ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର

ଓ୍ବାଶିଂଟନ୍‌,୭।୨: ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍‌ରୁ ତଡି ଦିଆଯାଇଛି। ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ। ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ବିମାନରୁ ବାହାରିଯିବା ପାଇଁ ଧମକ ଦେଇଥିଲେ। ୟାହୁ ନ୍ୟୁଜ ରିପୋର୍ଟ ଅନୁଯାୟୀ, ମହିଳା ପେଶାରେ ଜଣେ ଡିଜେ। ସେ ଜାନୁଆରୀ ୨୨ରେ ୟୁଟାର ସନଡାସ ଫିଲ୍ମ ଫେଷ୍ଟିଭାଲରେ ଯୋଗ […] The post ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର appeared first on Dharitri Odia News.

ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର

ଓ୍ବାଶିଂଟନ୍‌,୭।୨: ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍‌ରୁ ତଡି ଦିଆଯାଇଛି। ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ। ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ବିମାନରୁ ବାହାରିଯିବା ପାଇଁ ଧମକ ଦେଇଥିଲେ।

ୟାହୁ ନ୍ୟୁଜ ରିପୋର୍ଟ ଅନୁଯାୟୀ, ମହିଳା ପେଶାରେ ଜଣେ ଡିଜେ। ସେ ଜାନୁଆରୀ ୨୨ରେ ୟୁଟାର ସନଡାସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପରେ ବିମାନ ଯୋଗେ ନିଜ ଘର ଆମେରିକାକୁ ଯାତ୍ରା କରୁଥିଲେ। ଯେଉଁଠାରେ ଏହି ଘଟଣା ଘଟିଥିଲା। ମହିଳା ଜଣକ କହିଛନ୍ତି, ମୋତେ ମୋ ସିଟ୍‌ରୁ ଉଠାଇ ନେବା ସହ ମୋ ପୋଷାକ ପରିଧାନକୁ ନେଇ କ୍ରୁ ମେମ୍ବରମାନେ ଗାଳି କରିବାକୁ ଲାଗିଥିଲେ। ସେମାନେ ମୋ ପରିଧାନକୁ ଆପତ୍ତିଜନକ ବୋଲି କହିଥିଲେ। ଯଦି ମୁଁ ପୋଷାକ ଉପରେ ଜ୍ୟାକେଟ୍‌ ପିନ୍ଧେ ତେବେ ଯାଇ ସେମାନେ ମୋତେ ଯାତ୍ରା କରିବାକୁ ଅନୁମତି ଦେବେ ବୋଲି ଧମକ ଦେଇଥିଲେ।

The post ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର appeared first on Dharitri Odia News.