ଅନିଶ୍ଚିତତାରେ ୟୁସିସି ବିଲ୍
ନୂଆଦିଲ୍ଲୀ,୧୯ା୮: ସାରା ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇବା ସତ୍ତ୍ୱେ ଏହି ବିଧେୟକର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ୟୁସିସି ଭାଜପାର ଦୀର୍ଘଦିନର ନିର୍ବାଚନୀ ପ୍ରତିଶ୍ରୁତି ହୋଇଥିବାବେଳେ ଦେଶବ୍ୟାପୀ ୟୁସିସି ଚିଠା ପ୍ରସ୍ତୁତି ଦାୟିତ୍ୱ ୨୨ତମ ନ୍ୟାୟିକ ଆୟୋଗକୁ ଦିଆଯାଇଥିଲା। ଜଷ୍ଟିସ୍ ଋତୁରାଜ ଅଓ୍ବସ୍ତିଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ନିଯୁକ୍ତ କରାଯିବାରୁ ସେ ନ୍ୟାୟିକ ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅଧ୍ୟକ୍ଷବିହୀନ ଥିବା ଉକ୍ତ ଆୟୋଗର […] The post ଅନିଶ୍ଚିତତାରେ ୟୁସିସି ବିଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୯ା୮: ସାରା ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇବା ସତ୍ତ୍ୱେ ଏହି ବିଧେୟକର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ୟୁସିସି ଭାଜପାର ଦୀର୍ଘଦିନର ନିର୍ବାଚନୀ ପ୍ରତିଶ୍ରୁତି ହୋଇଥିବାବେଳେ ଦେଶବ୍ୟାପୀ ୟୁସିସି ଚିଠା ପ୍ରସ୍ତୁତି ଦାୟିତ୍ୱ ୨୨ତମ ନ୍ୟାୟିକ ଆୟୋଗକୁ ଦିଆଯାଇଥିଲା। ଜଷ୍ଟିସ୍ ଋତୁରାଜ ଅଓ୍ବସ୍ତିଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ନିଯୁକ୍ତ କରାଯିବାରୁ ସେ ନ୍ୟାୟିକ ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅଧ୍ୟକ୍ଷବିହୀନ ଥିବା ଉକ୍ତ ଆୟୋଗର କାର୍ଯ୍ୟକାଳ ଆସନ୍ତା ୩୧ରେ ଶେଷ ହେବାକୁ ଯାଉଥିବାବେଳେ ୟୁସିସି ବିଲ୍ ଚୂଡ଼ାନ୍ତ ହୋଇପାରି ନାହିଁ। ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସବୁ ଧର୍ମର ଲୋକମାନଙ୍କ ପାଇଁ ବିବାହ, ଛାଡ଼ପତ୍ର, ପୋଷ୍ୟ ଗ୍ରହଣ, ଉତ୍ତରାଧିକାର ଲାଗି ସମାନ ଆଇନ ବା ୟୁସିସି ଭାଜପାର ନୀତିଗତ ନିଷ୍ପତ୍ତି। ଏହାକୁ ଧର୍ମନିରପେକ୍ଷ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଉଦ୍ବୋଧନ ଦେବା ବେଳେ କହିଥିଲେ। ତେବେ ଏନ୍ଡିଏର ସହଯୋଗୀ ଜେଡିୟୁ, ଏଲ୍ଜେପି ଏବଂ ଟିଡିପି ଏଥିରେ ସହମତ ନ ଥିବା ଜଣାପଡୁଛି। ସରକାର ନୂଆ ଲ’ କମିଶନ ଗଢ଼ିବା ସହ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିବା ଆବଶ୍ୟକ ଥିବାରୁ ୟୁସିସି ଚିଠା ପ୍ରସ୍ତୁତିରେ ବିଳମ୍ବ ହେବ ବୋଲି ଆଇନ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ବିଚାରବିମର୍ଶ ଶେଷ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ ହୋଇପାରି ନ ଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଚିଠା ବିଲ୍ ପ୍ରସ୍ତୁତି ନିମନ୍ତେ କମିଶନ ବିଭିନ୍ନ ଧର୍ମଗୁରୁ, ସିଭିଲ ସୋସାଇଟି ଗ୍ରୁପ୍ ଓ ବିଭିନ୍ନ ଧର୍ମ ଓ ମହିଳା ସଂଗଠନର ପ୍ରତିନିଧିଙ୍କ ସହ ଏକାଧିକ ପର୍ଯ୍ୟାୟ ବିଚାରବିମର୍ଶ କରିଥିଲେ। ୟୁସିସି ସମ୍ପର୍କରେ ୭୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଓ ମତାମତ ମିଳିଥିଲା।
The post ଅନିଶ୍ଚିତତାରେ ୟୁସିସି ବିଲ୍ appeared first on Dharitri Odia News.