ଐଶ୍ୱର୍ଯ୍ୟା ଭାରତ ଫେରିବା ପରେ ଏମିତି କହିଲେ ଅମିତାଭ ବଚ୍ଚନ, ହେଉଛି ଚର୍ଚ୍ଚା
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ଏହି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପରିବାର ଲୋକେ ଚେଷ୍ଟା କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ଖବରକୁ ଦେଖିଲେ ଏହା ଜଣାପଡୁଛି ଯେ ଆଦୌ କିଛି ଠିକ୍ ଚାଲୁନି। ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହିତ ଦେଖା ନଯିବା। ମଧ୍ୟରାତ୍ରିରେ ନ୍ୟୁୟର୍କରୁ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଫେରି ଏକାକୀ ଘରକୁ ଯିବା, ଏହି ସବୁ ଜିନିଷ ଐଶ୍ୱର୍ଯ୍ୟା ରାୟ ଏବଂ […] The post ଐଶ୍ୱର୍ଯ୍ୟା ଭାରତ ଫେରିବା ପରେ ଏମିତି କହିଲେ ଅମିତାଭ ବଚ୍ଚନ, ହେଉଛି ଚର୍ଚ୍ଚା appeared first on Dharitri Odia News.
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ଏହି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପରିବାର ଲୋକେ ଚେଷ୍ଟା କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ଖବରକୁ ଦେଖିଲେ ଏହା ଜଣାପଡୁଛି ଯେ ଆଦୌ କିଛି ଠିକ୍ ଚାଲୁନି। ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହିତ ଦେଖା ନଯିବା। ମଧ୍ୟରାତ୍ରିରେ ନ୍ୟୁୟର୍କରୁ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଫେରି ଏକାକୀ ଘରକୁ ଯିବା, ଏହି ସବୁ ଜିନିଷ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ଅଧିକ ବଢାଇଥିଲା। ଐଶ୍ୱର୍ଯ୍ୟା ୧୫ଦିନ ପରେ ଫେରିଥିଲେ ଏବଂ ପରେ ବିଗ ବି ଏକ ପୋଷ୍ଟ ଶେୟାର କରିଥିଲେ ଯେଉଁଥିରେ ସେ ‘ଡିପ ଇମୋଶନ’ ବିଷୟରେ କଥାବାର୍ତ୍ତା କରିଛନ୍ତି।
ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ। ପରିବାରରେ ଚାଲିଥିବା ବିବାଦର ଗୁଜବ ମଧ୍ୟରେ ବିଗ ବି ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ପ୍ରଶଂସକମାନଙ୍କୁ କ୍ରିପ୍ଟିକ ପୋଷ୍ଟ ସହିତ ଆଶ୍ଚର୍ଯ୍ୟ କରୁଛନ୍ତି। ବୋହୂ ଐଶ୍ୱର୍ଯ୍ୟା ରାୟ ଏବଂ ନାତୁଣୀ ଆରାଧ୍ୟା ଭାରତ ଫେରିବା ପରେ ଅଭିନେତା ଏକ ପୋଷ୍ଟ ଶେୟାର କରିଥିଲେ।
ମେଗାଷ୍ଟାର୍ କୌନ ବାନେଗା କରୋଡପତି ୧୬ତମ ସିଜନର ସୁଟିଂରେ ବ୍ୟସ୍ତ। ନିକଟରେ ଅମିତାଭ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେଟ ଉପରେ କାମ କରିବା ବିଷୟରେ ଏକ ଟିପ୍ପଣୀ ଲେଖିଥିଲେ, କେବିସିରେ କାମ… ଦୀର୍ଘ ସମୟ ଧରି ଚାଲିଥାଏ, କିନ୍ତୁ ପ୍ରତିଯୋଗୀମାନଙ୍କ ସହ ମୋର ବାର୍ତ୍ତାଳାପ ମୋତେ ‘ଡିପ ଇମୋଶନ’ ଏବଂ ରୋମାଞ୍ଚକର ମନୋରଞ୍ଜନରେ ଭରିଦିଏ।
ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆମେରିକାରୁ ଭାରତ ଫେରିଛନ୍ତି। ଛାଡପତ୍ର ଗୁଜବ ମଧ୍ୟରେ ସେ ନିଜ ଝିଅ ଆରାଧ୍ୟାଙ୍କ ସହିତ ଏକାକୀ ଯାତ୍ରା କରୁଥିଲେ। ନ୍ୟୁୟର୍କରୁ ଏଶ୍ୱର୍ଯ୍ୟାଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କ ସହ ବହୁତ ଖୁସି ଦେଖାଯାଉଥିଲେ।
The post ଐଶ୍ୱର୍ଯ୍ୟା ଭାରତ ଫେରିବା ପରେ ଏମିତି କହିଲେ ଅମିତାଭ ବଚ୍ଚନ, ହେଉଛି ଚର୍ଚ୍ଚା appeared first on Dharitri Odia News.