ଅନୁଗୋଳ- ପୁରୀ ପାସେଞ୍ଜର ଟ୍ରେନରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

ପୁରୀ ୨୭/୭: ପୁଣି ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ହୁଳୁହୁଳିଆ ପୋଲ ମଝିରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିଲା । ଜିଆରପି ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ୧୧ଟା ୫୫ ମିନିଟରେ ଅନୁଗୋଳ-ପୁରୀ ପାସେଞ୍ଜର ମାଳତୀପାଟପୁର ଷ୍ଟେସନରେ ପହଞ୍ଚିଥିଲା ।ସେଠାରୁ ଟ୍ରେନ ଛାଡିବା ପରେ ହୁଳୁହୁଳିଆ ପୋଲ ମଝିରେ ନିଆଁ ଲାଗିଥିବା ଜଣାପଡିଥିଲା ।ଟାକ୍ସନ ମୋଟରରେ କିଛି ଅସୁବିଧା ହେବାରୁ ନିଆଁ ଲାଗିଥିବା କୁହାଯାଉଛି । ରେଲୱେ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀମାନଙ୍କୁ ଭୟଭୀତ ନହେବାକୁ ଆଶ୍ବାସନା ଦେଇଥିଲେ । କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ? ତଦନ୍ତ ପରେ ସ୍ପଷ୍ଟ ହେବ କହିଛନ୍ତି ଜିଆରପି ଅଧିକାରୀ । 

ଅନୁଗୋଳ- ପୁରୀ ପାସେଞ୍ଜର ଟ୍ରେନରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

ପୁରୀ ୨୭/୭: ପୁଣି ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ହୁଳୁହୁଳିଆ ପୋଲ ମଝିରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିଲା । ଜିଆରପି ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ୧୧ଟା ୫୫ ମିନିଟରେ ଅନୁଗୋଳ-ପୁରୀ ପାସେଞ୍ଜର ମାଳତୀପାଟପୁର ଷ୍ଟେସନରେ ପହଞ୍ଚିଥିଲା ।ସେଠାରୁ ଟ୍ରେନ ଛାଡିବା ପରେ ହୁଳୁହୁଳିଆ ପୋଲ ମଝିରେ ନିଆଁ ଲାଗିଥିବା ଜଣାପଡିଥିଲା ।

ଟାକ୍ସନ ମୋଟରରେ କିଛି ଅସୁବିଧା ହେବାରୁ ନିଆଁ ଲାଗିଥିବା କୁହାଯାଉଛି । ରେଲୱେ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀମାନଙ୍କୁ ଭୟଭୀତ ନହେବାକୁ ଆଶ୍ବାସନା ଦେଇଥିଲେ । କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ? ତଦନ୍ତ ପରେ ସ୍ପଷ୍ଟ ହେବ କହିଛନ୍ତି ଜିଆରପି ଅଧିକାରୀ ।