ଅନୁଷ୍କା ପୁଣି ହେଲେ ମା‘, ବିରୁଷ୍କାଙ୍କ ଘରେ କୁନି ଶିଶୁ ପୁତ୍ର…
ମୁମ୍ବାଇ,୨୦।୨ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଏଥର ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ୨୦ ଫେବୃଆରୀ ମଙ୍ଗଳବାର ଦିନ ବିରୁଷ୍କା କହିଛନ୍ତି ତାଙ୍କ କୁନି ପୁତ୍ରର ନାମ ଆକ୍କାୟ ରଖାଯାଇଛି। ସୋସିଆଲ ମିଡିଆ ପ୍ରୋଫାଇଲରେ […] The post ଅନୁଷ୍କା ପୁଣି ହେଲେ ମା‘, ବିରୁଷ୍କାଙ୍କ ଘରେ କୁନି ଶିଶୁ ପୁତ୍ର… appeared first on Dharitri Odia News.
ମୁମ୍ବାଇ,୨୦।୨ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଏଥର ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି।
୨୦ ଫେବୃଆରୀ ମଙ୍ଗଳବାର ଦିନ ବିରୁଷ୍କା କହିଛନ୍ତି ତାଙ୍କ କୁନି ପୁତ୍ରର ନାମ ଆକ୍କାୟ ରଖାଯାଇଛି। ସୋସିଆଲ ମିଡିଆ ପ୍ରୋଫାଇଲରେ ପ୍ରକାଶିତ ଏକ ବିବୃତ୍ତିରେ କୋହଲି ଏବଂ ଅନୁଷ୍କା କହିଛନ୍ତି ଶିଶୁପୁତ୍ର ୧୫ ଫେବୃଆରୀରେ ଜନ୍ମ ହୋଇଥିଲା।
ସେମାନଙ୍କ ନୋଟରେ ଲେଖାଯାଇଛି, ଅତ୍ୟନ୍ତ ଆନନ୍ଦର ବିଷୟ ଏବଂ ଆମର ହୃଦୟ ଏବେ ପ୍ରେମରେ ପରିପୂର୍ଣ୍ଣ, ଆମେ ସମସ୍ତଙ୍କୁ ଖୁସିର ସହ ଜଣାଉଛୁ ୧୫ ଫେବୃଆରୀରେ, ଆମେ ଆମର ଶିଶୁପୁତ୍ର ଆକ୍କାୟ ଏବଂ ଭାମିକାଙ୍କ ସାନ ଭାଇଙ୍କୁ ଏହି ଦୁନିଆରେ ସ୍ବାଗତ କରିଥିଲୁ! ଆମ ଜୀବନର ଏହି ସୁନ୍ଦର ସମୟରେ ଆମେ ଆପଣମାନଙ୍କର ଆଶୀର୍ବାଦ ଏବଂ ଶୁଭେଚ୍ଛା ଆବଶ୍ୟକ କରୁଛୁ। ଏହି ସମୟରେ ଆମର ଗୋପନୀୟତାକୁ ଦୟାକରି ସମ୍ମାନ କରିବାକୁ ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ । ପ୍ରେମ ଏବଂ କୃତଜ୍ଞତା ସହିତ ବିରାଟ ଏବଂ ଅନୁଷ୍କା।
ଏହି ଦମ୍ପତି ସେମାନଙ୍କର ଶିଶୁପୁତ୍ରର ନାମ ଆକ୍କାୟ ରଖିଛନ୍ତି। ଆକ୍କାୟ ହିନ୍ଦୀ ଶବ୍ଦ ‘କାୟା’ରୁ ଆସିଛି, ଯାହାର ଅର୍ଥ ହେଉଛି ଫିଜିକାଲ ବଡି। ଆକ୍କାୟ ଅର୍ଥାତ ଯିଏ ସେମାନଙ୍କର ଫିଜିକାଲ ବଡି ଠାରୁ ଅଧିକ।
— Virat Kohli (@imVkohli) February 20, 2024
The post ଅନୁଷ୍କା ପୁଣି ହେଲେ ମା‘, ବିରୁଷ୍କାଙ୍କ ଘରେ କୁନି ଶିଶୁ ପୁତ୍ର… appeared first on Dharitri Odia News.