ଅନୁପମ୍ଙ୍କ ଫଟୋ ଥିବା ନୋଟ୍ ଦେଇ ୧.୩ କୋଟିର ଠକେଇ
ଅହମଦାବାଦ,୧।୧୦ଗୁଜରାଟର ଅହମଦାବାଦରେ ଜଣେ ସୁନା ଓ ରୁପା ବ୍ୟବସାୟୀ ୧.୩ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଠକିଥିବା ବ୍ୟକ୍ତି ଜଣକ ବଲିଉଡ୍ ଅଭିନେତା ଅନୁପମ ଖେର୍ଙ୍କ ଫଟୋ ଥିବା ୫୦୦ ଟଙ୍କିଆ ଜାଲ୍ ନୋଟ୍ ବିଡ଼ା ଧରାଇଦେଇ ଫେରାର ହୋଇଯାଇଛନ୍ତି। ଅହମଦାବାଦର ମେହୁଲ ଠକ୍କର ସେପ୍ଟେମ୍ବର ୨୩ରେ ଲକ୍ଷ୍ମୀ ଜୁଏଲର୍ସ ମ୍ୟାନେଜରଙ୍କ ଫୋନ୍ କଲ୍ ରିସିଭ୍ କରିଥିଲେ। ତୃତୀୟ ପକ୍ଷଙ୍କ ପାଇଁ ତାଙ୍କୁ ୨ କେ.ଜି. ସୁନା କିଣିବାର ଅଛି। ଏହାର ଦାମ୍ କେତେ […] The post ଅନୁପମ୍ଙ୍କ ଫଟୋ ଥିବା ନୋଟ୍ ଦେଇ ୧.୩ କୋଟିର ଠକେଇ appeared first on Dharitri Odia News.
ଅହମଦାବାଦ,୧।୧୦ଗୁଜରାଟର ଅହମଦାବାଦରେ ଜଣେ ସୁନା ଓ ରୁପା ବ୍ୟବସାୟୀ ୧.୩ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଠକିଥିବା ବ୍ୟକ୍ତି ଜଣକ ବଲିଉଡ୍ ଅଭିନେତା ଅନୁପମ ଖେର୍ଙ୍କ ଫଟୋ ଥିବା ୫୦୦ ଟଙ୍କିଆ ଜାଲ୍ ନୋଟ୍ ବିଡ଼ା ଧରାଇଦେଇ ଫେରାର ହୋଇଯାଇଛନ୍ତି। ଅହମଦାବାଦର ମେହୁଲ ଠକ୍କର ସେପ୍ଟେମ୍ବର ୨୩ରେ ଲକ୍ଷ୍ମୀ ଜୁଏଲର୍ସ ମ୍ୟାନେଜରଙ୍କ ଫୋନ୍ କଲ୍ ରିସିଭ୍ କରିଥିଲେ। ତୃତୀୟ ପକ୍ଷଙ୍କ ପାଇଁ ତାଙ୍କୁ ୨ କେ.ଜି. ସୁନା କିଣିବାର ଅଛି। ଏହାର ଦାମ୍ କେତେ ହେବ ବୋଲି ସେ ମେହୁଲଙ୍କୁ ପଚାରିଥିଲେ। ଲକ୍ଷ୍ମୀ ଜୁଏଲର୍ସ ସହ ୧୫ ବର୍ଷ ଧରି ବ୍ୟବସାୟ କରିଆସୁଥିବା ଠକ୍କର ୧.୬ କୋଟି ଟଙ୍କା ପଡ଼ିବ ବୋଲି କହିଥିଲେ। ଏହା ପରଦିନ ମ୍ୟାନେଜର ଠକ୍କରଙ୍କୁ ତତ୍କାଳ ସୁନା ଆବଶ୍ୟକ ଅଛି କିନ୍ତୁ ରିଅଲ ଟାଇମ୍ ଗ୍ରସ୍ ସେଟେଲ୍ମେଣ୍ଟ (ଆର୍ଟିଜିଏସ୍)ରେ ବୈଷୟିକ ତ୍ରୁଟି ଯୋଗୁ ଅଗ୍ରୀମ ଟଙ୍କା ନଗଦରେ ଏବଂ ଅବଶିଷ୍ଟ ଅର୍ଥ ଅନ୍ଲାଇନରେ ଟ୍ରାନ୍ସଫର କରାଯିବ ବୋଲି କହିଥିଲେ। ନବରଙ୍ଗପୁରା ଅଞ୍ଚଳରେ ମଧ୍ୟସ୍ଥତା କରୁଥିବା ସଂସ୍ଥା ଅଙ୍ଗାଡିଆ ଜରିଆରେ ସୁନା ବିନିମୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଠକ୍କର ନିଜର ଜଣେ କର୍ମଚାରୀଙ୍କୁ ସୁନା ଦେବା ପାଇଁ ସେଠାକୁ ପଠାଇଥିଲେ। ସେଠାରେ ୩ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ, ଯାହାଙ୍କ ମଧ୍ୟରୁ ଜଣେ ନୋଟ୍ ଗଣା ମେଶିନ୍ ବ୍ୟବହାର କରୁଥିଲେ। ସୁନା ହସ୍ତାନ୍ତର କରିବା ପରେ ଠକ୍କରଙ୍କ କର୍ମଚାରୀ ଅଗ୍ରୀମ ନେଇଥିବା ୧.୩ କୋଟି ଟଙ୍କା ଜାଲ୍ ହୋଇଥିବା ସନ୍ଦେହ କରିଥିଲେ। ବିଡ଼ା ଭିତରୁ ନୋଟ୍ଗୁଡ଼ିକୁ କାଢ଼ି ଦେଖିଲା ବେଳକୁ ସେଥିରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ଅନୁପମ ଖେର୍ଙ୍କ ଫଟୋ ରହିଥିଲା। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତେ ଷ୍ଟାର ବ୍ୟାଙ୍କ ଅଫ୍ ଇଣ୍ଡିଆର ଷ୍ଟାମ୍ପ ରହିଥିଲା। ଠକାମୀରରେ ପଡ଼ିଥିବା ଜାଣିବା ପରେ ଠକ୍କର ଓ ତାଙ୍କ ମ୍ୟାନେଜର ଡିଲ୍ ହୋଇଥିବା ସ୍ଥାନକୁ ଯାଇଥିଲେ। ବୁଝାବୁଝି ପରେ ସେମାନେ ଜାଣିବାକୁ ପାଇଥିଲେ, ଅଙ୍ଗାଡ଼ିଆ ଫାର୍ମ ସେଠାରେ ୨ ଦିନ ତଳେ ଖୋଲାଯାଇଥିଲା। ଲକ୍ଷ୍ମୀ ଜୁଏଲର୍ସ ପକ୍ଷରୁ କଲ୍ କରିଥିବା ବ୍ୟକ୍ତିଙ୍କ ଫୋନ୍ ସୁଇଚ୍ଅଫ୍ ବତାଇବାରୁ ଥାନାରେ ଏତଲା ଦିଆଯାଇଛି। ଅନୁପମ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, ୫୦୦ ଟଙ୍କିଆ ନୋଟ୍ରେ ଗାନ୍ଧିଜୀଙ୍କ ପରିବର୍ତ୍ତେ ମୋ ଫଟୋ? କିଛି ବି ଘଟିପାରେ ବୋଲି ସେ ଟୁଇଟରରେ ପ୍ରତିକ୍ରିୟା ରଖିଛନ୍ତି।
The post ଅନୁପମ୍ଙ୍କ ଫଟୋ ଥିବା ନୋଟ୍ ଦେଇ ୧.୩ କୋଟିର ଠକେଇ appeared first on Dharitri Odia News.