ଆନିଭର୍ସାରିରେ ଲାଇଫ୍ ପାର୍ଟନର୍ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି
ବିବାହ ପରେ ପ୍ରଥମ ଆନିଭର୍ସାରିକୁ ମେମୋରେବଲ୍ କରିବାକୁ ଆଜିକାଲି ସବୁ କପଲଙ୍କର ଇଚ୍ଛା ରହିଛି । ତେଣୁ ଏହି ଦିନଟିକୁ କିପରି ସ୍ପେଶାଲ କରିବେ ଭାବିଭାବି ସମୟ ପଳାଏ, ହେଲେ ଡିସାଇଡ୍ କରିପାରନ୍ତିନି ଯେ କ’ଣ କରିବେ,କ’ଣ ସ୍ବାମୀଙ୍କୁ ଗିଫ୍ଟ ଦେବେ। ଯଦି ଆପଣ ଏପରି କିଛି ପ୍ଲାନିଂ କରୁଥାନ୍ତି ଏବଂ ଲାଇଫ୍ ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଥାନ୍ତି ତେବେ ଏମିତି କିଛି ଗିଫ୍ଟ ଦିଅନ୍ତୁ ଯାହା ତାଙ୍କୁ ପସନ୍ଦ ଆସିବ । ଜାଣନ୍ତୁ , ଏ […] The post ଆନିଭର୍ସାରିରେ ଲାଇଫ୍ ପାର୍ଟନର୍ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି appeared first on Dharitri Odia News.
ବିବାହ ପରେ ପ୍ରଥମ ଆନିଭର୍ସାରିକୁ ମେମୋରେବଲ୍ କରିବାକୁ ଆଜିକାଲି ସବୁ କପଲଙ୍କର ଇଚ୍ଛା ରହିଛି । ତେଣୁ ଏହି ଦିନଟିକୁ କିପରି ସ୍ପେଶାଲ କରିବେ ଭାବିଭାବି ସମୟ ପଳାଏ, ହେଲେ ଡିସାଇଡ୍ କରିପାରନ୍ତିନି ଯେ କ’ଣ କରିବେ,କ’ଣ ସ୍ବାମୀଙ୍କୁ ଗିଫ୍ଟ ଦେବେ। ଯଦି ଆପଣ ଏପରି କିଛି ପ୍ଲାନିଂ କରୁଥାନ୍ତି ଏବଂ ଲାଇଫ୍ ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଥାନ୍ତି ତେବେ ଏମିତି କିଛି ଗିଫ୍ଟ ଦିଅନ୍ତୁ ଯାହା ତାଙ୍କୁ ପସନ୍ଦ ଆସିବ । ଜାଣନ୍ତୁ , ଏ ସମ୍ପର୍କରେ କେତୋଟି ଟିପ୍ସ…
ଆନିଭର୍ସାରି ଗିଫ୍ଟ
ଫଟୋ କ୍ୟାଲେଣ୍ଡର: ନିଜର ପ୍ରଥମ ଆନିଭର୍ସାରିରେ ଆପଣ ଲାଇଫ୍ ପାର୍ଟନରଙ୍କୁ ନିଜ ଜୀବନ ସହ ଜଡ଼ିତ ଫଟୋ କ୍ୟାଲେଣ୍ଡର ଗିଫ୍ଟ କରନ୍ତୁ। ଏହା ଆପଣଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ହେବ ଯାହାକୁ ଆପଣ ଏକ ଫ୍ରେମ୍ ଭିତରେ ସାଇତି ରଖିପାରିବେ। ବଜାରରେ ଏଲ୍ଇଡି ଲାଇଟ୍ ଥିବା ଫଟୋଫ୍ରେମ୍ ମିଳୁଛି ଯାହା ଦେଖିବାକୁ ଷ୍ଟାଇଲିଶ୍ ଲାଗିଥାଏ।
ପରଫ୍ୟୁମ୍ : ଯଦି ଆପଣ ନିଜ ସ୍ବାମୀଙ୍କୁ ଆନିଭର୍ସାରିରେ କିଛି ଗିଫ୍ଟ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ପରଫ୍ୟୁମ୍ ଭଲ ଅପ୍ସନ ରହିବ। ଯାହାକୁ ସେ ଅଫିସ୍ ଯିବା ସମୟରେ ପକାଇ ଯାଇପାରିବେ। ଏହାକୁ ସେ ଯେକୌଣସି ସମୟରେ ବି ବ୍ୟବହାର କରିପାରିବେ। କେତେ ଜଣ ଆରମ୍ଭରୁ ତାଙ୍କ ଲିଷ୍ଟରେ ମନରେ ରଖିଥାନ୍ତି ଯେ ଏହାକୁ ଗିଫ୍ଟ ଦେବେ ବୋଲି।
ଓ୍ବାଚ୍: ବେଳେବେଳେ କୌଣସି ବି ଅକେଜନ୍ରେ ମହିଳାମାନେ ନିଜ ପାର୍ଟନରଙ୍କୁ ଓ୍ବାଚ୍ ଗିଫ୍ଟ କରିଥାନ୍ତି। ସେ ଆନିଭର୍ସାରି ହେଉ କି ଜନ୍ମଦିନ। ଯଦି ଆପଣ ବି ଓ୍ବାଚ୍ ଦେବାକୁ ଚିନ୍ତା କରୁଥାନ୍ତି ତେବେ ମାର୍କେଟ୍ରେ ବିଭିନ୍ନ ପ୍ରକାର ବ୍ରାଣ୍ଡ୍ର ଓ୍ବାଚ୍ ମିଳୁଛି ତାହାକୁ ଦେଇପାରିବେ।
The post ଆନିଭର୍ସାରିରେ ଲାଇଫ୍ ପାର୍ଟନର୍ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି appeared first on Dharitri Odia News.