ମାଓବାଦୀ ଭୟ: ୨୧ବର୍ଷ ପରେ ଗାଁକୁ ଫେରିଲେ ଲୋକେ
ମାଲକାନଗିରି,୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଓବାଦୀ ଭୟ ଯୋଗୁ ୨୦୦୩ରୁ ନିଜ ଗାଁ ଦେଖି ନ ଥିବା ଲୋକେ ମଙ୍ଗଳବାର ଗାଁକୁ ଫେରିଛନ୍ତି। ଏଭଳି ଦେଖିବାକୁ ମଳିଛି ଛତିଶଗଡ଼ ନାରାୟଣପୁର ଜିଲା ଗରପା ଗ୍ରାମରେ। ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାରକୁ ମାଓବାଦୀମାନେ ଧମକ ଦେଇ ଡରାଇବାରୁ ଗ୍ରାମ ଛାଡ଼ିଥିଲେ। ପ୍ରାୟ ୨୧ ବର୍ଷ ପୂର୍ବେ ଗାଁରୁ ବିତାଡ଼ିତ ହୋଇଥିବା ଏହି ଲୋକେ ଗାଁକୁ ଫେରଛନ୍ତିି। ପୋଲିସ ପକ୍ଷରୁ ସୁରକ୍ଷା ଶିବିର ପ୍ରତିଷ୍ଠା ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ […] The post ମାଓବାଦୀ ଭୟ: ୨୧ବର୍ଷ ପରେ ଗାଁକୁ ଫେରିଲେ ଲୋକେ appeared first on Dharitri Odia News.
ମାଲକାନଗିରି,୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଓବାଦୀ ଭୟ ଯୋଗୁ ୨୦୦୩ରୁ ନିଜ ଗାଁ ଦେଖି ନ ଥିବା ଲୋକେ ମଙ୍ଗଳବାର ଗାଁକୁ ଫେରିଛନ୍ତି। ଏଭଳି ଦେଖିବାକୁ ମଳିଛି ଛତିଶଗଡ଼ ନାରାୟଣପୁର ଜିଲା ଗରପା ଗ୍ରାମରେ। ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାରକୁ ମାଓବାଦୀମାନେ ଧମକ ଦେଇ ଡରାଇବାରୁ ଗ୍ରାମ ଛାଡ଼ିଥିଲେ। ପ୍ରାୟ ୨୧ ବର୍ଷ ପୂର୍ବେ ଗାଁରୁ ବିତାଡ଼ିତ ହୋଇଥିବା ଏହି ଲୋକେ ଗାଁକୁ ଫେରଛନ୍ତିି। ପୋଲିସ ପକ୍ଷରୁ ସୁରକ୍ଷା ଶିବିର ପ୍ରତିଷ୍ଠା ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଗ୍ରାମବାସୀ ଗାଁକୁ ଫେରି ଖୁସି ବ୍ୟକ୍ତ କରିଛନ୍ତି। ଲୋକେ ଗାଁରେ ପହଞ୍ଚିବା ପରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୨୧ ବର୍ଷ ମଧ୍ୟରେ ଗ୍ରାମରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ଏବଂ ଗରପା ଗାଁ ରାସ୍ତା ନିର୍ମାଣ ହେବା ସହ ମାଓବାଦୀଙ୍କ ଭୟରୁ ମୁକ୍ତି ପାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
The post ମାଓବାଦୀ ଭୟ: ୨୧ବର୍ଷ ପରେ ଗାଁକୁ ଫେରିଲେ ଲୋକେ appeared first on Dharitri Odia News.