ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ

ପୁରୀ ୧୧।୬: ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାଯୋଗ୍ୟ ଯେ, ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ସେବା କରି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ଫେରିଥିଲେ । ଗୁଡିଆ ସାହିର ନାରଣ ପାଟଯୋଶୀଙ୍କୁ ଜଗନ୍ନାଥ ଟଙ୍କା ଦେଇଥିବାରୁ ଟଙ୍କା ନେବା ପାଇଁ ଆସିଥିଲେ । ତେବେ ଟଙ୍କା ଦେବା ବଦଳରେ ଘର ଭିତରେ ତାଙ୍କୁ ଅତି ନିର୍ମମ ଭାବେ ନାରଣ ହତ୍ୟା କରି ଫେରାର ହୋଇଯାଇଥିବା ମୃତକଙ୍କ ପୁତୁରା ଅଭିଯୋଗ କରିଛନ୍ତି ।‌ ଘର ଭିତରେ ଜଗନ୍ନାଥଙ୍କୁ ହତ୍ୟା କରି ଅଭିଯୁକ୍ତ ମୃତଦେହ ଦାଣ୍ଡ ଦୁଆରେ ଫିଙ୍ଗିଥିବା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । You Can Read:ଏକା ସଙ୍ଗେ CRPF ଯବାନ ଓ ଓକିଲଙ୍କ ଘରୁ ଲୁଟ୍, ମାଷ୍ଟର କି’ରେ ଘର ତାଲା ଖୋଲି ଲୁଟିଲେ ଦୁର୍ବୃତ୍ତ 

ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ

ପୁରୀ ୧୧ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । 

ସୂଚନାଯୋଗ୍ୟ ଯେ, ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ସେବା କରି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ଫେରିଥିଲେ । ଗୁଡିଆ ସାହିର ନାରଣ ପାଟଯୋଶୀଙ୍କୁ ଜଗନ୍ନାଥ ଟଙ୍କା ଦେଇଥିବାରୁ ଟଙ୍କା ନେବା ପାଇଁ ଆସିଥିଲେ । ତେବେ ଟଙ୍କା ଦେବା ବଦଳରେ ଘର ଭିତରେ ତାଙ୍କୁ ଅତି ନିର୍ମମ ଭାବେ ନାରଣ ହତ୍ୟା କରି ଫେରାର ହୋଇଯାଇଥିବା ମୃତକଙ୍କ ପୁତୁରା ଅଭିଯୋଗ କରିଛନ୍ତି ।‌ ଘର ଭିତରେ ଜଗନ୍ନାଥଙ୍କୁ ହତ୍ୟା କରି ଅଭିଯୁକ୍ତ ମୃତଦେହ ଦାଣ୍ଡ ଦୁଆରେ ଫିଙ୍ଗିଥିବା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । 

You Can Read:

ଏକା ସଙ୍ଗେ CRPF ଯବାନ ଓ ଓକିଲଙ୍କ ଘରୁ ଲୁଟ୍, ମାଷ୍ଟର କି’ରେ ଘର ତାଲା ଖୋଲି ଲୁଟିଲେ ଦୁର୍ବୃତ୍ତ