ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ: ଭାରତରେ କର୍ମଚାରୀଙ୍କୁ ପ୍ରବଳ ଖଟାଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ପୁଣେ ସ୍ଥିତ ଏକ ମଲ୍ଟିନ୍ୟାସନାଲ କମ୍ପାନୀ ଅର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ବା EY ର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା। ଆନ୍ନା ସେବାଷ୍ଟିଆନ ପେରାୟିଲ। ୨୬ ବର୍ଷୀୟା ଏହି ମହିଳା EY କମ୍ପାନୀରେ ଚାଟାର୍ଡ ଆକାଉଣ୍ଟ ଭାବେ କାମ କରୁଥିଲେ। ଜୁଲାଇ ୨୦ରେ ତାଙ୍କର ମୃତ୍ୟ ଘଟିଛି। କମ୍ପାନୀର ଖରାପ କାର୍ଯ୍ୟଶୈଳୀ ଓ ଅତ୍ୟଧିକ କର୍ମଚାପ ଯୋଗୁ ଝିଅର ମୃତ୍ୟୁ ହୋଇଥିବା ଆନ୍ନାଙ୍କ ମାଆ ଅନୀତା ଅଗୁଷ୍ଟିନ ଅଭିଯୋଗ କରିଛନ୍ତି। ମାମଲା ଜୋର ଧରିବା ପରେ କେନ୍ଦ୍ର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ଘଟଣା ପରେ ଘଟିବା ପରେ ଭାରତରେ କର୍ମଜୀବୀଙ୍କୁ ନେଇ ଏକ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। ଯାହା କମ୍ପାନୀମାନଙ୍କର ୱାର୍କ ଲୋଡ୍‌କୁ ନେଇ ପ୍ରଶ୍ନ ଛିଡ଼ା କରିଛି।ଭାରତରେ କର୍ମଚାରୀଙ୍କ ଉପରେ କର୍ମଚାପ କମିବାର ନାଁ ନେଉ ନାହିଁ। କମ୍ପାନୀମାନେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଠାରୁ ଅଧିକ ଖଟାଉଛନ୍ତି। ଏପରି କରିବା ଯେମିତି କମ୍ପାନୀମାନଙ୍କର ଏକ ଅଭ୍ୟାସ ହୋଇଗଲାଣି। କର୍ମଚାରୀଙ୍କୁ ଅତ୍ୟଧିକ କାମ କରାଇବା କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ)ର ରିପୋର୍ଟ ଅନୁସାରେ,ଭାରତରେ ୫୧ ପ୍ରତିଶତରୁ ଅଧିକ ଶ୍ରମିକ ସପ୍ତାହରେ ୪୯ ଘଣ୍ଟାରୁ ଅଧିକ କାମ କରୁଛନ୍ତି।କର୍ମଚାରୀଙ୍କୁ ଅତ୍ୟଧିକ କାମ କରାଇବା କ୍ଷେତ୍ରରେ ସା

ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ: ଭାରତରେ କର୍ମଚାରୀଙ୍କୁ ପ୍ରବଳ ଖଟାଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ପୁଣେ ସ୍ଥିତ ଏକ ମଲ୍ଟିନ୍ୟାସନାଲ କମ୍ପାନୀ ଅର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ବା EY ର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା। ଆନ୍ନା ସେବାଷ୍ଟିଆନ ପେରାୟିଲ। ୨୬ ବର୍ଷୀୟା ଏହି ମହିଳା EY କମ୍ପାନୀରେ ଚାଟାର୍ଡ ଆକାଉଣ୍ଟ ଭାବେ କାମ କରୁଥିଲେ। ଜୁଲାଇ ୨୦ରେ ତାଙ୍କର ମୃତ୍ୟ ଘଟିଛି। କମ୍ପାନୀର ଖରାପ କାର୍ଯ୍ୟଶୈଳୀ ଓ ଅତ୍ୟଧିକ କର୍ମଚାପ ଯୋଗୁ ଝିଅର ମୃତ୍ୟୁ ହୋଇଥିବା ଆନ୍ନାଙ୍କ ମାଆ ଅନୀତା ଅଗୁଷ୍ଟିନ ଅଭିଯୋଗ କରିଛନ୍ତି। ମାମଲା ଜୋର ଧରିବା ପରେ କେନ୍ଦ୍ର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ଘଟଣା ପରେ ଘଟିବା ପରେ ଭାରତରେ କର୍ମଜୀବୀଙ୍କୁ ନେଇ ଏକ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। ଯାହା କମ୍ପାନୀମାନଙ୍କର ୱାର୍କ ଲୋଡ୍‌କୁ ନେଇ ପ୍ରଶ୍ନ ଛିଡ଼ା କରିଛି।

