ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ୫ ବର୍ଷ ପରେ ରାଜ୍ୟରେ…
ଭବାନୀପାଟଣା,୧୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଭାଗିରଥି ଇନ୍ ଠାରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ। ଭାଜପା ସରକାର ଓଡ଼ିଶାରେ ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ,ଗରିବୀ ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କ ବଜେଟ୍ଠାରୁ ଭାଜପା ସରକାର ବିଜେଟ୍ ୨୪ ଶତକଡ଼ା ଅଧିକ ରହିଛି। କୃଷିକ୍ଷେତ୍ରରେ ହେଉ […] The post ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ୫ ବର୍ଷ ପରେ ରାଜ୍ୟରେ… appeared first on Dharitri Odia News.
ଭବାନୀପାଟଣା,୧୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଭାଗିରଥି ଇନ୍ ଠାରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ। ଭାଜପା ସରକାର ଓଡ଼ିଶାରେ ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ,ଗରିବୀ ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କ ବଜେଟ୍ଠାରୁ ଭାଜପା ସରକାର ବିଜେଟ୍ ୨୪ ଶତକଡ଼ା ଅଧିକ ରହିଛି। କୃଷିକ୍ଷେତ୍ରରେ ହେଉ ଅବା ମହିଳା, ଯୁବ ବର୍ଗ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ପୂର୍ବ ସରକାରଠାରୁ ଅଧିକ ବଜେଟ୍ ରଖିଛି। ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ କେହି ଭୂମିହୀନ କିମ୍ବା ବାସହୀନ ପରିବାର ନ ଥିବେ ବୋଲି ରାଜସ୍ବ ବିଭାଗ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସରକାରୀ ସ୍ଥାନରେ ବସବାସ କରୁଥିବା ଗରିବ ଲୋକଙ୍କୁ ୪ ଡେସିମିଲି ଜାଗା ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ସମେତ ବିଦ୍ୟୁତ ପାନୀୟ ଜଳ,ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଆଦି ଯୋଜନାରେ ସେମାନଙ୍କୁ ଅର୍ନ୍ତଭୁକ୍ତ କରାଯିବ।
ସେହିପରି ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ମଧ୍ୟ ଜଙ୍ଗଲ କିସମର ଜମି ପଟ୍ଟା ପ୍ରଦାନ କରାଯିବ। ବର୍ତ୍ତମାନ ହୀରାକୁଦ ବନ୍ଦର ବାସଚ୍ୟୁତ ହେଉଥିବା ଲୋକଙ୍କୁ ଖୋଜାଚାଲିଛି। ସେମାନଙ୍କୁ ୧୦ ଡେସିମିଲି ଜାଗା ପ୍ରଦାନ କରାଯିବ। ନିର୍ବାଚନ ପୂର୍ବରୁ ଭାଜପା ଯାହା ଇସ୍ତାହାର ଆଣିଥିଲା, ତାହା ବର୍ତ୍ତମାନ ପୂରଣ କରି ଚାଲିଛି। ଏଥିରେ ଧାନ କୁଇଣ୍ଟାଲ ପିଛା ୩୧୦୦ କିଣା, ସୋଭାଗ୍ୟ ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଲେଖାଏ କୁପନ୍,ରତ୍ନଭଣ୍ଡାର ଖୋଲା,ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ନ ହେବା ପାଇଁ ଚାରିଦ୍ୱାର ଖୋଲା ହେବା, ଆୟୁଷ୍ମାନ ଭାରତ, ସିଏମ୍ କିଷାନ ଯୋଜନା ଉପରେ କହିବା ସହ ମୋହନ ସରକାର ଲୋକଙ୍କ ସରକାର ବୋଲି କହିଥିଲେ।
ଅନ୍ୟପକ୍ଷରେ ଜୁନାଗଡ଼ ତହସିଲରେ ହୋଇଥିବା ଏସ୍ସି,ଏସ୍ଟି ଜମି କେଲେଙ୍କାରୀର ତଦନ୍ତ କରାଯିବ ବୋଲି ମନ୍ତ୍ରୀ ନିଜ ଆଡୁ କହିଥିଲେ। ‘ଧରିତ୍ରୀ’ରେ ଏ ସମ୍ପର୍କରେ ଖବର ପ୍ରକାଶିତ ପରେ ଜିଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ସେ ସୂଚନା ଦେଇଥିଲେ। ଏହି ଜମି ଘୋଟାଲାରେ ଜୁନାଗଡ଼ର ଗୋଟିଏ ପରିବାରର ହାତ ରହିଥିବା ବେଳେ ୩ ଉପଜିଲାପାଳଙ୍କ ସମୟରେ ଏହା ହୋଇଥିବା କହିଥିଲେ। ଜିଲାପାଳଙ୍କ ତଦନ୍ତ ପରେ ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଏମ୍ପି ମାଳବିକା କେଶରୀ ଦେଓ, ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଷୀ,ଜିଲା ଭାଜପା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ପୂବର୍ର୍ତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି,ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
The post ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ୫ ବର୍ଷ ପରେ ରାଜ୍ୟରେ… appeared first on Dharitri Odia News.