ଅନିଶ୍ଚିତତାରେ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌,୨୪ା୮: ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ଗତ ଜୁନ୍‌ ୬ରେ ୮ ଦିନ ପାଇଁ ମହାକାଶ ଯାତ୍ରା କରିଥିଲେ। ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିରହିଛନ୍ତି। ଦୁଇ ମହାକାଶଚାରୀଙ୍କୁ ଆଇଏସ୍‌ଏସ୍‌ରେ ଅନିଶ୍ଚିତତା ଭିତରେ ଆଉ କିଛି ଦିନ ବିତାଇବାକୁ ପଡ଼ିପାରେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଶୁକ୍ରବାର କୁହାଯାଇଛି। ତେବେ ବୋଇଂର ଷ୍ଟାରଲାଇନର୍‌ ସ୍ପେସ୍‌କ୍ରାଫ୍ଟ କିମ୍ବା ସ୍ପେସେକ୍ସର ଡ୍ରାଗନ୍‌ କ୍ୟାପ୍‌ସୁଲ ଜରିଆରେ […] The post ଅନିଶ୍ଚିତତାରେ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ appeared first on Dharitri Odia News.

ଅନିଶ୍ଚିତତାରେ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌,୨୪ା୮: ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ଗତ ଜୁନ୍‌ ୬ରେ ୮ ଦିନ ପାଇଁ ମହାକାଶ ଯାତ୍ରା କରିଥିଲେ। ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିରହିଛନ୍ତି। ଦୁଇ ମହାକାଶଚାରୀଙ୍କୁ ଆଇଏସ୍‌ଏସ୍‌ରେ ଅନିଶ୍ଚିତତା ଭିତରେ ଆଉ କିଛି ଦିନ ବିତାଇବାକୁ ପଡ଼ିପାରେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଶୁକ୍ରବାର କୁହାଯାଇଛି। ତେବେ ବୋଇଂର ଷ୍ଟାରଲାଇନର୍‌ ସ୍ପେସ୍‌କ୍ରାଫ୍ଟ କିମ୍ବା ସ୍ପେସେକ୍ସର ଡ୍ରାଗନ୍‌ କ୍ୟାପ୍‌ସୁଲ ଜରିଆରେ ଉଭୟଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଉପରେ ନାସା ଶନିବାର ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ନାସା ଆଡ୍‌ମିନିଷ୍ଟ୍ରେଟର ବିଲ୍‌ ନେଲ୍‌ସନ ଓ ଅନ୍ୟ ଶୀର୍ଷ ଅଧିକାରୀମାନେ ଶନିବାର ଏହା ଉପରେ ହ୍ୟୁଷ୍ଟନ୍‌ରେ ବୈଠକ କରିବେ। ବୈଠକ ପରେ ନିଷ୍ପତ୍ତି ଘୋଷଣା କରାଯିବ।

The post ଅନିଶ୍ଚିତତାରେ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ appeared first on Dharitri Odia News.