କଏଦୀ ଗିଳିଦେଲା ମୋବାଇଲ୍‌ ଫୋନ୍‌; ୨୦ ଦିନ ପେଟରେ ରଖିଲା, ଡାକ୍ତର ବି ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୦୪।୦୫: ଜେଲ୍‌ରେ ଥିବା କଏଦୀଙ୍କ ପେଟରୁ ବାହାରିଲା ମୋବାଇଲ୍ ଫୋନ୍ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ଏପରି ଘଟଣା କର୍ଣ୍ଣାଟକ ଶିବମୋଗା ଜେଲ୍‌ରେ ଦେଖା ଦେଇଛି । କଏଦୀ ହେଉଛି ୩୮ ବର୍ଷିୟ ପର୍ଶୁରାମ । ସେ ହତ୍ୟା ଅଭିଯୋଗରେ ଆଜୀବନ ଜେଲ୍‌ଦଣ୍ଡ କାଟୁଥିଲେ । ଜେଲ୍ରେ ଥିବା ବେଳେ ଏକ ଛୋଟ କି-ପ୍ୟାଡ୍ ଫୋନ୍ ରଖିଥିଲେ । କିନ୍ତୁ ଜେଲ୍‌ରେ ଯାଞ୍ଚ୍‌ ସମୟରେ   ଧରାପଡି଼ବା ଭୟରେ ଫୋନ୍‌ ଓ ସିମ୍‌ କାର୍ଡକୁ ଗିଳି ଦେଇଥିଲେ ପର୍ଶୁରାମ । ଦୀର୍ଘ ୨୦ ଦିନ ଧରି   ମୋବାଇଲ୍‌ ଫୋନ୍‌ ତାଙ୍କ ପେଟରେ ଥିଲା । ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଏହାପରେ ତାଙ୍କୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ  ପଠାଯାଇଥିଲା । ସେଠାରେ ଅଲଟ୍ରାସାଉଣ୍ଡ କରାଯିବାରୁ ପର୍ଶୁରାମଙ୍କ ପେଟରେ ଫୋନ୍ ଥିବା ଜଣାପଡିଥିଲା । ଏହାପରେ ଏପ୍ରିଲ ୨୫ରେ ଦୀର୍ଘ ୭୫ ମିନିଟ୍‌ ଧରି ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ସେହି ସମୟରେ ଡାକ୍ତରମାନେ ତାଙ୍କ ପେଟରୁ ଏକ ଚାଇନିଜ୍‌ ମୋବାଇଲ୍‌ ଫୋନ୍‌  ଓ ସିମ୍‌ କାର୍ଡ ବାହାର କଲେ । ଡାକ୍ତରଙ୍କ ଅନୁସାରେ, ଫୋନ୍‌ ଏତେ ଛୋଟ ଥିଲା ଯେ ପର୍ଶୁରାମ  ତାକୁ ସହଜରେ ଗିଳି ପକାଇଥିଲେ । ଶୌଚ ସମୟରେ ତାହା  ବାହାରିଯିବ ବୋଲି ସେ ମନେ

କଏଦୀ ଗିଳିଦେଲା ମୋବାଇଲ୍‌ ଫୋନ୍‌; ୨୦ ଦିନ ପେଟରେ ରଖିଲା, ଡାକ୍ତର ବି ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୦୪।୦୫: ଜେଲ୍‌ରେ ଥିବା କଏଦୀଙ୍କ ପେଟରୁ ବାହାରିଲା ମୋବାଇଲ୍ ଫୋନ୍ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ଏପରି ଘଟଣା କର୍ଣ୍ଣାଟକ ଶିବମୋଗା ଜେଲ୍‌ରେ ଦେଖା ଦେଇଛି । କଏଦୀ ହେଉଛି ୩୮ ବର୍ଷିୟ ପର୍ଶୁରାମ । ସେ ହତ୍ୟା ଅଭିଯୋଗରେ ଆଜୀବନ ଜେଲ୍‌ଦଣ୍ଡ କାଟୁଥିଲେ । ଜେଲ୍ରେ ଥିବା ବେଳେ ଏକ ଛୋଟ କି-ପ୍ୟାଡ୍ ଫୋନ୍ ରଖିଥିଲେ । କିନ୍ତୁ ଜେଲ୍‌ରେ ଯାଞ୍ଚ୍‌ ସମୟରେ   ଧରାପଡି଼ବା ଭୟରେ ଫୋନ୍‌ ଓ ସିମ୍‌ କାର୍ଡକୁ ଗିଳି ଦେଇଥିଲେ ପର୍ଶୁରାମ । 

