ଅନ୍ତର୍ନିବେଶୀ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ଆଠଗଡ : ଆଠଗଡର ବିଶ୍ଵନାଥ ବିଦ୍ୟାପୀଠରେ ଚାଲିଥିବା ପଞ୍ଚଦିବସୀୟ ବ୍ଲକସ୍ତରୀୟ ସମତା ଓ ଅନ୍ତର୍ନିବେଶୀ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ସିନଗୋ ହାଁସଦା ଓ ସମ୍ମାନିତ ଅତିଥି ରୂପେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଶିଶିର କୁମାର ମିଶ୍ର ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ କୌଣସି ଗୁଣରେ କମ୍ ନଭାବି ସେମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ […]

ଅନ୍ତର୍ନିବେଶୀ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ଆଠଗଡ : ଆଠଗଡର ବିଶ୍ଵନାଥ ବିଦ୍ୟାପୀଠରେ ଚାଲିଥିବା ପଞ୍ଚଦିବସୀୟ ବ୍ଲକସ୍ତରୀୟ ସମତା ଓ ଅନ୍ତର୍ନିବେଶୀ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ସିନଗୋ ହାଁସଦା ଓ ସମ୍ମାନିତ ଅତିଥି ରୂପେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଶିଶିର କୁମାର ମିଶ୍ର ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ କୌଣସି ଗୁଣରେ କମ୍ ନଭାବି ସେମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ସେମାନଙ୍କୁ କିପରି ମୁଖ୍ଯ ସ୍ରୋତରେ ସାମିଲ କରି ଶ୍ରେଣୀ କକ୍ଷରେ ସମତା ଓ ସମତା ଆଣିବା ଶିକ୍ଷକମାନଙ୍କର ଗୁରୁଦାୟିତ୍ବ ବୋଲି ବିଇଓ ଶ୍ରୀମତି ହାଁସଦା ପ୍ରକାଶ କରିଥିଲେ । ସମ୍ବଳ ଶିକ୍ଷକ ଚାରୁଚନ୍ଦ୍ର ବେହେରା, ଅକ୍ଷୟ କୁମାର ପ୍ରଧାନ, ଆନନ୍ଦ ଚନ୍ଦ୍ର ବେହେରା, ମାନସ କୁମାର ସେଠୀ ଏବଂ ବ୍ଲକ ସମ୍ବଳ ସଂଯୋଜିକା ମମତା ମହାନ୍ତି ପାଞ୍ଚଦିନ ଧରି ପ୍ରଶିକ୍ଷଣ ଦେଇଥିଲେ । ଆଠଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୬୦ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରଶିକ୍ଷଣ କର୍ମଶାଳାରେ ଯୋଗଦାନ କରିଥିଲେ ।