ଭୁବନେଶ୍ୱରଠାରେ ଶ୍ୟାମବାବାଙ୍କ ଭବ୍ୟ ଭଜନ ସନ୍ଧ୍ୟା ; “ଦିଲ କି ବାତ ସାଁୱରେ କେ ସାଥ୍”
ଭୁବନେଶ୍ୱର: ନାଦାନ ପରିନ୍ଦେ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଭୁବନେଶ୍ୱରରେ ତା ୨୨.୧୨.୨୦୨୪ (ରବିବାର) ସ୍ଥାନୀୟ ବିଜେବି କଲେଜ ପଡିଆ ଠାରେ ଖାଟୁ ଶ୍ୟାମବାବାଙ୍କ ଭବ୍ୟ ଭଜନ ସଧ୍ୟା ଆୟୋଜିତ ହେଉଛି। ଏହି ଉତ୍ସବଟି ଅପରାହ୍ନ ୩ ଘଟିକାରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ସର୍ବଶେଷରେ ଆଳତୀ ହେବ। ଏଥିରେ ଦେଶର ପ୍ରସିଦ୍ଧ କଳାକାରମାନେ ଯଥା ଶ୍ରୀ ବାବା ହଂସରାଜ ରଘୁବଂଶୀ, ରାଜ୍ ପାରିକ୍, ପୂଜା ନାଥାନି, କେଶବ କୌଶିକ, ନରେଶ ପୁନି ଏବଂ ରାଜେଶ […]

ଭୁବନେଶ୍ୱର: ନାଦାନ ପରିନ୍ଦେ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଭୁବନେଶ୍ୱରରେ ତା ୨୨.୧୨.୨୦୨୪ (ରବିବାର) ସ୍ଥାନୀୟ ବିଜେବି କଲେଜ ପଡିଆ ଠାରେ ଖାଟୁ ଶ୍ୟାମବାବାଙ୍କ ଭବ୍ୟ ଭଜନ ସଧ୍ୟା ଆୟୋଜିତ ହେଉଛି। ଏହି ଉତ୍ସବଟି ଅପରାହ୍ନ ୩ ଘଟିକାରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ସର୍ବଶେଷରେ ଆଳତୀ ହେବ। ଏଥିରେ ଦେଶର ପ୍ରସିଦ୍ଧ କଳାକାରମାନେ ଯଥା ଶ୍ରୀ ବାବା ହଂସରାଜ ରଘୁବଂଶୀ, ରାଜ୍ ପାରିକ୍, ପୂଜା ନାଥାନି, କେଶବ କୌଶିକ, ନରେଶ ପୁନି ଏବଂ ରାଜେଶ ଗୋଏଲଙ୍କର ମଧୁର ସ୍ୱରରେ ଖାଟୁ ଶ୍ୟାମ ବାବାଙ୍କ ମହିମାକୁ ବର୍ଣ୍ଣନା କରିବା ସହ ଭଜନ ଗୁଡିକ ପରିବେଷଣ କରିବେ ।
ଏହି ଉତ୍ସବକୁ ପ୍ରତି ବର୍ଷ ପରି ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି। ଏଠାରେ ଖାଟୁ ଶ୍ୟାମ ବାବାଙ୍କର ମହିମାକୁ ବର୍ଣ୍ଣନା କରୁଥିବା ଭଜନ ସହ ଅନ୍ୟାନ୍ୟ ଭଜନର ମଧ୍ୟ ଆନନ୍ଦ ନେବେ। ଏହାର ଆୟୋଜକ ଏଠାରେ ସଂମ୍ପୂର୍ଣ୍ଣ ସୁରକ୍ଷା ଏବଂ ସ୍ୱଚ୍ଛତା ପ୍ରଦାନ ପାଇଁ ପ୍ରତିଶ୍ରୁତି ବଦ୍ଧ । ତାସହ ଉପସ୍ଥିତ ଜନତାଙ୍କ ପାଇଁ ଗାଡି ରଖିବା, ଖାଦ୍ୟ ଏବଂ ପାନୀୟର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମହାରାଜ ମାନବେନ୍ଦ୍ର ଚୌହାନ (ସେବାଦାର ଏବଂ ମନ୍ତ୍ରୀ ଖାଟୁ ଶ୍ୟାମ ମନ୍ଦିର କମିଟି ରାଜସ୍ଥାନ) ଉତ୍ସବରେ ଯୋଗ ଦେବା ସହ ତାଙ୍କର ଚିନ୍ତାଧାରା ଏବଂ ଆର୍ଶୀବାଦରୁ ପ୍ରେରଣା ପାଇପାରିବା ଏବଂ ଉତ୍ସବକୁ ସଫଳ କରିବାରେ ସହାୟତା ମିଳିବ।
୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..
ଏହି ଉତ୍ସବକୁ ସଫଳ କରିବା ପାଇଁ ନୱାହ, ତୃପ୍ତି କିଆ, ଚଲୋ ଓଡିଶା, ଅଜନ୍ତା ଆଡଭର ଟାଇଜିଙ୍ଗ୍, ଶ୍ୟାମ କ୍ରିଏସନ ଏବଂ ବିଏନଆଇ ଭଳି ପ୍ରତିଷ୍ଠିତ ସଂଗଠନ ସହଯୋଗ କରୁଛନ୍ତି । ଏହି ଉତ୍ସବକୁ ଆୟୋଜକ ନାଦାନ ପରିନ୍ଦେ (ଦିଲ କି ବାତ୍ ସାଁୱରେ କେ ସାଥ୍) ତରଫରୁ ଅଭିଷେକ ଅଗ୍ରୱାଲ, ଦୀପକ ବାଜୋରିଆ, ସନ୍ଦିପ ଅଗ୍ରୱାଲ, ବଳରାମ ଗୋଏଙ୍କା, ଶୁଭମ ସିଂଘାନିଆ, ଉତ୍ତମ ସରାଫ, ବିକାଶ ଚୈାହାନ, ସଙ୍କେତ ଅଗ୍ରୱାଲ, ବିବେକ କେଜ୍ରିୱାଲ, କୈଳାଶ ଅଗ୍ରୱାଲ ଏବଂ ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏହି ପବିତ୍ର ଉତ୍ସବରେ ଯୋଗ ଦେଇ ସଂଗୀତର ଆନନ୍ଦ ନେବା ପାଇଁ ଆୟୋଜକ ତରଫରୁ ଅନୁରୋଧ କରାଯାଇଛି।