ପଢା ବୟସରେ ପରିବାର ବୋଝ ସମ୍ଭାଳୁଛନ୍ତି ଜବା

ଠାକୁରମୁଣ୍ଡା : ଦୁନିଆର ରୀତିନୀତିକୁ ଜାଣିବା ପୁର୍ବରୁ ବାପା ମା ହାତ ଛାଡି ଚାଲିଯାଇଛନ୍ତି । ପାଠପଢା ବୟସରେ ଲଦି ହୋଇଯାଇଛି ପରିବାରର ବୋଝ । ଖାତାକଲମ ଧରୁଥିବା କୋମଳ ହାତରେ ଏବେ ଦାଦନ ଖଟିବାକୁ ଯାଇ ଇଟା-ପଥର, କୋଡି-ଶାବଳ ଧରିବାକୁ ପଡୁଛି । ପେଟପୋଷିବା ଏବଂ  ବାପ ମା ଧାର କରଜ କରିଥିବା ଟଙ୍କାପଇସା  ସୁଝିବା ପାଇଁ ପଡୋଶୀ ଜିଲ୍ଲାକୁ କାମ କରିବା  ପାଇଁ ଯିବାକୁ ପଡୁଛି । ତିନି ଭାଇଙ୍କୁ ଖୁସିରେ ରଖିବା ଏବଂ  […]

ପଢା ବୟସରେ ପରିବାର ବୋଝ ସମ୍ଭାଳୁଛନ୍ତି ଜବା

ଠାକୁରମୁଣ୍ଡା : ଦୁନିଆର ରୀତିନୀତିକୁ ଜାଣିବା ପୁର୍ବରୁ ବାପା ମା ହାତ ଛାଡି ଚାଲିଯାଇଛନ୍ତି । ପାଠପଢା ବୟସରେ ଲଦି ହୋଇଯାଇଛି ପରିବାରର ବୋଝ । ଖାତାକଲମ ଧରୁଥିବା କୋମଳ ହାତରେ ଏବେ ଦାଦନ ଖଟିବାକୁ ଯାଇ ଇଟା-ପଥର, କୋଡି-ଶାବଳ ଧରିବାକୁ ପଡୁଛି । ପେଟପୋଷିବା ଏବଂ  ବାପ ମା ଧାର କରଜ କରିଥିବା ଟଙ୍କାପଇସା  ସୁଝିବା ପାଇଁ ପଡୋଶୀ ଜିଲ୍ଲାକୁ କାମ କରିବା  ପାଇଁ ଯିବାକୁ ପଡୁଛି । ତିନି ଭାଇଙ୍କୁ ଖୁସିରେ ରଖିବା ଏବଂ  ପାଠ ପଢ଼ାଇବା ପାଇଁ  ଦିନରାତିକୁ ଏକ କରି କାମ କରିବାକୁ ବଡଭଉଣୀ ଅଣ୍ଟା ଭିଡିଛି  । ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତ ପାତ୍ରବେଡା ଗାଁ ୩ ନଂ ଓ୍ବାଡରେ।

ଦୁଇ ବର୍ଷ ପୁର୍ବେ ମା ବିଜ୍ ବେଶ୍ରା ରୋଗରେ  ଆକ୍ରାନ୍ତ  ହୋଇ ମୃତ୍ୟୁବରଣ କରିଥିବାବେଳେ ବାପା  ସୁରେନ୍ଦ୍ର ବେଶରା  ବହୁ କଷ୍ଟ ରେ ଧାର କରଜ କରି ପରିବାର ଚଳାଉ ଥିଲେ। ସେ ମଧ୍ୟ  ତିନି ମାସ ହେଲା ରୋଗରେ ପଡି ଚାଲିଗଲେ , ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ତିନି ଭାଇ ବୋଝ ବଡ ଭଉଣୀ  ଉପରେ  ।  ବାପା  ଦିନମଜୁରୀ କରି ଯାହା ଦିପଇସା ରୋଜଗାର ହେଉଥିଲା ସେଥିରୁ ସେମାନେ ଚଳିଯାଉଥିଲେ। ତିନି ପିଲାଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବେ ବୋଲି ଆଶା ରଖିଥିଲେ ସୁରେନ୍ଦ୍ର , ମା ଯିବା ପରେ ବଡ ଭଉଣୀ  ପାଠରେ ଡରି  ପଡ଼ିଯାଇଥିଲା। କିନ୍ତୁ ଭଗବାନ ନିଷ୍ଠୁର ହୋଇଗଲେ ।

ଚାରି ନା ବାଳକା ଭାଇ ଭଉଣୀ ଏବେ ବେସାହାରା ହୋଇ ପଡିଛନ୍ତି । ଭଙ୍ଗା ଦଦରା ଘରେ ଭୋକ ଉପାସରେ ଏବେ ଦିନକାଟୁଛନ୍ତି । ବଡଭଉଣୀ ଜବା ବେଶ୍ରା  (୧୫) ଦୁଇ ବର୍ଷ ତଳେ ସପ୍ତମ ପଢୁଥିବା ସମୟରେ ମା ମୃତ୍ୟୁ ପରେ ପାଠ ପଢା ବନ୍ଦ । ଏବେ  ବାପା ମୃତ୍ୟୁ ପରେ  ତିନି ଭାଇ ଗାଁ  ସ୍କୁଲରେ ପାଠ ପଢନ୍ତି ସାନଭାଇ ସାକିଲା (୧୨), ତା ତଳ ବୁଢାନ(୧୦), ସବା ସାନ ଭାଇ  (୭)  ବର୍ଷ ସମସ୍ତ  ଗାଁ  ସ୍କୁଲରେ ପଢୁଥିବାବେଳେ,  ଦୁଇ ଅଳି ଖାଇବା  ପାଇଁ ଦାଦନ  ଖଟିବାକୁ ଯାଇଛି।  ସେ କାମ କରି ଦିନକୁ ଯେଉଁ ପଇସା ରୋଜଗାର କରିଥାଏ କଷ୍ଟେମଷ୍ଟେ ଚଳିଯାଇବା ସହ ବାପା ସୁଧି କ୍ରିୟା ପାଇଁ ପଇସା ଯୋଗାଡ଼ କରୁଛି । ରାସନ କାର୍ଡରେ ଦୁଇ ସାନଭାଇର ନାଁ ନଥିବାବେଳେ ଗ୍ରାମବାସୀ ଅସହାୟ ଭାଇଭଉଣୀଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ପାଇଁ ପାତ୍ରବେଡା ଗ୍ରାମବାସୀ ଗୁହାରୀ କରିଛନ୍ତି ।