ଦୀର୍ଘ ୨୦ ଦିନ ଧରି   ମୋବାଇଲ୍‌ ଫୋନ୍‌ ତାଙ୍କ ପେଟରେ ଥିଲା । ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଏହାପରେ ତାଙ୍କୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ  ପଠାଯାଇଥିଲା । ସେଠାରେ ଅଲଟ୍ରାସାଉଣ୍ଡ କରାଯିବାରୁ ପର୍ଶୁରାମଙ୍କ ପେଟରେ ଫୋନ୍ ଥିବା ଜଣାପଡିଥିଲା । ଏହାପରେ ଏପ୍ରିଲ ୨୫ରେ ଦୀର୍ଘ ୭୫ ମିନିଟ୍‌ ଧରି ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ସେହି ସମୟରେ ଡାକ୍ତରମାନେ ତାଙ୍କ ପେଟରୁ ଏକ ଚାଇନିଜ୍‌ ମୋବାଇଲ୍‌ ଫୋନ୍‌  ଓ ସିମ୍‌ କାର୍ଡ ବାହାର କଲେ ।

 ଡାକ୍ତରଙ୍କ ଅନୁସାରେ, ଫୋନ୍‌ ଏତେ ଛୋଟ ଥିଲା ଯେ ପର୍ଶୁରାମ  ତାକୁ ସହଜରେ ଗିଳି ପକାଇଥିଲେ । ଶୌଚ ସମୟରେ ତାହା  ବାହାରିଯିବ ବୋଲି ସେ ମନେ କରିଥିଲେ ।  କିନ୍ତୁ ଏପରି ହୋଇନଥିଲା । ଫଳରେ ଧୀରେ  ଧୀରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା  ଆରମ୍ଭ କରିଥିଲା । ଅସ୍ତ୍ରୋପଚାର ପରେ ତାଙ୍କୁ ପୁଣି ଶିବମୋଗା  ଜେଲ୍‌କୁ ପଠାଇ ଦିଆଯାଇଛି । ଜେଲ୍‌ରେ  ବାଇଲ ଫୋନ୍‌ ତସ୍କରୀ ମାମଲାରେ  ତାଙ୍କ ବିରୋଧରେ କର୍ଣ୍ଣାଟକ ପ୍ରିଜନ୍ସ ଆକ୍ଟ,  ୨୦୨୨ ଅନୁସାରେ ମାମଲା ରୁଜୁ ହୋଇଛି । 

ଜେଲ ପ୍ରଶାସନ   ମୁତାବକ, ଜେଲ୍‌ରେ ମୋବାଇଲ ଫୋନ୍‌, ଡ୍ରଗ୍ସ ଓ ଅନ୍ୟ  ଜିନିଷ ସଂପର୍କରେ ନିୟମିତ ଭାବେ ଯାଞ୍ଚ୍‌ ହୋଇଥାଏ ।  ଅନେକ ସମୟରେ କଏଦୀମାନେ ଶୌଚାଳୟ କିମ୍ବା ଅନ୍ୟ  ସ୍ଥାନରେ ଏଭଳି ଜିନିଷପତ୍ର ଲୁଚାଇଥାନ୍ତି ଯେଉଁଠାରେ  ସାଧାରଣତଃ ଯାଞ୍ଚ୍‌ କରାଯାଇନଥାଏ । କିନ୍ତୁ ପର୍ଶୁରାମ  ମୋବାଇଲ ଫୋନ୍‌କୁ ଗିଳି ପକାଇଥିଲେ ।