ବୃଦ୍ଧା ମା’ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ : ଠେଙ୍ଗାରେ ନିସ୍ତୁକ ପିଟିଲେ ଯୁବକ
ଆନନ୍ଦପୁର ୧୦।୪: ଗଛରୁ ପଣସ କାଟିନେଇଥିବା ଅଭିଯୋଗ କରି ବୃଦ୍ଧା ମା’ ଓ ପୁଅଙ୍କୁ ପଡୋଶୀ ଯୁବକର ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଉଭୟ ମା’-ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁର ଅକୃର ବେହେରାଙ୍କ ଗଛରୁ କେହି ପଣସ କାଟି ନେଇଥିଲା । ତେବେ ମଙ୍ଗଳବାର ସଂନ୍ଧ୍ଯାରେ ପଡୋଶୀ ବୃଦ୍ଧା ଦେବକି ବେହେରାଙ୍କୁ ପଣସ କାଟିନେଇଥିବା ସନ୍ଦେହ କରି ଗାଳି ଗୁଲଜ କରିଥିଲେ । ସେହି ଘଟଣାକୁ କେନ୍ଦ୍ରକରି ବୁଧବାର ପୁଣିଥରେ ଝଗଡା ହୋଇଥିଲା । ଝଗଡା ସମୟରେ ଏକ ଠେଙ୍ଗାରେ ଅକୃର ଦେବକୀଙ୍କ ମୁଣ୍ଡକୁ ସକ୍ତ ପାହାର ଦେଇଥିଲେ, ଏହି ସମୟରେ ଦେବକୀଙ୍କ ପୁଅ ନବଘନ ବାହାରି ଆସି ପ୍ରତିବାଦ କରିବାରୁ ତାକୁ ମଧ୍ଯ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ ଅକୃର । ଉଭୟ ମା’ ଓ ପୁଅଙ୍କୁ ଗାଁ ଲୋକେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । You Can Read :କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ
ଆନନ୍ଦପୁର ୧୦।୪: ଗଛରୁ ପଣସ କାଟିନେଇଥିବା ଅଭିଯୋଗ କରି ବୃଦ୍ଧା ମା’ ଓ ପୁଅଙ୍କୁ ପଡୋଶୀ ଯୁବକର ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଉଭୟ ମା’-ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁର ଅକୃର ବେହେରାଙ୍କ ଗଛରୁ କେହି ପଣସ କାଟି ନେଇଥିଲା । ତେବେ ମଙ୍ଗଳବାର ସଂନ୍ଧ୍ଯାରେ ପଡୋଶୀ ବୃଦ୍ଧା ଦେବକି ବେହେରାଙ୍କୁ ପଣସ କାଟିନେଇଥିବା ସନ୍ଦେହ କରି ଗାଳି ଗୁଲଜ କରିଥିଲେ । ସେହି ଘଟଣାକୁ କେନ୍ଦ୍ରକରି ବୁଧବାର ପୁଣିଥରେ ଝଗଡା ହୋଇଥିଲା । ଝଗଡା ସମୟରେ ଏକ ଠେଙ୍ଗାରେ ଅକୃର ଦେବକୀଙ୍କ ମୁଣ୍ଡକୁ ସକ୍ତ ପାହାର ଦେଇଥିଲେ, ଏହି ସମୟରେ ଦେବକୀଙ୍କ ପୁଅ ନବଘନ ବାହାରି ଆସି ପ୍ରତିବାଦ କରିବାରୁ ତାକୁ ମଧ୍ଯ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ ଅକୃର । ଉଭୟ ମା’ ଓ ପୁଅଙ୍କୁ ଗାଁ ଲୋକେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।
You Can Read :