ଅନୁରାଗ ଠାକୁର ନିରାଶ
ନୂଆ ମନ୍ତ୍ରିମଣ୍ଡଳରୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ବାଦ୍ ପଡ଼ିଛନ୍ତି। ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ୍ ଶର୍ମାଙ୍କଠାରୁ ୧.୬ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଇରାନୀ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଥିଲେ। ୨୦୧୯ ନିର୍ବାଚନରେ ସେ ଅମେଠିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ। ଏଥର ତାଙ୍କୁ ମନ୍ତ୍ରୀ କରି ରାଜ୍ୟସଭାକୁ […] The post ଅନୁରାଗ ଠାକୁର ନିରାଶ appeared first on Dharitri Odia News.
ନୂଆ ମନ୍ତ୍ରିମଣ୍ଡଳରୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ବାଦ୍ ପଡ଼ିଛନ୍ତି। ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ୍ ଶର୍ମାଙ୍କଠାରୁ ୧.୬ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଇରାନୀ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଥିଲେ। ୨୦୧୯ ନିର୍ବାଚନରେ ସେ ଅମେଠିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ।
ଏଥର ତାଙ୍କୁ ମନ୍ତ୍ରୀ କରି ରାଜ୍ୟସଭାକୁ ପଠାଇବା ଚର୍ଚ୍ଚା ହେଉଥିବାବେଳେ ସେ ନିରାଶ ହୋଇଛନ୍ତି। ହିମାଚଳ ପ୍ରଦେଶର ହମିରପୁର ଆସନରୁ ଜିତିଥିବା ଅନୁରାଗ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରି ନାହାନ୍ତି। ମୋଦିଙ୍କ ପୂର୍ବ କ୍ୟାବିନେଟରେ ସେ କ୍ରୀଡ଼ା ଓ ସୂଚନା ପ୍ରସାରଣ ମନ୍ତ୍ରୀ ଥିଲେ। ସେହିପରି ମୋଦି ୨.୦ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଥିବା ରାଣେ ଏଥର ମହାରାଷ୍ଟ୍ରର ରତ୍ନଗିରି-ସିନ୍ଧୁବର୍ଗ ଆସନରୁ ଜିତିଥିଲେ ମଧ୍ୟ ମନ୍ତ୍ରୀ ହୋଇପାରି ନାହାନ୍ତି।
The post ଅନୁରାଗ ଠାକୁର ନିରାଶ appeared first on Dharitri Odia News.