ଅନ୍ତିମ ସଂସ୍କାର ପରେ ଭୁଲରେ ବି ଏହି ସବୁ କାମ କରିବେନି, ନହେଲେ ମୃତ ବ୍ୟକ୍ତିଙ୍କ ଆତ୍ମା ଅଶାନ୍ତ ରହିବ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ସାରା ବିଶ୍ୱାସ ଓ ହଜାର ହଜାର ବର୍ଷ ତଳର ପୁରାଣମାନ ରହିଛି। ଏହି ପୁରାଣ ମାନଙ୍କରେ ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ଲିପିବଦ୍ଧ ହୋଇଛି। ତେବେ ଅନ୍ତିମ ସଂସ୍କାର ପରେ ଏମିତି କିଛି କାମ ରହିଛି ଯାହା କରିବା ଅନୁଚିତ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଏ। ଅର୍ଥାତ ମୃତ ବ୍ୟକ୍ତିଙ୍କ ଆତ୍ମା ଅଶାନ୍ତି ହୋଇ ଆପଣଙ୍କ ଚାରିପଟେ […]

ଅନ୍ତିମ ସଂସ୍କାର ପରେ ଭୁଲରେ ବି ଏହି ସବୁ କାମ କରିବେନି, ନହେଲେ ମୃତ ବ୍ୟକ୍ତିଙ୍କ ଆତ୍ମା ଅଶାନ୍ତ ରହିବ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ସାରା ବିଶ୍ୱାସ ଓ ହଜାର ହଜାର ବର୍ଷ ତଳର ପୁରାଣମାନ ରହିଛି। ଏହି ପୁରାଣ ମାନଙ୍କରେ ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ଲିପିବଦ୍ଧ ହୋଇଛି। ତେବେ ଅନ୍ତିମ ସଂସ୍କାର ପରେ ଏମିତି କିଛି କାମ ରହିଛି ଯାହା କରିବା ଅନୁଚିତ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଏ। ଅର୍ଥାତ ମୃତ ବ୍ୟକ୍ତିଙ୍କ ଆତ୍ମା ଅଶାନ୍ତି ହୋଇ ଆପଣଙ୍କ ଚାରିପଟେ ଘୁରି ବୁଲେ। ଫଳରେ ଆପଣଙ୍କୁ ଅନେକ ସାରା ବିପଦ ସାମ୍ନା କରିବାକୁ ପଡେ।

ଗରୁଡ ପୁରାଣଙ୍କ ଅନୁଯାୟୀ ଜଣେ ମୃତ ବ୍ୟକ୍ତିଙ୍କ ଶରୀରକୁ ରୀତିନୀତି ଅନୁଯାୟୀ ଦାହ କରିବା ପରେ କେବେ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ । ଯଦି ଆପଣ ଏପରି କରୁଛନ୍ତି, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ନିରାଶ କରୁଛନ୍ତି ବୋଲି ବିଶ୍ଵାସ କରାଯାଏ। । ଫଳରେ ସେହି ମୃତ ବ୍ୟକ୍ତିର ଆତ୍ମା ​​ଆକର୍ଷଣର ପ୍ରଭାବରେ ନିଜ ଘରକୁ ଫେରିବାକୁ ଚାହିଁଥାଏ । ଯାହାକି ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କର କ୍ଷତି କରିବାକୁ ଚାହେଁ। ତେଣୁ ଶବଦାହ ପରେ କେବେ ବି ଭୁଲରେ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ।

ସେହିପରି ଶବଦାହ ପରେ ଘରକୁ ଫେରିବା ପରେ ଗାଧୋଇବାକୁ ପଡେ ବୋଲି ବିଶ୍ୱାସ ରହିଛି। କାରଣ ଶାସ୍ତ୍ର ଅନୁସାରେ ଶ୍ମଶାନରେ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ରହିଥାଏ । ସେଥିପାଇଁ ଘରକୁ ଫେରିବା ପରେ ଗାଧୋଇବା ସହିତ ପୋଷାକ ଧୋଇବା ଉଚିତ୍ । ଏହା ପରେ ଘରସାରା ଗଙ୍ଗାଜଳ ସିଞ୍ଚନ କରିଯାଏ । ଏପରି ନ କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଘର ଏବଂ ପରିବାରର ସଦସ୍ୟଙ୍କ ଉପରେ କୁ ଦୃଷ୍ଟି ପକାଇଥାଏ । ଯାହାଫଳରେ ଘରେ ସର୍ବଦା ଅଶାନ୍ତି ଲାଗିରୁହେ । ତେଣୁ ଶ୍ମଶାନରୁ ଫେରିବା ପରେ ଶୁଦ୍ଧସ୍ନାନ ସହ ଘରକୁ ମଧ୍ୟ ପବିତ୍ର କରିବା ଉଚିତ୍। ଏହା କରିବା ଦ୍ୱାରା ଆପଣଙ୍କ ଘର ଏବଂ ଶରୀରରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ଅନ୍ୟପଟେ ବିଶ୍ୱାସ କରାଯାଏ ଯେ ଘରର ଯେଉଁ କକ୍ଷରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ, ସେହି କକ୍ଷରେ ୧୨ ଦିନ ଯାଏ ତାଙ୍କ ନାମରେ ଏକ ପ୍ରଦୀପ ପ୍ରଜ୍ୱଳିତ ହେବା ଉଚିତ୍ । ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମାକୁଏ ଶାନ୍ତି ମିଳେ। ଫଳରେ ସେ ଭୂ ଲୋକ ଛାଡ଼ି ଚାଲିଯାଏ। ଏତତ୍ ବ୍ୟତୀତ ପିତୃପକ୍ଷ ସମୟରେ ପିଣ୍ଡଦାନ ମଧ୍ୟ କରିବା ଉଚିତ୍। ଯଦି ଆପଣ ଏପରି ନ କରନ୍ତି ତେବେ ତାଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ଏବଂ ପରିବାର ଉପରେ ପଡିଥାଏ।