ଭାରତରେ କର୍ମଚାରୀଙ୍କ ଉପରେ କର୍ମଚାପ କମିବାର ନାଁ ନେଉ ନାହିଁ। କମ୍ପାନୀମାନେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଠାରୁ ଅଧିକ ଖଟାଉଛନ୍ତି। ଏପରି କରିବା ଯେମିତି କମ୍ପାନୀମାନଙ୍କର ଏକ ଅଭ୍ୟାସ ହୋଇଗଲାଣି। କର୍ମଚାରୀଙ୍କୁ ଅତ୍ୟଧିକ କାମ କରାଇବା କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ)ର ରିପୋର୍ଟ ଅନୁସାରେ,ଭାରତରେ ୫୧ ପ୍ରତିଶତରୁ ଅଧିକ ଶ୍ରମିକ ସପ୍ତାହରେ ୪୯ ଘଣ୍ଟାରୁ ଅଧିକ କାମ କରୁଛନ୍ତି।

କର୍ମଚାରୀଙ୍କୁ ଅତ୍ୟଧିକ କାମ କରାଇବା କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ଏକ ପରିଚୟ ହୋଇଗଲାଣି। ILO ଅନୁସାରେ, ହାରାହାରି ପ୍ରତ୍ୟେକ ଭାରତୀୟ କର୍ମଚାରୀ ସପ୍ତାହରେ ୪୬.୭ ଘଣ୍ଟା କାମ କରୁଛନ୍ତି।

ଆମ ଦେଶରେ କର୍ମଜୀବୀଙ୍କ ଅବସ୍ଥାତ ଜାଣିଲେ। ହେଲେ କର୍ମଚାରୀଙ୍କୁ ସବୁଠାରୁ ଅଧିକ କାମ କରାଉଥିବା ଦେଶ ତାଲିକାର କିଏ ନମ୍ବର ୱାନ୍‌ରେ ଅଛନ୍ତି ଜାଣିଛନ୍ତି। ଏହି ଦେଶ ହେଉଛି ଭୁଟାନ। ଆଶ୍ଚର୍ଯ୍ୟର କଥା ହେଲା ହ୍ୟାପିନେସ୍ ଇଣ୍ଡେକ୍ସରେ ଭଲ ପ୍ରଦର୍ଶନ କରୁଥିବା ଭୁଟାନ ନିଜ କର୍ମଚାରୀଙ୍କୁ ଅଧିକ କାମ କରାଉଛି। ଭୁଟାନ୍‌ରେ ୬୧ ପ୍ରତିଶତ ଲୋକ ୪୯ ଘଣ୍ଟାରୁ ଅଧିକ କାମ କରୁଛନ୍ତି ବୋଲି ଆନ୍ତର୍ଜାତୀୟ ଶ୍ରମ ସଂଗଠନ କହିଛି। 

ତେବେ କେବଳ ଭାରତ ଓ ଭୁଟାନ୍‌ରେ ଯେ କର୍ମଚାରୀ ଅଧିକ କାମ କରୁଛନ୍ତି ତାହା ନୁହେଁ, ପୂରା ଦକ୍ଷିଣ ଏସିଆରେ କର୍ମଚାରୀମାନଙ୍କ ଅବସ୍ଥା ଶୋଚନୀୟ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ରିପୋର୍ଟ ଅନୁସାରେ, ବାଂଲାଦେଶରେ ୪୭ ପ୍ରତିଶତ ଓ ପାକିସ୍ତାନରେ ୪୦ ପ୍ରତିଶତ ଲୋକ ସପ୍ତାହରେ ୪୯ ଘଣ୍ଟାରୁ ଅଧିକ କାମ କରୁଛନ୍ତି। ଏହି ଦୁଇ ଦେଶ ବି ILO ତାଲିକାରେ ଶ୍ରୀର୍ଷ ୧୦ ସ୍ଥାନରେ ରହିଛି। 

ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଲେସୋଥୋ ଭଳି ଦେଶରେ ମଧ୍ୟ କର୍ମଚାରୀଙ୍କ ଠାରୁ ହାରାହାରିରୁ ଅଧିକ କାମ କରାଯାଇଥାଏ। ୟୁଏଇ ୩୯ ପ୍ରତିଶତ କର୍ମଚାରୀ ସପ୍ତାହକୁ ୫୦.୯ ଘଣ୍ଟା କାମ କରୁଥିବା ବେଳେ ଲେସୋଥୋରେ  ୩୬ ପ୍ରତିଶତ ଲୋକେ ୫୦.୪ ଘଣ୍ଟା କାମ କରୁଛନ୍ତି। 

ଭାରତ ସମେତ ଏହାର ପଡ଼ୋଶୀ ଦେଶମାନଙ୍କରେ ବି କର୍ମଚାରୀଙ୍କ ଅବସ୍ଥା ଢିଲା।  ପୂରା ଦକ୍ଷିଣ ଏସିଆରେ ଏଭଳି ସ୍ଥିତି। କର୍ମଚାରୀମାନେ କମ୍ପାନୀରେ ଅତ୍ୟଧିକ କର୍ମଚାପ ସହ ଯୁଝୁଛନ୍ତି। ଏବେ ଆପଣ ଭାବୁଥିବେ ଏମିତି ଦେଶ ଅଛି କି ଯେଉଁଠି କର୍ମଚାରୀଙ୍କର ଟିକେ ଯତ୍ନ ନିଆଯାଉଛି। ତାଙ୍କୁ ଟିକେ ରିଲାକ୍ସ ବି ଛଡ଼ା ଯାଉଛି। ଅଛି, ଏମିତି ବି ଦେଶ ଅଛି। ଯେଉଁଠି କର୍ମଚାରୀଙ୍କ ଉପରେ କର୍ମଚାପ ବହୁତ କମ୍। ଏମିତିକି  ସପ୍ତାହକୁ ମାତ୍ର ୨୪ ଘଣ୍ଟା କାମ ଦିଆଯାଉଛି। 

ନେଦରଲ୍ୟାଣ୍ଡ ଏବଂ ନରୱେ ଭଳି ଦେଶ କର୍ମଚାରୀଙ୍କ ପ୍ରତି ବେଶ ଯତ୍ନଶୀଳ। ଏହି ଦେଶଗୁଡିକରେ ୱାର୍କ ଲାଇଫ୍ ବାଲାନ୍ସକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନେଦରଲ୍ୟାଣ୍ଡରେ କର୍ମଚାରୀମାନେ ସପ୍ତାହରେ ମାତ୍ର ୩୧.୬ ଘଣ୍ଟା କାମ କରନ୍ତି। ସେହିଭଳି ନରୱେର କର୍ମଚାରୀଙ୍କୁ ସପ୍ତାହକୁ ମାତ୍ର ୩୩.୭ ଘଣ୍ଟା କାମ କରିବାକୁ ପଡ଼ିଥାଏ। ବିକଶିତ ରାଷ୍ଟ୍ର ଜର୍ମାନୀରେ ୩୪.୨ ଘଣ୍ଟା, ଜାପାନରେ ୩୬.୬ ଘଣ୍ଟା ଏବଂ ସିଙ୍ଗାପୁରରେ ୪୨.୬ ଘଣ୍ଟା ପାଇଁ କାର୍ଯ୍ୟ ସମୟ ରହିଛି। 

ILO ଅନୁସାରେ ବିଶ୍ୱର ସବୁଠାରୁ କମ କାମ କାମ କରାଉଥିବା ଦେଶ ହେଲା ଭନାତୁ। ଏଠାରେ କର୍ମଚାରୀଙ୍କୁ ହାରାହାରି ମାତ୍ର ୨୪.୭ ଘଣ୍ଟା କାମ କରାଯାଉଛି। ଏହି ଦେଶର କେବଳ ମାତ୍ର ୪ ପ୍ରତିଶତ ଲୋକଙ୍କୁ ସପ୍ତାହକୁ ୪୯ ଘଣ୍ଟା କାମ କରିବାକୁ ପଡ଼ୁଛି। ସେହିପରି କିରିବାତୀରେ ୨୭.୩ ଘଣ୍ଟା, ଓ ଫେଡେରେସନ ଷ୍ଟେଟ୍ସ ଅଫ ମାଇକ୍ରୋନେସିଆରେ କର୍ମଚାରୀ ୩୦.୪ ଘଣ୍ଟା କାମ କରୁଛନ୍ତି।