାଉଛି ରାସ୍ତାଘାଟ। ବିଳମ୍ବିତ ରାତି ଯାଏ ମେଢ଼ ବୁଲୁଛନ୍ତି ଲୋକ। ଦେବୀଙ୍କୁ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନାବଜାର ବୁଲୁଛନ୍ତି।